Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପଲିଟେକନିକ୍ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ କମାପଲ୍ଲୀ ବୈଦ୍ୟନାଥ ନଗର ଠାରେ ଭଡ଼ା ଘରେ ରହୁଥିବା ଜଣେ ଛାତ୍ରର ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ବ୍ରହ୍ମପୁର ପଲିଟେକନିକ୍ ଅନୁଷ୍ଠାନର ମେକାନିକାଲ ବିଭାଗର ଛାତ୍ର ଓ ତାଙ୍କର ନାମ ସାଗର ବେହେରା ବୋଲି ଜଣାପଡିଛି।

ସେ ଅନ୍ୟ ଜଣେ ସାଙ୍ଗ ସହିତ ଏକ ଭଡ଼ା ଘରେ ରହୁଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଛାତ୍ର ମୃତ୍ୟୁର କାରଣ ଜଣାପଡ଼ିନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟଙ୍କା ଠକେଇ ଅଭିଯୋଗରେ ଯୁବକ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ମୃତ୍ୟୁଞ୍ଜୟ ପାଢ଼ୀ ନାମରେ ଜଣେ ଠକ ଯୁବକକୁ ବୈଦ୍ୟନାଥ ପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉକ୍ତ ଠକ ଯୁବକ ମୃତ୍ୟୁଞ୍ଜୟ ବିଭିନ୍ନ ବ୍ୟବସାୟ  ଲୋଭ ଦେଖାଇ ଚନ୍ଦ୍ରମଣିପେଟା ସାହିର ସତ୍ୟନାରାୟଣ ସାମଲ ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ୨୭ ଲକ୍ଷ ଟଙ୍କା, ଏସ୍ କେ ଅନୱର ନାମରେ ଜଣେ ଯୁବକ ଠାରୁ ୨୦ ଲକ୍ଷ, ସନ୍ଦୀପ କୁମାର ପାତ୍ର ଠାରୁ ୪ ଲକ୍ଷ ୫୦ ହଜାର, ଅଲେଖ ସାହୁ ଠାରୁ ୮ ଲକ୍ଷ ଓ ସନ୍ଦୀପ କୁମାର ଯେନା ନାମରେ ଜଣେ ଯୁବକଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଏହି ଭଳି ସେ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ଅଭିନବ ଉପାୟରେ ବ୍ୟବସାୟ ରେ ଟଙ୍କା ଲଗାଇ ଦୁଇ ଗୁଣ କରାଇଦେବାର ଲୋଭ ଦେଖାଇ ଠକି ଚାଲିଥିଲା।

ପରବର୍ତ୍ତୀ ସମୟରେ ସେ ଟଙ୍କା ନେଇ ଥିବା ଲୋକଙ୍କୁ ଚେକ୍ ମଧ୍ୟ ଦେଇଥିଲା,ଯେ ବ୍ୟବସାୟ ନହେଲେ ଟଙ୍କା ଫେରାଇବାକୁ ଚୁକ୍ତି କରିଥିଲା। କିନ୍ତୁ ଉକ୍ତ ଚେକ୍ ନେଇ ଟଙ୍କା ଦେଇ ଥିବା ବ୍ୟକ୍ତି ଗଣ ବ୍ୟାଙ୍କ କୁ ଦେଖିଲା ବେଳକୁ ତାର ବ୍ୟାଙ୍କ ଏକାଉଣ୍ଟ୍ ରେ ଜିରୋ ବାଲାନ୍ସ୍ ରହିଛି। ଏହି ଭଳି ପରିସ୍ଥିତିରେ ଟଙ୍କା ଦେଇ ଥିବା ଲୋକଙ୍କ ସନ୍ଦେହ ସ୍ରୁଷ୍ଟି ହୋଇଥିଲା, ଯାହା ଫଳରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ବୈଦ୍ୟନାଥ ପୁର ଥାନା ପୋଲିସ ୪୫୧/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଉକ୍ତ ଠକ ଠକ ଯୁବକ କୁ ନେଇ ଥାନା ରେ ଜେରା କରିବା ପରେ ପୋଲିସ ବହୁ ତଥ୍ୟ ହାସଲ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୈଦ୍ୟନାଥ ପୁର ଥାନା ରାମନଗର ୩ ୟ ଗଳିରେ ରହୁଥିବା ସୁନୀତା ପଣ୍ଡା ନାମ୍ନୀ ଜନୈକ ମହିଳାଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ସ୍ବାମୀଙ୍କ ନାମ ସୁଶାନ୍ତ ପଣ୍ଡା ଓ ଉଭୟେ ଉକ୍ତ ଘରେ ରହୁଥିଲେ। ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି।

ମହିଳାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ପାରିବାରିକ ଗଣ୍ଡଗୋଳ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସାହିପଡିଶା ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭର ମଧ୍ୟରେ ମାରପିଟ୍, ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବଡଡାକ୍ତରଖାନାରେ ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭର ମଧ୍ୟରେ ଗାଡ଼ି ଭଡାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ୍ ହୋଇଛି। ଏହି ଘଟଣାରେ ଉଭୟଙ୍କ ପକ୍ଷରୁ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଜ୍ୟୋତିକୃଷ୍ଣ ନାମକ ଜଣେ ଆମ୍ବୁଲାନ୍ସ ଡ଼୍ରାଇଭର ୪ ହଜାର ଟଙ୍କା ଭଡ଼ାରେରେ ଏକ ରୋଗୀକୁ ନେଉଥିବା ବେଳେ ଗୋବିନ୍ଦ ଚନ୍ଦ୍ର ପୁଣ୍ଡି ନାମକ ଅନ୍ୟ ଜଣେ ଡ଼୍ରାଇଭର ସେଠାରେ ପହଞ୍ଚି ଏହି ଭଡ଼ା ୬ ହଜାର ଟଙ୍କାରେ ନେବା ପାଇଁ କହିଥିଲା। ଯ’ଦ୍ଵାରା ଜ୍ୟୋତିକୃଷ୍ଣ ମନାକରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଯାହାଦ୍ୱାରା ଜ୍ୟୋତି କୃଷ୍ଣଙ୍କ ହାତ ଭାଙ୍ଗି ଯାଇଥିଲା।

ଖବର ପାଇ ମାଲିକ ସିମାଞ୍ଚଳ ନାୟକ ପଚାରିବାରୁ ଗୋବିନ୍ଦ ତାଙ୍କୁ ମଧ୍ୟ ମାଡ଼ ମାରି ଆହତ କରିଥିଲା। ଯାହା ଫଳରେ ମାଲିକ ଓ ଡ଼୍ରାଇଭର ମିଶି ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଏତଲା ନଂ ୨୬୮/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅପରପକ୍ଷରେ ଗୋବିନ୍ଦ ମଧ୍ୟ ପ୍ରଥମେ ସେ ମାଡ଼ ଖାଇ ଆହତ ହୋଇଛି ବୋଲି ଥାନାରେ ଅଭିଯୋଗ କରିଥିଲା।

ପୋଲିସ ଗୋବିନ୍ଦର ଅଭିଯୋଗ ଗ୍ରହଣ କରି ଏତଲା ନଂ ୨୬୯/୨୩ ଅନୁଯାୟୀ ମାମଲା ରୁଜୁ କରି ଉଭୟ ଏତଲାର ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଥାଉକି ବଡଡାକ୍ତରଖାନା ପରିସରରେ ଥିବା ବେସରକାରୀ ଆମ୍ବୁଲାନ୍ସ ଗାଡ଼ିର ଭଡ଼ା ଚୁକ୍ତିର କୌଣସି ନିର୍ଧାରଣ ନାହିଁ କି କର୍ତ୍ତୁପକ୍ଷଙ୍କ ତରଫରୁ କୌଣସି ଲଗାମ୍ ନଥିବାରୁ ଏହି ଭଳି ଅଶାନ୍ତ ପରିବେଶ ସୃଷ୍ଟି ହେଉଛି। ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।

