Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଯୁକ୍ତିବିଦ୍ୟା ମାନବଜାତିକୁ ଅଭୂତପୂର୍ବ ସ୍ତରରେ ପହଞ୍ଚ ବିସ୍ତାର କରିବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିଥାଏ: ଡକ୍ଟର ପି. କେ. ମିଶ୍ର
ଜାତୀୟ ଖବର

ପ୍ରଯୁକ୍ତିବିଦ୍ୟା ମାନବଜାତିକୁ ଅଭୂତପୂର୍ବ ସ୍ତରରେ ପହଞ୍ଚ ବିସ୍ତାର କରିବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିଥାଏ: ଡକ୍ଟର ପି. କେ. ମିଶ୍ର

May 20, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ବିହାରର ରାଜଗିରଠାରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇଛନ୍ତି। ସେ ୧୪ଟି ରାଷ୍ଟ୍ରର ୨୨୧ ସ୍ନାତକଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଶିକ୍ଷାଗତ ସଫଳତାକୁ କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ଉପରେ ନିର୍ମିତ ଏକ ମାଇଲଖୁଣ୍ଟ ଭାବରେ ଚିହ୍ନିତ କରିଛନ୍ତି। ପ୍ରାଚୀନ ନାଳନ୍ଦା ମହାବିହାରକୁ ଇତିହାସର ସର୍ବୋତ୍ତମ ଶିକ୍ଷା କେନ୍ଦ୍ର ମଧ୍ୟରୁ ଅନ୍ୟତମ ରୂପେ ସ୍ୱୀକାର କରି ଡକ୍ଟର ମିଶ୍ର କହିଛନ୍ତି, କେତେକ ବିଶ୍ୱବିଦ୍ୟାଳୟ କେବଳ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ନାଳନ୍ଦା ଭଳି ଆଉ କିଛି ବିଶ୍ୱବିଦ୍ୟାଳୟ ସଭ୍ୟାତାଗତ ପ୍ରତୀକ ହୋଇଥା’ନ୍ତି।


ସ୍ଥାନୀୟ ଅଞ୍ଚଳର ଐତିହାସିକ ଏବଂ ଭୌଗୋଳିକ ଗୁରୁତ୍ୱ ଉପରେ ଆଲୋକପାତ କରି ଡକ୍ଟର ମିଶ୍ର ନାଳନ୍ଦାର ମୂଳ ଦର୍ଶନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଜ୍ଞାନ ଆଲୋଚନା ପାଇଁ ଉନ୍ମୁକ୍ତ ରହିବା ଉଚିତ। ଏଥିରେ ବିଭିନ୍ନ ବିଷୟ ମଧ୍ୟରେ ସଂଯୁକ୍ତ ହେବା ଉଚିତ ଏବଂ ଏହା ମାନବତାର ବୃହତ କଲ୍ୟାଣ ପାଇଁ ନିର୍ଦ୍ଦେଶିତ ହେବା ଉଚିତ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ବିଶ୍ୱବିଦ୍ୟାଳୟର ନୂତନ ନେଟ୍ ଜିରୋ କ୍ୟାମ୍ପସକୁ ସେ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଭଗବାନ ବୁଦ୍ଧ ଜ୍ଞାନ ଲାଭ ସ୍ଥାନ ବୋଧଗୟାର ସ୍ମରଣ କରିଥିଲେ । ଡକ୍ଟର ମିଶ୍ର କହିଥିଲେ ଯେ ବାସ୍ତବରେ ସମଗ୍ର ଏସିଆ ମହାଦେଶ ଭଗବାନ ବୁଦ୍ଧଙ୍କ ଶିକ୍ଷାରୁ ବହୁତ ଲାଭ ପାଇଛି । ଏହି ମହାନ ବିଶ୍ୱବିଦ୍ୟାଳୟରୁ ଶିକ୍ଷାର ଆଲୋକ ସାରା ବିଶ୍ୱରେ ପରିବ୍ୟାପ୍ତ ହେବ ବୋଲି ମୋର ବିଶ୍ୱାସ ରହିଛି ।


