Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ଡ୍ରାଇଭର ବା କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା-୨୦୨୩ର ଅନୁମୋଦନ ଏବଂ କଲ୍ୟାଣ ବୋର୍ଡ ଗଠନକୁ ସ୍ୱୀକୃତି ପ୍ରଦାନ କରିବା ପରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ଆଜି ସନ୍ଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଯୋଜନାକୁ ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀମତୀ ସାହୁ ଗଣମାଧ୍ୟମ ପ୍ରତିନିଧି ଏବଂ ମୋଟରଯାନ ଚାଳକ ସଂଘର କର୍ମକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ମୋଟରଯାନ ଡ୍ରାଇଭର ଏବଂ ଅନ୍ୟାନ୍ୟ ମୋଟରଯାନ କର୍ମଚାରୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଛି।

ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ବୋର୍ଡ ପଞ୍ଜୀକରଣ ଶୁÂ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରିବ।

ମନ୍ତ୍ରୀ ଶ୍ରୀମତୀ ସାହୁ ଆହୁରି ମଧ୍ୟ କହିଲେ ଯେ ଏହି ଯୋଜନାରେ ଦୁର୍ଘଟଣାଜନିତ ଡ୍ରାଇଭର/କର୍ମଚାରୀଙ୍କ ମୃତୁ୍ୟ କ୍ଷେତ୍ରରେ ତାଙ୍କ ଦ୍ୱାରା ମନୋନୀତ ବ୍ୟକ୍ତିଙ୍କ ପାଇଁ ୪ ଲକ୍ଷ ଟଙ୍କା, ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା କରାଯାଇଛି। ସେହିପରି ସ୍ଥାୟୀ ଭାବେ ଅକ୍ଷମତା ପାଇଁ ଡ୍ରାଇଭର କିମ୍ବା କର୍ମଚାରୀଙ୍କ ପାଇଁ ଦେଢ଼ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛି।

ଏଥି ସହିତ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନର ବ୍ୟବସ୍ଥା ରହିଛି। ମୋଟରଯାନ ଡ୍ରାଇଭର ଓ କର୍ମଚାରୀମାନେ ମଧ୍ୟ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନ୍‌ସନ୍‌ ଯୋଜନା ଆଦିରେ ଯୋଗ୍ୟତା ଅନୁଯାୟୀ ଅନ୍ତର୍ଭୁକ୍ତ ହେବେ। ଏଥି ନିମନ୍ତେ ଗଠିତ ହେବାକୁ ଥିବା କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟରଯାନ ଡ୍ରାଇଭର/କର୍ମଚାରୀମାନଙ୍କ ପ୍ରତିନିଧି ସଦସ୍ୟ ରହିବେ। ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ୫ ଲକ୍ଷରୁ ଊଦ୍ଧ୍ୱର୍ ମୋଟରଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି।

ରାଜ୍ୟ ପରିବହନ ଆୟୁକ୍ତ ଶ୍ରୀ ଅମିତାଭ ଠାକୁର ଯୋଜନାର ବିଭିନ୍ନ ଦିଗ ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ଓ ଉପସ୍ଥିତ ଡ୍ରାଇଭର/କର୍ମଚାରୀ ସଂଘର କମକର୍ତ୍ତାଙ୍କୁ ବିଶଦ ସୂଚନା ଦେଇଥିଲେ। ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମର୍ମନ୍ତୁଦ ସଡକ ଦୁଘର୍ଟଣା: ଡ୍ରାଇଭର ଗୁରୁତର

ଭୀଷ୍ମ ସାହୁ

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଳକ ଅଇଁଲାପାଲି ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଡ୍ରାଇଭରଜଣକ ଗୁରୁତର ହୋଇଛନ୍ତି। ମ. ରାମପୁରରୁ କେସିଙ୍ଗାକୁ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜରାସ୍ତାରେଏହି   ସଡକ ଦୁଘର୍ଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର୍ ଜଣକ ମଦ୍ୟପାନ କରି ଗାଡିଚଳାଇବା ବେଳେ ଭାରସାମ୍ୟ ହରାଇ ଏକ ପୁଲିଆରେ ଧକ୍କା ଦେଇଥିଲେ। ଗାଡି ମାଲିକଙ୍କ ନାମ ହେଉଛି ଗୋବର୍ଦ୍ଧନ ବେହେରା। ବଲ୍‌ରୋ ଗାଡିଟି ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଡ୍ରାଇଭର ଜଣକ ଗୁରୁତର ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌ : ଜଣେ ମୃତ

ବାଙ୍କୀ: କରବରଠାରେ ଏକ ମାଲବାହୀ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଛି । ତେବେ ଟ୍ରକ୍‌ ଭିତରେ ଚାପି ହୋଇ ରହିଥିବା ହେଲପର୍‌ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ବାଙ୍କୀରୁ କଟକ ଯାଉଥିବାବେଳେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟିବା ପରେ ଗୋଟିଏ ଘରେ ପିଟି ହୋଇଯାଇଥିଲା । ତେବେ ଏହି ଘରର ପରିବାର ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘରଟି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବାବେଳେ ପରିବାର ଲୋକେ ସୁରକ୍ଷିତ ରହିଛନ୍ତି । ଦୁର୍ଘଟଣାସ୍ଥଳେର ଉତ୍ତେଜନା ସୃଷ୍ଟି ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଅଧାରେ ଛାଡିଲେ ଫସିବେ ଡ୍ରାଇଭର : ମାମଲା ରୁଜୁ ସହ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ବର : ବାହାର ରାଜ୍ୟରୁ ଆସୁଥିବା ଲୋକେ ବସ୍‌ରୁ ଓହ୍ଲାଇ ବୁଲିବା ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ତାଗିଦ୍‌ କରିଛନ୍ତି ସ୍ପେଶାଲ୍‌ ରିଲିଫ୍‌ କମିଶନର। ଟ୍ରେନ୍‌ରେ ଆସୁଥିବା ଯାତ୍ରୀଙ୍କ ନେବାକୁ ଆସୁଥିବା ବସ୍‌ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି । ବସ୍‌ ଡ୍ରାଇଭର କୌଣସି ଲୋକଙ୍କୁ ଓହ୍ଲାଇବନି କି କାହାକୁ ରାସ୍ତାରୁ ଚଢାଇବନି ବୋଲି ସୂଚନା ରହିଛି। ଏଥିରେ ଖିଲାପ କଲେ ମାମଲା ରୁଜୁ ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯିବ। ବସ୍‌ ସାଥୀରେ ଆସୁଥିବା ନୋଡାଲ୍‌ ଅଫିସର ବି ସମାନ ଭାବେ ଦାୟୀ ରହିବେ। ଆଗକୁ ଆଉ ଅନେକ ଟ୍ରେନ୍‌ ଆସୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର  ନିକଟରେ ସୁରତ ଫେରନ୍ତାଙ୍କୁ ବସ୍‌ ଅଧା ବାଟରେ ଛାଡି ଦେଇଥିବାର ଘଟଣା ସାମ୍ନାକୁ ଆସିଥିଲା।