Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ
ଜାତୀୟ ଖବର

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଇୟୁଜେନିକ୍ସ ହେୟାର ସାଇନ୍ସେସ
ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଓ ବିଶ୍ୱସନୀୟ ହେୟାର୍ ରିଷ୍ଟୋରେସନ୍ ଏବଂ ହେୟାର୍ ଟ୍ରାନ୍ସପ୍ଲାଂଟ ସଂସ୍ଥାମାନଙ୍କ ମଧ୍ୟରେ ଅଗ୍ରଣୀ, ଇୟୁଜେନିକ୍ସ ହେୟାର ସାଇନ୍ସେସ,  ଭୁବନେଶ୍ୱରରେ ଏହାର ଆଧୁନିକ ଓ ବିଶ୍ୱସ୍ତରୀୟ କ୍ଲିନିକ୍‌ର ଶୁଭାରମ୍ଭ କରିଛି। ଏହା ଓଡ଼ିଶାରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ ସେବା ପହଂଚାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ଆଇଆରସି ଭିଲେଜ୍‌ର ଭିଆଇପି କଲୋନୀ, ପ୍ଲଟ୍ ନମ୍ବର ୩୯-ସିରେ ଅବସ୍ଥିତ ଏହି ପ୍ରିମିୟମ୍ ତିନିମହଲା ବିଶିଷ୍ଟ କ୍ଲିନିକ୍‌କୁ ଆନ୍ତର୍ଜାତୀୟ ମାନଦଣ୍ଡର ଚିକିତ୍ସା ସେବା, ପ୍ରଯୁକ୍ତି, ଭିତିଭୂମି ଓ ରୋଗୀ ଅନୁଭବ ସହିତ ଉନ୍ନତ ହେୟାର୍ ରିଷ୍ଟୋରେସନ୍ ଚିକିତ୍ସା ପ୍ରଦାନ ପାଇଁ ଡିଜାଇନ୍ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଭିନେତା, ସୁରେନ୍ଦ୍ର ପାଲ୍‌, ଲୋକପ୍ରିୟ ଗାୟକ ମିକା ସିଂହ, ଦିଲିପ୍ ତିର୍କୀ, ପ୍ରେମାନନ୍ଦ ଏବଂ ସୁଦର୍ଶନ ପଟନାୟକଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ। ୨୦୦୮ ମସିହାରେ ପ୍ରସିଦ୍ଧ ହେୟାର୍ ଟ୍ରାନ୍ସପ୍ଲାଂଟ ବିଶେଷଜ୍ଞ, ଡ଼ଃ ପ୍ରଦୀପ ସେଠୀ ଏବଂ ଡ଼ଃ ଅରୀକା ବଂଶଲଙ୍କ ଦ୍ୱାରା ସ୍ଥାପିତ ଇୟୁଜେନିକ୍ସ ହେୟାର ସାଇନ୍ସ ଭାରତରେ ହେୟାର୍ ରିଷ୍ଟୋରେସନ୍ କ୍ଷେତ୍ରରେ ଏକ ପ୍ରମୁଖ ପଥପ୍ରଦର୍ଶକ ଭାବେ ପରିଚିତ ହୋଇଉଠିଛି।