Categories
ଅପରାଧ ଆଜିର ଖବର

ସିଲିଣ୍ଡର ଗୋଦାମରୁ ଗ୍ୟାସ୍ ଚୋରୀ: କର୍ମଚାରୀଙ୍କୁ ଧରିଲେ ସାଦା ପୋଷାକଧାରୀ ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆଙ୍କୁଲି ଜଳେଶ୍ଵରଖଣ୍ଡିରେ ଅବସ୍ଥିତ ଏକ ଗ୍ୟାସ୍ ଗୋଦାମରେ ସିଲିଣ୍ଡରରୁ କୌଶଳକ୍ରମେ ଗ୍ୟାସ୍ ଚୋରି ବେଳେ ଗୋଦାମ୍ ର କିଛି କର୍ମଚାରୀ ଓ ଡେଲିଭରି କର୍ମଚାରୀ ଧରାପଡ଼ିଛନ୍ତି ଓ ଘଟଣାସ୍ଥଳରୁ ପୋଲିସ ୭୦ ଟି ସିଲିଣ୍ଡର ଜବତ କରିଛନ୍ତି। ଜବତ ସିଲିଣ୍ଡରରୁ କିଲୋ ଓ ଦୁଇ କିଲୋ ଗ୍ୟାସ୍ କମ୍ ଥିବା ଜଣାପଡିଛି।

ସୁଚନା ଅନୁଯାୟୀ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍ ପି ଡ଼ଃ ବିବେକ ଶ୍ରବଣ କୁମାର ଏକ ଟିମ୍ ଗଠନ କରି ସାଦା ପୋଷାକଧାରୀ ପୋଲିସ କର୍ମଚାରୀ ଉକ୍ତ ଗୋଦାମ ଉପରେ ଚଢାଉ କରି ଏହି ଘଟଣାର ସଫଳତା ହାସଲ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମ ପୁର ଗ୍ରାମର ଦୀପକ୍ ପାହାଣ ନାମକ ଜଣେ ଯୁବକକୁ ବୈଦ୍ୟନାଥ ପୁର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଥାଉକି ଦୀପକ୍ କମାପଲ୍ଲୀ ଠାରେ ଏକ ଭଡ଼ା ଘରେ ରହୁଥିବା ବେଳେ ଜନୈକା ନାବାଳିକା ସହ ପରିଚୟ ହୋଇଥିଲା ଓ ଧିରେ ଧିରେ ସମ୍ପର୍କ ବଢ଼ି ଚାଲିଥିଲା। ଏହା ମଧ୍ୟରେ ନାବାଳିକା ଜଣକ ନିଜ ମାମୁଁ ଘର ଲାଞିପଲି ଯାଇଥିଲା ବେଳେ କୌଶଳ କ୍ରମେ ଦୀପକ୍ ତାକୁ କୌଣସି ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତା ନାବାଳିକା ଜଣକ ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ବୈଦ୍ୟନାଥ ପୁର ଥାନା ରେ ଅଭିଯୋଗ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ପୀଡ଼ିତାର ବୟାନ ରେକର୍ଡ କରିଥିଲେ ଓ ଉଭୟଙ୍କୁ ଡ଼ାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ଦୀପକ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଙ୍କୁଲି ଓଭରବ୍ରିଜ୍ ଉପରେ ବଡ଼ ଧରଣର ଲୁଟ୍: ବୃଦ୍ଧଙ୍କ ଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆଙ୍କୁଲି ଓଭରବ୍ରିଜ୍ ଉପରେ ଏକ ବଡ଼ ଧରଣର ଲୁଟ୍ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଗଞ୍ଜୁ ଆରୁଆପଲୀ ଗ୍ରାମର ପ୍ରଭାକର ପଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ଆମ୍ବପୁଆ ଷ୍ଟେଟ ବ୍ୟାଙ୍କରୁ ନଗଦ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧରି ନିଜ ଘରକୁ ଫେରୁଥିଲେ। ସେତେବେଳେ ହଠାତ୍ ଦୁଇ ଜଣ ଯୁବକ ଏକ ମୋଟରସାଇକେଲରେ ଆସି ସ୍ତ୍ରୀଙ୍କ ହାତରେ ଥିବା ଭେନିଟ୍ ବ୍ୟାଗ୍ ଝାମ୍ପି ଚମ୍ପଟ ମାରିଥିଲେ। ଯାହା ଫଳରେ ଉକ୍ତ ଭେନିଟ୍ ବ୍ୟାଗ୍ ରେ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ଚୋରୀ ହୋଇଯାଇଥିଲା। ଏନେଇ ଲୁଟ୍ ର ଶୀକାର ବୃଦ୍ଧ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଗ୍ରହଣ କରି ବୈଦ୍ୟନାଥ ପୁର ଥାନା ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଥିବା ବିଭିନ୍ନ ସି ସି କ୍ୟାମେରା ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।