ଭୁବନେଶ୍ଵର : ବଦଳିଲା CRUTର ନାଁ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରୁ ହେଲା କମ୍ପ୍ରିହେନସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ । ସରକାର CRUTର ନାମ ବଦଳାଇଛନ୍ତି । ବାରିପଦା, ଅନୁଗୁଳ, ଝାରସୁଗୁଡା ଓ ବାଲେଶ୍ଵରରେ ଚାଲିବ ଆମ ବସ । ଆମ ବସ ସେବା ସଂପୂର୍ଣ୍ଣ ଇଭି ହେବା ନେଇ ନଗର ଉନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । କଟକ, ଭୁବନେଶ୍ବର ଓ ରାଉରକେଲା ପାଇଁ 100 ଟି ଇଭି ବସ ଆସିବା । ସମ୍ବଲପୁର ଓ ବ୍ରହ୍ମପୁରରେ ମଧ୍ୟ 100 ଇଭି ବସ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ।


