ଭୁବନେଶ୍ଵର; ତାସକେଣ୍ଟରେ ଅନୁଷ୍ଠିତ ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପରେ ଓଡ଼ିଶାର ଜିମ୍ନାଷ୍ଟ ପ୍ରଣତି ନାୟକ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ମହିଳା ଭଲ୍ଟରେ ୧୩ ଦଶମିକ ୦୨୫ ସ୍କୋର କରି ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିଛି।


