ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆୟୋଜିତ ‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ଏଭଳି ଚିନ୍ତନମୂଳକ ମଞ୍ଚର ପ୍ରମୁଖ ଭୂମିକା ରହିବ। ପ୍ରତି କ୍ଷେତ୍ରରେ ନୂଆ ଚିନ୍ତାଧାରା ଏକାଠି ହେଲେ ହିଁ ସମାଜରେ ପରିବର୍ତ୍ତନ ସମ୍ଭବ ହୋଇପାରିବ ବୋଲି ଶ୍ରୀମତୀ ପରିଡା ମତପ୍ରକାଶ କରିଛନ୍ତି। ଉଦଘାଟନୀ ଅଧିବେଶନରେ ରାଜ୍ୟ ବଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟସଭା ସାଂସଦ ରାଘବ ଚଢା ପ୍ରମୁଖ ଉପସ୍ଥିତ ଥିଲେ।


