ବରହମପୁର : ରାସ୍ତା ମଝିରେ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ସୂଚନା ରହିଛି । ଦୁଇଜଣ ଯୁବକ ରାସ୍ତା ମଝିରେ ଯୁବକ ଯୁବତୀଙ୍କୁ ଠେଙ୍ଗାରେ ପିତୁଥିବା ନେଇ ଭିଡିଓ ଭାଇରାଲ ହୋଇଛି । ଆକ୍ରମଣଟି ବରହମପୁର ଗିରି ରୋଡରେ ଘଟିଛି । ତେବେ ଏହି ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।


