ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ପ୍ରତାରଣା କରିବା ଓ ଲକ୍ଷାଧିକ ଟଙ୍କା ନେଇଥିବା ଅଭିଯୋଗରେ ପୋଲିସ ସୁଶାନ୍ତ ତରେଇ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ସୁଶାନ୍ତର ଘର ରମ୍ଭା ଥାନା ଅଞ୍ଚଳରେ ବୋଲି ଜଣାପଡିଛି।
ଅଭିଯୁକ୍ତ ଯୁବକ ଗତ କିଛି ମାସ ହେଲା ଉକ୍ତ ପ୍ରତାରିତା ମହିଳାଙ୍କ ସମ୍ପର୍କରେ ଆସି ପ୍ରେମ ସମ୍ପର୍କ ବଢ଼ାଇବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ମହିଳାଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ଧାର ନେଇ ଆଉ ଫେରାଇ ନଥିଲା। ଓଲଟା ଧମକ ଦେଇଥିଲା। ଯାହା ଫଳରେ ମହିଳା ଜଣଙ୍କ ଅନ୍ୟ ଉପାୟ ନପାଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କର ଅଭିଯୋଗ ଗ୍ରହଣ କରି ପୋଲିସ ଉକ୍ତ ପ୍ରତାରକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।