ଏହି ଅବସରରେ ଡକ୍ଟର ପ୍ରଦୀପ ସେଠୀ କହିଛନ୍ତି, “ଆମର ଭୁବନେଶ୍ୱର କ୍ଲିନିକର ଲଂଚ୍ ଇୟୁଜେନିକ୍ସ ହେୟାର ସାଇନ୍ସେସ ପାଇଁ ଏକ ଗୌରବମୟ ମୁହୂର୍ତ। ଆଡ୍‌ଭାନ୍ସଡ ଆଏସ୍ଥେଟିକ ଓ ହେୟାର ରିଷ୍ଟୋରେଶନ ସମାଧାନ ସମ୍ପର୍କରେ ବର୍ଦ୍ଧିତ ସଚେତନତା ପାଇଁ ଓଡିଶା ହେଉଛି ଏକ ଉଦୀୟମାନ ବଜାର। ଆମେ ରାଜ୍ୟର ଲୋକମାନଙ୍କ ପାଇଁ ବିଶ୍ୱସ୍ତରୀୟ ବିଶେଷଜ୍ଞତା, ଟେକ୍ନୋଲୋଜି ଓ ରୋଗୀ ଚିକିତ୍ସା ଆଣି ଖୁସି ଅନୁଭବ କରୁଛୁ।” ସଂସ୍ଥାପକଦ୍ୱୟ ବୈପ୍ଳବିକ ଡ଼ିଏଚଟି(ଡାଇରେକ୍ଟ ହେୟାର୍ ଟ୍ରାନ୍ସପ୍ଲାଂଟ) ଟେକ୍ନୋଲୋଜିର ଉଦ୍ଭାବକ ଭାବେ ପରିଚିତ, ଯାହା ଅଧିକ ସଠିକତା, ପ୍ରାକୃତିକ ଘନତା ଓ ଉତ୍କୃଷ୍ଟ ପରିଣାମ ସହିତ ଆଧୁନିକ ହେୟାର୍ ଟ୍ରାନ୍ସପ୍ଲାଂଟ ପ୍ରକ୍ରିୟାକୁ ପରିବର୍ତନ କରିଛି।

ବର୍ଷକାଳ ଧରି ଇୟୁଜେନିକ୍ସ ହେୟାର ସାଇନ୍ସେସ ୨୦,୦୦୦ରୁ ଅଧିକ ହେୟାର୍ ଟ୍ରାନ୍ସପ୍ଲାଂଟ ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ କରିଛି ଏବଂ ହେୟାର୍ ରିଷ୍ଟୋରେସନ୍ କ୍ଷେତ୍ରରେ ୩୦ ବର୍ଷରୁ ଅଧିକ ସାମୁହିକ ଅନୁଭବ ରଖିଛି। ବଲିଉଡ୍ ସେଲିବ୍ରିଟି, ଭାରତୀୟ ଓ ଆନ୍ତର୍ଜାତୀୟ କ୍ରିକେଟର, ପ୍ରସିଦ୍ଧ ବ୍ୟକ୍ତିତ୍ୱ, ବ୍ୟବସାୟୀ ଓ ବିଶ୍ୱର ୯୦ରୁ ଅଧିକ ଦେଶର ରୋଗୀମାନଙ୍କ ମଧ୍ୟରେ ଏହି ସଂସ୍ଥା ଆସ୍ଥା ଅର୍ଜନ କରିଛି। ଭୁବନେଶ୍ୱର କ୍ଲିନିକ୍‌ର ବିଶେଷତାଗୁଡିକ ଯେପରିକି, ତିନିମହଲା ବିଶିଷ୍ଟ ଆଧୁନିକ ଅପରେସନାଲ୍ ଭିତିଭୂମି,  ୩ଟି ନିର୍ଦ୍ଦିଷ୍ଟ ଓଟି ରୁମ୍‌, ଅନୁଭବୀ ଡାକ୍ତର ଓ ପ୍ରଶିକ୍ଷିତ ଚିକିତ୍ସାକର୍ମୀ ଦଳ, ଡ଼ିଏଚଟି ଟେକ୍ନୋଲୋଜି – ହେୟାର୍ ରିଷ୍ଟୋରେସନ୍‌ର ବିଶ୍ୱସ୍ତରୀୟ ଗୋଲ୍ଡ ଷ୍ଟାଣ୍ଡାର୍ଡ, ଯାହାକୁ ଇୟୁଜେନିକ୍ସ ସଂସ୍ଥାପକମାନେ ଉନ୍ନତ କରିଛନ୍ତି ଏବଂ ପ୍ରିମିୟମ୍ ରୋଗୀ ପରାମର୍ଶ ଓ ଚିକିତ୍ସା ସୁବିଧା

