ନୂଆଦିଲ୍ଲୀ: ବର୍ତ୍ତମାନ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ପୁର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତାଙ୍କର ଏହି ଗସ୍ତକାଳରେ ସେ ସୋମବାର ଦିନ ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ସେ ଓଡିଶାର କିଛି ପ୍ରମୁଖ ରାସ୍ତା ତଥା ରାଜପଥ ଗୁଡିକର ପ୍ରଶସ୍ତିକରଣ ଓ ନବୀକରଣ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି। ଏହି ରାସ୍ତା ଗୁଡ଼ିକ ମଧ୍ୟରେ ରହିଛି
୧. ପୁରୀ – ଭୁବନେଶ୍ୱର NH ୩୧୬ କୁ ୬ ଲେନ କଣ୍ଟ୍ରୋଲଡ୍ ହାଇୱେ ସହ continuous ସର୍ଭିସ ରୋଡ ପାଇଁ କାମର ଶୀଘ୍ର ପ୍ରାରମ୍ଭ ।
୨. ଟାଙ୍ଗୀ – ପୁଇଁତଲା – ବ୍ରହ୍ମପୁର – ଇଚ୍ଛାପୂରମ NH ୧୬ ର ରାସ୍ତାକୁ ୬ ଥାକିଆ ରାସ୍ତା ଓ ସର୍ଭିସ ରୋଡ ପାଇଁ DPR ପ୍ରସ୍ତୁତି ଓ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା
୩. ପୁରୀ – ବ୍ରହ୍ମଗିରି – ସାତପଡା NH କୁ ୪ ଥାକିଆ ରାସ୍ତା କରିବାକୁ ସରକାର ନିଷ୍ପତି ନେବା ।
୪. ଭୁବନେଶ୍ୱରକୁ ଭିଡ଼ମୁକ୍ତ କରିବା ପାଇଁ ନିର୍ମାଣ ବିଭାଗ ଆରମ୍ଭ କରିଥିବା କାର୍ଯ୍ୟକୁ ସହଯୋଗ କରିବା ପାଇଁ ପଳାଶୁଣୀ – ଖଣ୍ଡଗିରି – ତମାଣ୍ଡୋ ପର୍ଯ୍ୟନ୍ତ ସର୍ଭିସ ରୋଡ କୁ ୮ ଲେନ କରିବା
କେନ୍ଦ୍ରମନ୍ତ୍ରୀ ଏହି ପ୍ରକଳ୍ପଗୁଡିର ଗୁରୁତ୍ବ ଉପଲବ୍ଧି କରି ତୁରନ୍ତ ପଦକ୍ଷପ ନେବା କୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ମନ୍ତ୍ରୀ ହରିଚନ୍ଦନ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।


