Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅର୍ଥନୀତିରେ ମାନ୍ଦାବସ୍ଥା ଆସିଛି ବୋଲି ସ୍ଵୀକାର କରିବାକୁ ମୋଦୀ ସରକାର ଏତେ ଭୟ କରୁଛନ୍ତି କାହିଁକି?
ବିଶେଷ ଖବର

ଅର୍ଥନୀତିରେ ମାନ୍ଦାବସ୍ଥା ଆସିଛି ବୋଲି ସ୍ଵୀକାର କରିବାକୁ ମୋଦୀ ସରକାର ଏତେ ଭୟ କରୁଛନ୍ତି କାହିଁକି?

August 19, 2019No Comments7 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ବର୍ଷା ବନ୍ଦ ହେବା ପରେ ଆପଣ ଘରୁ ବାହାରି ବଜାର ଆଡକୁ ଯାଇଛନ୍ତି । ଆପଣ ଦେଖିଲେ ବାଟରେ ଗୋଟିଏ ୫୦୦ ଟଙ୍କିଆ ନୋଟ୍ ପଡିଛି । ଆପଣ ଯାଇ ସେହି ଟଙ୍କାରେ ଗୋଟିଏ ସଦ୍ୟ ପ୍ରକାଶିତ ବହିଟିଏ କିଣି ଦେଲେ । ବହି ଦୋକାନୀଟା ସେହି ଟଙ୍କାରେ ସେଦିନ ତା’ର ସାନ୍ଧ୍ୟକାଳୀନ କୋଟାର ମଦ କିଣି ଦେଲା । ମଦ ଦୋକାନୀ ତା’ ପସନ୍ଦର ହିରୋଇନ୍ ଅଭିନୀତ ଗୋଟିଏ ଫିଲିମ୍ ଦେଖିନେଲା ଓ ହଲ୍ ରେ ବସି ପପକର୍ଣ ଓ ଥଣ୍ଡା ପାନୀୟର ମଜା ନେଲା । ସିନେମା ହଲ୍ ମାଲିକ ୫୦୦ ଟଙ୍କାରେ ଗୋଟିଏ ଟ୍ୟାକ୍ସି ଭଡା କରି ସହରର ସେମୁଣ୍ଡରେ ହେଉଥିବା ଏକ ବିବାହ ଉତ୍ସବକୁ ଗଲା ।

ଏଠାରେ ତାହେଲେ ଆପଣ କ’ଣ ଦେଖିଲେ ? ଆପଣ ବାଟରୁ ଗୋଟାଇଥିବା ୫୦୦ ଟଙ୍କିଆ ନୋଟ୍ ୪ ଥର ଖର୍ଚ୍ଚ ହେଲା । ଏହାକୁ ଅନ୍ୟଭାଷାରେ କହିଲେ ବୁଝାଯିବ ଯେ ଗୋଟିଏ ୫୦୦ ଟଙ୍କାର ନୋଟ ୨୦୦୦ ଟଙ୍କାର ଜିଡିପି ସୄଷ୍ଟି କଲା । ସରଳ ଭାଷାରେ କହିଲେ ଅର୍ଥନୈତିକ ଗତିବିଧି ବା କାର୍ଯ୍ୟକଳାପର ସମଷ୍ଟିକୁ ଜିଡିପି କୁହାଯାଏ । ଆପଣ ଯଦି ପାଇଥିବା ଟଙ୍କାକୁ ଖର୍ଚ୍ଚ କରି ନଥାନ୍ତେ ତେବେ ଶୂନ୍ୟ ଜିଡିପି ସୄଷ୍ଟି ହୋଇଥାନ୍ତା ।

