Puri Rourkela Train Cancelled: ପୂର୍ବତଟ ରେଳପଥ ପକ୍ଷରୁ ମଇ ୨୦୨୬ ମଧ୍ୟରେ ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ଏହାର ପରିଣାମ ସ୍ୱରୂପ, ନମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ସାମୟିକ ଭାବେ ବାତିଲ ରହିବ:
ଟ୍ରେନ୍ ନମ୍ବର ୧୮୧୨୫ ରାଉରକେଲା–ପୁରୀ ଏକ୍ସପ୍ରେସ୍ ତା ୧୭, ୧୯, ୨୦ ଏବଂ ୩୧ ମଇ, ୨୦୨୬ ରିଖରେ ଯାତ୍ରା ଆରମ୍ଭ କରୁଥିବା ଏହି ଟ୍ରେନ୍ ବାତିଲ ରହିବ।
ସେହିଭଳି ଟ୍ରେନ୍ ନମ୍ବର ୧୮୧୨୬ ପୁରୀ–ରାଉରକେଲା ଏକ୍ସପ୍ରେସ୍: ତା ୧୭, ୧୯, ୨୦ ଏବଂ ୩୧ ମଇ, ୨୦୨୬ ରିଖରେ ବାତିଲ ରହିବ।
ଯାତ୍ରୀମାନଙ୍କୁ ଟ୍ରେନ୍ ସେବାରେ ହୋଇଥିବା ଉପରୋକ୍ତ ପରିବର୍ତ୍ତନଗୁଡ଼ିକୁ ଧ୍ୟାନରେ ରଖି ସେମାନଙ୍କ ଯାତ୍ରାର ଯୋଜନା କରିବାକୁ ପରାମର୍ଶ ଦିଆଯାଉଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ NTES ଏବଂ ସରକାରୀ ରେଳ ଅନୁସନ୍ଧାନ ସେବା ମାଧ୍ୟମରେ ଟ୍ରେନ୍ ଚଳାଚଳର ସଦ୍ୟତମ ସୂଚନା ଯାଞ୍ଚ କରିବାକୁ ଅନୁରୋଧ କରାଯାଉଛି ।