ଉନ୍ନତ ହେୟାର୍ ଟ୍ରାନ୍ସପ୍ଲାଂଟ ପ୍ରକ୍ରିୟା ସହିତ, ଏହି କ୍ଲିନିକ୍‌ରେ ହେୟାର୍ ଲସ୍ ପରାମର୍ଶ ଓ ପିଆରପି, ଜିଏଫସି ସହିତ ଅନ୍ୟାନ୍ୟ ଆଧୁନିକ ହେୟାର୍ ରିଷ୍ଟୋରେସନ୍ ସମାଧାନ ମଧ୍ୟ ପ୍ରଦାନ କରାଯିବ। ଭୁବନେଶ୍ୱରରେ ଇୟୁଜେନିକ୍ସ ହେୟାର ସାଇନ୍ସେସର ଶୁଭାରମ୍ଭ ମାଧ୍ୟମରେ ଓଡ଼ିଶା ଓ ପୂର୍ବ ଭାରତର ରୋଗୀମାନଙ୍କୁ ମହାନଗରକୁ ଯିବାର ଆବଶ୍ୟକତା ବିନା ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରହିଛି।

ବର୍ଷକାଳ ଧରି ଇୟୁଜେନିକ୍ସ କେବଳ ହେୟାର୍ ରିଷ୍ଟୋରେସନ୍‌ରେ ନିଜର ନିଷ୍ଠାପୂର୍ଣ୍ଣ ଓ ଅତୁଟ ଧ୍ୟାନ ମାଧ୍ୟମରେ ନିଜର ପରିଚୟ ଗଢ଼ିଉଠିଛି। ଏହି ବିଶେଷୀକୃତ ଦୃଷ୍ଟିକୋଣ ଫଳରେ ସଂସ୍ଥା ୨,୫୦,୦୦୦ ଘଂଟାରୁ ଅଧିକ ସାମୁହିକ ହେୟାର୍ ରିଷ୍ଟୋରେସନ୍ ଅନୁଭବ ଅର୍ଜନ କରିଛି, ଯାହା ଉତ୍କୃଷ୍ଟ ରୋଗୀ ପରିଣାମ, ପ୍ରାକୃତିକ ଏସ୍ଥେଟିକ, ଆଧୁନିକ କରେକ୍ଟିଭ୍ ପ୍ରକ୍ରିୟା ଓ ବିଶ୍ୱସ୍ତରୀୟ ରୋଗୀ ସେବା ମାନଦଣ୍ଡ ପ୍ରଦାନକୁ ସମ୍ଭବ କରିଛି।

ଏହି ବର୍ଷର ଆରମ୍ଭରେ ଏକ ଐତିହାସିକ ସଫଳତାରେ, ଇୟୁଜେନିକ୍ସ ହେୟାର ସାଇନ୍ସେସ “ୱାର୍ଲ୍ଡ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆ”ରେ ଏକ ସିଙ୍ଗଲ୍ ହେୟାର୍ ଟ୍ରାନ୍ସପ୍ଲାଂଟ ସିଟିଂରେ ସର୍ବାଧିକ ୧୧,୪୨୩ ଗ୍ରାଫ୍ଟ ସମ୍ପନ୍ନ କରିବାର ବିଶ୍ୱରେକର୍ଡ ସୃଷ୍ଟି କରିଛି, ଯାହା ଭାରତରୁ ଉନ୍ନତ ହେୟାର୍ ରିଷ୍ଟୋରେସନ୍ କ୍ଷେତ୍ରରେ ଏକ ନୂଆ ଆନ୍ତର୍ଜାତୀୟ ମାନଦଣ୍ଡ ସ୍ଥାପନ କରିଛି।

Hair Spa ଇୟୁଜେନିକ୍ସ ହେୟାର ସାଇନ୍ସେସ
Share. Facebook Twitter LinkedIn Email WhatsApp Copy Link

Related Posts

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Latest News

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.