ବର୍ତ୍ତମାନର ଯୁଗର ବ୍ୟାପକ ପରିଦୃଶ୍ୟ ଉପରେ ମତ ରଖି ଡକ୍ଟର ମିଶ୍ର ଏକବିଂଶ ଶତାବ୍ଦୀର ବିରୋଧାଭାସ ସମ୍ପର୍କରେ ସୂଚାଇ ଦେଇଥିଲେ । ଏଠାରେ ମାନବଜାତି କୃତ୍ରିମ ବୁଦ୍ଧିମତ୍ତା, ବାୟୋଟେକ୍ନୋଲୋଜି ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ଅଭୂତପୂର୍ବ ପ୍ରଯୁକ୍ତିବିଦ୍ୟା କ୍ଷମତା ରଖିଛି। ତଥାପି, ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ଭୂରାଜନୈତିକ ସଂଘର୍ଷ ଏବଂ ବଢ଼ୁଥିବା ସାମାଜିକ ଧ୍ରୁବୀକରଣ ସମେତ ଗଭୀର ଅନିଶ୍ଚିତତା ମଧ୍ୟ ଦେଖା ଦେଇଛି । ଆମେ ଅଧିକ ସୂଚନା କିମ୍ବା ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରିପାରିବା କି ନାହିଁ ତାହା ମାନବଜାତି ଆଗରେ ସବୁଠାରୁ ବଡ଼ ପ୍ରଶ୍ନ ନୁହେଁ, ବରଂ ଜ୍ଞାନ, ବିବେକ, ନୈତିକତା, କରୁଣା ଏବଂ ମାନବୀୟ ଉତ୍ତରଦାୟିତ୍ୱ ଏହାସହ ଜଡ଼ିତ ହେବ କି ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ ବୋଲି ଡକ୍ଟର ମିଶ୍ର ଜୋର ଦେଇ କହିଥିଲେ ।


ନାଳନ୍ଦାର ମୂଳ ବୌଦ୍ଧିକ ପରମ୍ପରା ଉପରେ ଆଲୋକପାତ କରି, ଡକ୍ଟର ମିଶ୍ର ଏହାର ଆନ୍ତଃବିଷୟ ଆଧାରିତ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସେ ଆଧୁନିକ ବୌଦ୍ଧିକ ନିଷ୍କ୍ରିୟତାର ପ୍ରତିକାର ରୂପେ ‘ବାଦ’, ଅର୍ଥାତ୍ ଗଭୀର ଆଲୋଚନା ଏବଂ ଅନ୍ୱେଷଣକୁ ବିକଶିତ କରିବା ଉପରେ ଜୋର ଦେଇଥିଲେ । ଏହାସହିତ ସେ ଚେତାଇ ଦେଇ କହିଥିଲେ, ପ୍ରଯୁକ୍ତିବିଦ୍ୟା ତୁରନ୍ତ ଉତ୍ତର ଦେଇ ପାରେ, ହେଲେ ଏହା ନୈତିକ ତର୍କ ଏବଂ ନୈତିକ ଉତ୍ତରଦାୟିତ୍ୱର ସ୍ଥାନ ଗ୍ରହଣ କରିପାରିବ ନାହିଁ । ଏହା ମଧ୍ୟ ମାନବୀୟ ଅର୍ଥ, ପୀଡ଼ା, ମର୍ଯ୍ୟାଦା କିମ୍ବା ଆକାଂକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବ ନାହିଁ। ‘‘ସୂଚନା ହରାଇ ଦେଲେ ନୁହେଁ, ବରଂ ଆତ୍ମଚିନ୍ତନ ଏବଂ ସ୍ୱାଧୀନ ଚିନ୍ତାଧାରା କ୍ଷମତା ହରାଇଲେ ସଭ୍ୟତାଗୁଡ଼ିକର ପତନ ହୋଇଥାଏ’’, ଡକ୍ଟର ମିଶ୍ର ଦୃଢ଼ ଭାବରେ କହିଥିଲେ।
ଔପନିବେଶିକ ଆଧିପତ୍ୟର ଐତିହାସିକ ପ୍ରଭାବ ବିଷୟରେ ମତ ରଖି ଡକ୍ଟର ମିଶ୍ର କହିଥିଲେ, ଏହା ବୌଦ୍ଧିକ ଢାଞ୍ଚାକୁ ପରିବର୍ତ୍ତନ କରିଥିଲା। ଏହାସହିତ ଆୟୁର୍ବେଦ, ବୌଦ୍ଧିକ ଜ୍ଞାନତତ୍ତ୍ୱ ଏବଂ ଅର୍ଥଶାସ୍ତ୍ର ଭଳି ସାମଗ୍ରିକ ସ୍ୱଦେଶୀ ପରମ୍ପରାକୁ ବିଲୋପ କରିଦେଇଥିଲା। ଏକବିଂଶ ଶତାବ୍ଦୀକୁ ବୌଦ୍ଧିକ ଉପନିବେଶୀକରଣର ସମୟ ଭାବରେ ସେ ଅଭିହିତ କରିଥିଲେ । ବିଶ୍ୱ ବିଚାରବିମର୍ଶରେ ସ୍ୱଦେଶୀ ଚିନ୍ତାଧାରା ଏବଂ ଜ୍ଞାନ ପ୍ରଣାଳୀର ଯୋଗଦାନ ନିମନ୍ତେ ସଭ୍ୟତାଗତ ଆତ୍ମବିଶ୍ୱାସର ପୁନରୁଦ୍ଧାର ଲାଗି ଡ. ମିଶ୍ର ଆହ୍ୱାନ କରିଥିଲେ। ‘‘ନାଳନ୍ଦା ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର ଭାରତର ସେହି ବିଶ୍ୱାସକୁ ପ୍ରତିଫଳିତ କରେ ଯାହା କହିଥାଏ ଯେ ଉନ୍ମୁକ୍ତତା, ବହୁଳତାବାଦ, ଆଲୋଚନା ଏବଂ ଅନ୍ୱେଷଣ ମାନବତାର ଭବିଷ୍ୟତ ପାଇଁ ଅତ୍ୟାବଶ୍ୟକ ଅଟେ,’’ ସେ ଉଲ୍ଲେଖ କରିଥିଲେ।


