ଅଧାରେ ଛାଡିଲେ ଫସିବେ ଡ୍ରାଇଭର : ମାମଲା ରୁଜୁ ସହ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

Published: May 6, 2020, 8:04 pm IST

ଭୁବନେଶ୍ବର : ବାହାର ରାଜ୍ୟରୁ ଆସୁଥିବା ଲୋକେ ବସ୍‌ରୁ ଓହ୍ଲାଇ ବୁଲିବା ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ତାଗିଦ୍‌ କରିଛନ୍ତି ସ୍ପେଶାଲ୍‌ ରିଲିଫ୍‌ କମିଶନର। ଟ୍ରେନ୍‌ରେ ଆସୁଥିବା ଯାତ୍ରୀଙ୍କ ନେବାକୁ ଆସୁଥିବା ବସ୍‌ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି । ବସ୍‌ ଡ୍ରାଇଭର କୌଣସି ଲୋକଙ୍କୁ ଓହ୍ଲାଇବନି କି କାହାକୁ ରାସ୍ତାରୁ ଚଢାଇବନି ବୋଲି ସୂଚନା ରହିଛି। ଏଥିରେ ଖିଲାପ କଲେ ମାମଲା ରୁଜୁ ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯିବ। ବସ୍‌ ସାଥୀରେ ଆସୁଥିବା ନୋଡାଲ୍‌ ଅଫିସର ବି ସମାନ ଭାବେ ଦାୟୀ ରହିବେ। ଆଗକୁ ଆଉ ଅନେକ ଟ୍ରେନ୍‌ ଆସୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର  ନିକଟରେ ସୁରତ ଫେରନ୍ତାଙ୍କୁ ବସ୍‌ ଅଧା ବାଟରେ ଛାଡି ଦେଇଥିବାର ଘଟଣା ସାମ୍ନାକୁ ଆସିଥିଲା।

Related posts