ଅନୁଗୁଳ : ଘର ଉପରେ ଗଛ ପଡି ଛାପି ହେବାରୁ ମହିଳା ମୃତ । ଆଠମଲ୍ଲିକ ନାରାୟଣପୁର ଗାଁରେ କାଳବୈଶାଖୀର ତାଣ୍ଡବରେ ଏକ କଚ୍ଚା ଘର ଉପରେ ଗଛ ପଡିଯିବାରୁ ମହିଳା ଜଣଙ୍କ ଛାପି ହୋଇଯାଇଛନ୍ତି । ତାଙ୍କୁ ଆଠମଲ୍ଲିକ ହସ୍ପିଟାଲକୁ ନିଆଯାଥିଲା ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆଜି ବହୁ ସ୍ଥାନରେ କାଳବୈଶାଖୀ ହୋଇଥିବାର ଦେଖାଯାଇଛି।