ଶିକ୍ଷାର ସାର୍ବଜନୀନକରଣ ଲାଗି ଭାରତର ପ୍ରତିବଦ୍ଧତା ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରି ଡକ୍ଟର ମିଶ୍ର ବହୁବିଧ ଶିକ୍ଷା, ବହୁଭାଷୀ ଶିକ୍ଷା ଏବଂ ଭାରତୀୟ ଜ୍ଞାନ ପ୍ରଣାଳୀର ଆନୁଷ୍ଠାନିକ ସମନ୍ୱୟ ଉପରେ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ବିଷୟରେ କହିଥିଲେ । ସେ ଦେଶର ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ପଦକ୍ଷେପ ବିଷୟରେ କହିଥିଲେ ଯେଉଁଥିରେ ପାଣ୍ଡୁଲିପି ପାଇଁ ଜାତୀୟ ମିଶନ ଏବଂ ଡିଜିଟାଲ ଲାଇବ୍ରେରୀ ସାମିଲ ରହିଛି । ଏସବୁ ପଦକ୍ଷେପ ଲକ୍ଷ ଲକ୍ଷ ପ୍ରାଚୀନ ଶାସ୍ତ୍ରକୁ ସକ୍ରିୟ ଭାବରେ ସଂରକ୍ଷିତ କରିବା ସହିତ ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ଅନ୍ତର୍ଜାତୀୟ ସ୍ତରରେ ଅପବ୍ୟବହାରକୁ ରୋକିଥାଏ ବୋଲି ସେ କହିଥିଲେ ।
ଜ୍ଞାନ ପ୍ରତିବନ୍ଧକ ହ୍ରାସ କରିବା ପାଇଁ ପ୍ରୟାସ ବିଷୟରେ ଆହୁରି ବିସ୍ତୃତ ଭାବରେ ବର୍ଣ୍ଣନା କରି, ଡକ୍ଟର ମିଶ୍ର ସ୍ୱଦେଶୀ ଭାଷା ଅନୁବାଦ ପାଇଁ ଭାଷିନୀ ଏବଂ ବିଶ୍ୱସ୍ତରୀୟ ଗବେଷଣା ପତ୍ରିକାର ଉପଲବ୍ଧତାକୁ ସାର୍ବଜନୀନ କରିବା ପାଇଁ ଡିଜାଇନ୍ ହୋଇଥିବା ଏକ ରାଷ୍ଟ୍ର ଏକ ସବସ୍କ୍ରିପସନ୍ କାର୍ଯ୍ୟକ୍ରମ ଭଳି ଏଆଇ-ଚାଳିତ ପଦକ୍ଷେପଗୁଡ଼ିକର ଉଲ୍ଲେଖ କରିଥିଲେ।


