ପିଲିଭୀତ: ଉତ୍ତରପ୍ରଦେଶର ପିଲିଭୀତ-ବସ୍ତି ୭୩୦ ନମ୍ବର ଜାତୀୟ ରାଜପଥର ସିସାଇଆ ନିକଟରେ ସୋମବାର ସକାଳେ ଏକ ଦ୍ରୁତଗାମୀ ଟ୍ରକ୍ ଏବଂ ଯାତ୍ରୀ ଭର୍ତ୍ତି ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।