ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳ ଛକରେ ଅବସ୍ଥିତ ଭୈରବ ବନ୍ଧରେ ଦୁଇ ଛାତ୍ରଙ୍କ ସଲ୍ଲିଳ ସମାଧୀ ଘଟିଛି। ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣେ ବିଶିଷ୍ଟ ଔଷଧ ବ୍ୟବସାୟୀଙ୍କ ପୁଅ ଓ ଅନ୍ୟ ଜଣେ ମିଶି ଖରାର ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ପାଣିରେ ପହଁରିବା ସମୟରେ ଅସାବଧାନତା ବଶତଃ ବୁଡି ଯାଇ ପ୍ରାଣ ହରାଇଛନ୍ତି। ଦୁହିଁଙ୍କ ଶବକୁ ବ୍ରହ୍ମପୁର ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି।


