ଭୁବନେଶ୍ଵର : ୪୦ତମ କ୍ୟାବିନେଟ୍ ବୈଠକ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଆଇନ ବିଭାଗର ୩୫୮ଟି ଆମେଣ୍ଡମେଣ୍ଟ ଆକ୍ଟ ଉଚ୍ଛେଦ କରାଯାଇଛି । ଲ’ କମିଶନଙ୍କ ରିପୋର୍ଟ ଆଧାରରେ ଉଚ୍ଛେଦ ହୋଇଛି । ଜିଲ୍ଲା ଏବଂ ସିଭିଲ୍ କୋର୍ଟ ଅଣ-ନ୍ୟାୟିକ କର୍ମଚାରୀ ସେବା ନିୟମ ସଂଶୋଧନ କରାଯାଇଛି । HC ଓ ଜିଲ୍ଲା କୋର୍ଟ ମ୍ୟାନେଜରଙ୍କ ସେବାକୁ ନିୟମିତକରଣ ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି । ଗ୍ରୁପ D ରୁ ଜୁନିଅର କ୍ଳର୍କ , କୋର୍ଟ ନନ – ଜୁଡିସିଆଲ ଷ୍ଟାଫଙ୍କୁ ପ୍ରମୋଶନ, ଏଣିକି ମହିଳା ମତ୍ସଜୀବୀଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ୮୫୪ କୋଟିର ଗ୍ରିଡ୍, ୩୫୮ ଆଇନ୍ ରଦ୍ଦ ଆଦି ରହିଛି ।
ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ନିଯୁକ୍ତି ମିଳିବ। ନୂଆ ‘ଓଡ଼ିଶା ମେରିନ୍ ଫିସିଂ ରେଗୁଲେସନ୍ ଆକ୍ଟ 2026’ ଆସିବ। ଯେଉଁଥିରେ ବେଆଇନ୍ ମାଛଧରା ବନ୍ଦ ହେବ। ଆର୍କିଓଲୋଜିକାଲ୍ କ୍ୟୁରେଟର୍ ସର୍ଭିସ୍ ରୁଲ୍ 2026ରେ ନିଯୁକ୍ତି ଓ ପଦୋନ୍ନତି ନିୟମ ତିଆରି ହେବ।


