ଭୁବନେଶ୍ଵର : ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ । ଓଡିଶା ଶ୍ରେଷ୍ଠ ବିଧାୟକ ପୁରସ୍କାର ନିୟମ ୨୦୦୨ ଅନୁଯାୟୀ କମିଟି ଗଠନ ହୋଇଛି। ବାଚସ୍ପତି ସୁରମା ପାଢୀ ହେଲେ ଏହି ଚୟନ କମିଟିର ଅଧ୍ୟକ୍ଷ ହୋଇଥିବାବେଳେ ଉପ ବାଚସ୍ପତି ଭବାନୀ ଶଙ୍କର ଚାଇନି ଭୋଇ, ବିଧାୟକ ଜୟ ନାରାୟଣ ମିଶ୍ର, ବିଧାୟକ ଭାସ୍କର ମଢେଇ , ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥି, ବରିଷ୍ଠ ସାମ୍ବାଦିକ ରାଜରାମ ଶତପଥି ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି । ବିଧାନସଭାର ଶ୍ରେଷ୍ଠ ବିଧାୟକ ପୁରସ୍କାର ପାଇଁ ମନୋନୀତ କରିବ ଏହି କମିଟି ।


