ଭୁବନେଶ୍ଵର : ୧୦ ଦିନ ମଧ୍ୟରେ ପୁଣିଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ବୃଦ୍ଧି ପାଇଛି। ଗତ ୧୦ ଦିନ ଭିତରେ ଏହା ତୃତୀୟ ବୃଦ୍ଧି। ପୂର୍ବରୁ ମେ ୧୫ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିଲା। ତା’ପରେ ମେ ୧୯ ତାରିଖରେ ପେଟ୍ରୋଲ ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଥିଲା। ଏହିପରି ଗତ ୧୦ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୋଟ ୫ଟଙ୍କା ମହଙ୍ଗା ହୋଇଛି।
ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୭ ପଇସା ବୃଦ୍ଧି ପାଇ ୯୮.୬୪ ଟଙ୍କା ପ୍ରତି ଲିଟରରୁ ୯୯.୫୧ ଟଙ୍କା ପ୍ରତି ଲିଟର ହୋଇଛି। ଡିଜେଲ ମୂଲ୍ୟ ୯୧ ଟଙ୍କା ବୃଦ୍ଧି ପାଇଁ ୯୧.୫୮ ଟଙ୍କା ପ୍ରତି ଲିଟରରୁ ୯୨.୪୯ ଟଙ୍କା ବୃଦ୍ଧି ପାଇଛି।