କୃତ୍ରିମ ବୁଦ୍ଧିମତ୍ତାର ଗଭୀର ଏବଂ ବ୍ୟାପକ ପ୍ରଭାବକୁ ବିଶ୍ଳେଷଣ କରି ଡକ୍ଟର ମିଶ୍ର ନୈତିକତା, ପକ୍ଷପାତ, ଗୋପନୀୟତା ଏବଂ ମାନବୀୟ ସ୍ୱାୟତ୍ତତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ। ସେ ଚେତାବନୀ ଦେଇଥିଲେ ଯେ ମୁଖ୍ୟତଃ ଇଂରାଜୀ ଭାଷା ଏବଂ ପାଶ୍ଚାତ୍ୟ ଡାଟାସେଟ୍ ଉପରେ ତାଲିମପ୍ରାପ୍ତ ଏଆଇ ମଡେଲଗୁଡ଼ିକ ଏସିଆ ଏବଂ ଗ୍ଲୋବାଲ ସାଉଥର କୃଷି, ଚିକିତ୍ସା କିମ୍ବା ଜଳବାୟୁ ବାସ୍ତବତାକୁ ପର୍ଯ୍ୟାପ୍ତ ଭାବରେ ଦର୍ଶାଇ ନପାରନ୍ତି । ଏହାଦ୍ୱାରା ପ୍ରଯୁକ୍ତିବିଦ୍ୟା ମଡେଲ ଏବଂ ସ୍ଥାନୀୟ ବାସ୍ତବତା ମଧ୍ୟରେ ଏକ ବିପଜ୍ଜନକ ବ୍ୟବଧାନ ସୃଷ୍ଟି କରିବାର ଆଶଙ୍କା ବ୍ୟକ୍ତ କରେ।
ଏହାର ପ୍ରତିକ୍ରିୟା ସ୍ୱରୂପ, ଡକ୍ଟର ମିଶ୍ର ଘରୋଇ ପ୍ରଯୁକ୍ତିବିଦ୍ୟା କ୍ଷମତା ନିର୍ମାଣ ଏବଂ ଜ୍ଞାନ ସାର୍ବଭୌମତ୍ୱ ସୁନିଶ୍ଚିତ କରିବା ପାଇଁ ଇଣ୍ଡିଆଏଆଇ ମିଶନ ଭଳି ପଦକ୍ଷେପର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।


ଡକ୍ଟର ମିଶ୍ର କହିଥିଲେ, ଏସିଆ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପରିବର୍ତ୍ତନ ବିନ୍ଦୁରେ ସ୍ଥାନିତ ହୋଇଛି । ଏହି କ୍ଷେତ୍ରର ରାଷ୍ଟ୍ରଗୁଡ଼ିକର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ହାସଲ କରୁଛନ୍ତି । ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତ ଏକ ଉଜ୍ଜ୍ୱଳ ରାଷ୍ଟ୍ରରେ ପରିଣତ ହୋଇଛି । ଭାରତକୁ ପୁଣି ଥରେ ବିଶ୍ୱର ପ୍ରମୁଖ ଜ୍ଞାନ କେନ୍ଦ୍ର ଭାବରେ ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ସହାବସ୍ଥାନ ଉପରେ ଆଧାରିତ ଏକ ବିକାଶ ମଡେଲ ପାଇଁ ପରାମର୍ଶ ଦେଇଥିଲେ, ଯାହା ଆର୍ଥିକ ପ୍ରତିଯୋଗିତାକୁ ଦୀର୍ଘସ୍ଥାୟିତ୍ୱ ଏବଂ ସାମାଜିକ ସମନ୍ୱୟ ସହ ସନ୍ତୁଳିତ କରିବ।
ଡକ୍ଟର ମିଶ୍ର ସ୍ନାତକ ଛାତ୍ର ଏବଂ ଗବେଷକମାନଙ୍କୁ ‘‘କାନ୍ଥ ବିନା କାମ କରିବାକୁ’’ ପରାମର୍ଶ ଦେଇଥିଲେ। ନାଳନ୍ଦାର ପ୍ରକୃତ ଖୋଲାପଣରୁ ହିଁ ଶିକ୍ଷା ମିଳିପାରିବ ବୋଲି ସେ କହିଥିଲେ। ସବୁ ସ୍ଥାନରୁ ଭଲ କଥା ଶିଖିବା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିଶ୍ୱସ୍ତରୀୟ ଆହ୍ୱାନର ସମାଧାନ କରିବା ଦିଗରେ ଯୋଗଦାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆହ୍ୱାନ କରିଥିଲେ ।


