Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ବିଶେଷ ଖବର

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
New Odia Film Policy
New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

New Odia Film Policy: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କ ସହ ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତିର ଅସ୍ମିତାର ପରିଚୟ ଭାବେ ବର୍ଣ୍ଣନା କରି ଖୁବ୍‌ ଶୀଘ୍ର ନୂତନ ‘ଚଳଚ୍ଚିତ୍ର ନୀତି’ର ପ୍ରଣୟନ ହେବ ବୋଲି ଘୋଷଣା କରିଛନ୍ତି।

ସିନେମାର ପ୍ରକୃତ ସଂଜ୍ଞା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିନେମା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ହେଉଛି ଗୋଟିଏ ଜାତିର ସ୍ମୃତି, ସଂସ୍କୃତି, ଭାବନା ଓ ଆତ୍ମାର ଏକ ପ୍ରକୃତ ପ୍ରତିଛବି। ଯେଉଁ ସମାଜ ମହାନ ସିନେମା ନିର୍ମାଣ କରେ, ସେ ବିଶ୍ୱ ଦରବାରରେ ନିଜର ଅସ୍ତିତ୍ୱକୁ ସୁଦୃଢ଼ କରିପାରେ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଓଡ଼ିଆ ସିନେମାର ଲୋକପ୍ରିୟତା ସମ୍ପର୍କରେ ମତ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଆ ସିନେମାକୁ କାହାର ନକଲ କରିବା ଦରକାର ନାହିଁ, ବରଂ ଏହାକୁ ନିଜସ୍ୱ ସ୍ୱର ଖୋଜିବାକୁ ହେବ । ସେ କହିଥିଲେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ତାଙ୍କୁ ନେଇ ଗଢ଼ି ଉଠିଥିବା ଓଡ଼ିଆ ସଂସ୍କୃତି, କଳିଙ୍ଗର ସାମୁଦ୍ରିକ ଇତିହାସ, ଆଦିବାସୀ ସଂସ୍କୃତି, ବାତ୍ୟା ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ସଂଘର୍ଷର କାହାଣୀ, ଗ୍ରାମ୍ୟ ଓଡିଶାର ସୁଖଦୁଃଖ, ମହାନଦୀ ଓ ଅନ୍ୟାନ୍ୟ ନଦୀର ନଈକୂଳିଆ ଜନଜୀବନ ଇତ୍ୟାଦି ଅନେକ ମୌଳିକ ବିଷୟ ରହିଛି । ଓଡ଼ିଆ ଜନଜୀବନ ସହିତ ଯୋଡି ହୋଇଥିବା ମୌଳିକ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କଲେ, ଲୋକଙ୍କ ମନକୁ ଆକର୍ଷିତ କରିପାରିବ ବୋଲି ସେ ମତ ଦେଇଥିଲେ।

ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦକ୍ଷତା ହାସଲ କରିବା ପାଇଁ ଓଡ଼ିଶାରେ ଫିଲ୍ମ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟର ଆବଶ୍ୟକତା ଅଛି ବୋଲି ପ୍ରକାଶ କରି ଓଡ଼ିଶାରେ ଏହିପରି ଏକ ପ୍ରତିଷ୍ଠାନ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଚଳଚ୍ଚିତ୍ର ଶିଳ୍ପର ଅବନତି ପାଇଁ ବିଗତ ଦିନର ବ୍ୟବସ୍ଥାକୁ ସମାଲୋଚନା କରି ସେ କହିଥିଲେ ଯେ, ଗତ ସରକାର ଏ ଦିଗରେ ଧ୍ୟାନ ଦେଇ ନ ଥିଲେ, କିନ୍ତୁ ଏବେ ଓଡ଼ିଆ ଅସ୍ମିତାର ସରକାର ଆସିଛି। ସେ ସ୍ପଷ୍ଟ କରିଛନ୍ତି ଯେ ଏବେ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ଅର୍ଥ କେବେ ହେଲେ ବାଧକ ହେବ ନାହିଁ ଏବଂ ଖୁବ୍ ଶୀଘ୍ର ରାଜ୍ୟରେ ଏକ ଶକ୍ତିଶାଳୀ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯିବ।

ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ୨୦୩୬ ରେ ଓଡ଼ିଶା ଯେଉଁ ଶତାବ୍ଦୀର ବର୍ଷ ପାଳନ କରିବାକୁ ଯାଉଛି ସେଥିରେ ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆଜିର ବାର୍ତ୍ତାଳାପ ଆଗାମୀଦିନରେ ଆମ ଚଳଚ୍ଚିତ୍ର ଶିଳ୍ପକୁ ଆଗେଇନେବ ବୋଲି ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ତଥା ଅଭିନେତା ଶ୍ରୀ ଆକାଶ ଦାସ ନାୟକ, ଦିଗପହଣ୍ଡି ବିଧାୟକ ତଥା ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡକ୍ଟର ବିଜୟ କେତନ ଉପାଧ୍ୟାୟ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ସିନେ ଜଗତର ଲୋକପ୍ରିୟ କଳାକାର ଅନୁଭବ ମହାନ୍ତି, ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ପ୍ରଯୋଜକ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସିନେ ଟେକ୍ନିସିଆନମାନେ ଏହି ଆଲୋଚନାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଏହି ସମସ୍ତ କଳାକାର ଓ ଚଳଚ୍ଚିତ୍ର କର୍ମୀଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ସେଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

New Odia Film Policy ଓଡିଆ ସିନେମା ସମୀକ୍ଷା ନୂଆ ଚଳଚିତ୍ର ନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ବିରୋଧୀଙ୍କ ହଟ୍ଟଗୋଳ ଓ ଅଚଳାବସ୍ଥା : ସୋମବାର ଯାଏଁ ଗୃହ ମୁଲତବୀ

November 20, 2026

Cyclone Akvan Landfall: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଲା ବାତ୍ୟା ଅକଭାନ, ଟଳିଲା ବଡ କ୍ଷୟକ୍ଷତି

November 20, 2026

‘KGF 2’ ର ରେକର୍ଡ ଭାଙ୍ଗି ଭାରତର ଚତୁର୍ଥ ସବୁଠାରୁ ବଡ଼ ଫିଲ୍ମ ହେଲା ‘ରାମାୟଣ’

November 20, 2026

ବାତ୍ୟା ‘ଅକୱାନ’କୁ ନେଇ କଟକରେ ହାଇଆଲର୍ଟ! ସମସ୍ତ ସ୍କୁଲ ଛୁଟି, ନଦୀଘାଟକୁ ଯିବା ମନା

November 20, 2026
Latest News

‘IPL ସହିତ ପ୍ରତିଯୋଗିତା କରାଯାଇପାରିବ ନାହିଁ’: ସ୍ୱୀକାର କଲେ PSL ଦଳର ମାଲିକ

November 20, 2026

ବିରୋଧୀଙ୍କ ହଟ୍ଟଗୋଳ ଓ ଅଚଳାବସ୍ଥା : ସୋମବାର ଯାଏଁ ଗୃହ ମୁଲତବୀ

November 20, 2026

ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଉପରେ ସୁପ୍ରିମକୋର୍ଟ ଚିନ୍ତିତ: କେନ୍ଦ୍ରକୁ ଦେଲେ ଏହି ନିର୍ଦ୍ଦେଶ

November 20, 2026

1 ଲକ୍ଷ ବୀମା ସହିତ 380 ଦିନର ବୈଧତା ପ୍ରଦାନ କରୁଛି BSNL: ଜାଣନ୍ତୁ ସମ୍ପୂର୍ଣ୍ଣ ଯୋଜନା

November 20, 2026

ଏସିଆର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସ୍ଥାନ ପାଇଲେ କେଏଲ ରାହୁଲ

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.