ଅଭିଭାଷଣ ଶେଷରେ ଡକ୍ଟର ମିଶ୍ର ସ୍ନାତକମାନଙ୍କୁ କହିଥିଲେ, ସେମାନେ ଏକ ବହୁବିଷୟକ ସଭ୍ୟତାଗତ ପରମ୍ପରା ପାଇଛନ୍ତି । ଏହା ଖୋଲା ଅନ୍ୱେଷଣ ଉପରେ ଆଧାରିତ । ନୈତିକତା ବିନା ଶିକ୍ଷା ବିପଜ୍ଜନକ ହୋଇପାରେ ବୋଲି ଚିନ୍ତାଧାରାକୁ ଏହା ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ସେ ହିତୋପଦେଶର ଏକ ସୁନ୍ଦର ଶ୍ଳୋକ ବିଷୟରେ ଉଲ୍ଲେଖ କରିଥିଲେ ଯାହା କହିଥାଏ ଯେ, ଜ୍ଞାନରୁ ବିନମ୍ରତା, ଯୋଗ୍ୟତା, ଧନ, ସଠିକ୍ ଆଚରଣ ଏବଂ ସନ୍ତୋଷ ମିଳିଥାଏ ।
ପ୍ରାଚୀନ ଦୀକ୍ଷାନ୍ତ ସମାରୋହ ଉପରେ ବିଚାର ରଖି ଡକ୍ଟର ମିଶ୍ର ତୈତ୍ତିରୀୟ ଉପନିଷଦର ଉଲ୍ଲେଖ କରିଥିଲେ ଏବଂ ଶିକ୍ଷାବଲ୍ଲୀର ଏକାଦଶ ଅନୁବାକର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ, ଯାହା ସତ୍ୟ କହିବା, ଧର୍ମ ପାଳନ କରିବା ଏବଂ ଅଧ୍ୟୟନରେ କେବେବି ନିଷ୍କ୍ରିୟ ନ ରହିବା ସମେତ ଏକ ନୈତିକ ଜୀବନ ପାଇଁ ଗୁରୁଙ୍କ ସୁବର୍ଣ୍ଣ ନିୟମ ବିଷୟରେ ଶିକ୍ଷା ଦେଇଥାଏ । ଡକ୍ଟର ମିଶ୍ର ଏହା ମଧ୍ୟ କହିଥିଲେ ଯେ ଶିକ୍ଷାର ଉଦ୍ଦେଶ୍ୟ କେବଳ ଜ୍ଞାନ କିମ୍ବା ବୃତ୍ତିଗତ ଦକ୍ଷତା ହାସଲ କରିବା ନୁହେଁ। ଏହା ବିଚାର, ଚରିତ୍ର ଏବଂ ନୈତିକ ଦାୟିତ୍ୱର ବିକାଶ ବୋଲି ସେ କହିଥିଲେ ।


ଏହି ଅବସରରେ ବିହାର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଆତା ହସନେନ୍; ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଚିନ ଚତୁର୍ବେଦୀ; ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ (ପୂର୍ବ) ଶ୍ରୀ ରୁଦ୍ରେନ୍ଦ୍ର ଟଣ୍ଡନ; ବିଶ୍ୱବିଦ୍ୟାଳୟ ପରିଚାଳନା ପରିଷଦ ସଦସ୍ୟ, ଏକାଡେମିକ୍ କାଉନସିଲର ସଦସ୍ୟ; ଅଧ୍ୟାପକ, ସହଯୋଗୀ ରାଷ୍ଟ୍ରଗୁଡ଼ିକର ଦୂତାବାସ ଏବଂ ଉଚ୍ଚାୟୋଗର ମାନ୍ୟଗଣ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

P.K.Mishra
Share. Facebook Twitter LinkedIn Email WhatsApp Copy Link

Related Posts

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ଗାଡ଼ି ପାର୍କିଂରୁ ଆରମ୍ଭ ହେଲା ବିବାଦ: ଏସ୍ ପି ​​ସାଂସଦ ଇକ୍ରା ହାସନ ଅଟକ

May 19, 2026

ଭାରତ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ: ଏକ ବର୍ଷ ମଧ୍ୟରେ ହେବ ଦ୍ୱିତୀୟ ଗସ୍ତ

May 19, 2026

ଆଫଗାନିସ୍ତାନ ଦିନିକିଆ ସିରିଜ ପାଇଁ ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ: ରୋହିତ ଏବଂ ବିରାଟ ସାମିଲ

May 19, 2026
Latest News

ପ୍ରଯୁକ୍ତିବିଦ୍ୟା ମାନବଜାତିକୁ ଅଭୂତପୂର୍ବ ସ୍ତରରେ ପହଞ୍ଚ ବିସ୍ତାର କରିବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିଥାଏ: ଡକ୍ଟର ପି. କେ. ମିଶ୍ର

May 20, 2026

ବୁଧବାରରେ ଏହି ସାତୋଟି ରାଶି ହେବ ମାଲେମାଲ, ମିଳିବ ଅଦୃଶ୍ୟ ଶକ୍ତିର ସାହାଯ୍ୟ

May 20, 2026

ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା

May 20, 2026

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା : ଆଉ ୨ଜଣ ଅଭିଯୁକ୍ତ ଗିରଫ

May 19, 2026

ବଦଳିଲା CRUTର ନାଁ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.