ଚଳିତ ବର୍ଷର ଆରମ୍ଭରୁ ଏହି ଅର୍ଥନୈତିକ କାର୍ଯ୍ୟକଳାପ ବା ଜିଡିପି କମିବାରେ ଲାଗିଛି । ଏହାକୁ ଆମେ ମାନ୍ଦାବସ୍ଥା ବା ସ୍ଲୋ ଡାଉନ୍ କହୁଛୁ । ଗତ ଜାନୁଆରୀ ଠାରୁ ମାର୍ଚ୍ଚ ମଧ୍ୟରେ ଜିଡିପି ବୄଦ୍ଧିଦର କମି କମି ୫.୮%ରେ ପହଞ୍ଚିଲାଣି । ଯାହା ଜଣାପଡୁଛି ପରବର୍ତ୍ତୀ ତ୍ରୈମାସିକ ବା ଏପ୍ରିଲଠାରୁ ଜୁନ୍ ମଧ୍ୟରେ ଏହି ବୄଦ୍ଧି ଦର ଆହୁରି କମ୍ ରହିବ ।

ମୂଖ୍ୟତଃ ୪ଟି ଜିନିଷରୁ ଜିଡିପିକୁ କଳନା କରାଯାଏ । ସେଗୁଡିକ ହେଲା , (କ) ଘରୋଇ ବା ଅଣସରକାରୀ ବ୍ୟୟ ,(ଖ) ପୁଞ୍ଜି ଲଗାଣ , (ଗ) ସରକାରୀ ବ୍ୟୟ ଓ (ଘ) ନେଟ ଆମଦାନୀ (ରପ୍ତାନୀ – ଆମଦାନୀ) ।ଚାଲନ୍ତୁ, ଏହି ମାନ୍ଦା ଅବସ୍ଥା କ’ଣ ତାହା ବୁଝିବା ପାଇଁ ୧୫ଟି ମୁଖ୍ୟ କାର୍ଯ୍ୟକଳାପର ସୁଚକାଙ୍କ କ’ଣ ସୁଚନା ଦେଉଛନ୍ତି ତାହା ଦେଖିବା । ମନେ ରଖନ୍ତୁ, ଏଥିପାଇଁ ୨୦୧୮ ମସିହା ଏପ୍ରିଲ-ଜୁନ୍ ର ତ୍ରୈମାସିକକୁ ୨୦୧୯ର ସେହି ତ୍ରୈମାସିକ ସହ ତୁଳନା କରାଯାଇଛି ।

(କ) ଘରୋଇ ବା ଅଣସରକାରୀ ବ୍ୟୟ ।
ଏହା ସମୁଦାୟ ଜିଡିପିର ୫ ଭାଗରୁ ୩ ଭାଗ । ଏହା କମିଲେ ସମୂଦାୟ ଜିଡିପି ଓ ଅର୍ଥନୀତି ବାଧାପ୍ରାପ୍ତ ହେବ ।

(୧) କାର୍ ବିକ୍ରୀ : ସି.ଏମ୍.ଆଇ.ଇ ଦେଇଥିବା ତଥ୍ୟ ଅନୁଯାୟୀ ଗତବର୍ଷ ଯେତିକି କାର୍ ବିକ୍ରୀ ହୋଇଥିଲା ଏବର୍ଷ ତା’ଠାରୁ ୨୩.୩% କମିଛି । ୨୦୦୪ ମସିହାଠାରୁ କାର୍ ବିକ୍ରୀରେ ଏମିତି ମାନ୍ଦା ଅବସ୍ଥା କେବେ ବି ଦେଖା ଦେଇ ନଥିଲା । କାର୍ ବିକ୍ରୀ ଏଇଥିପାଇଁ ଗୁରୁତ୍ବପୂର୍ଣ ଯେ ଗୋଟିଏ ପଟେ ଏହାଦ୍ବାରା କାର୍ ଡିଲର ହାତ ବାନ୍ଧି ବସେ ତ ଅନ୍ୟ ଦିଗରେ ଟାୟାର, ଇସ୍ପାତ ଓ ଷ୍ଟିଅରିଂ ଉତ୍ପାଦନ ବି କମିଯାଏ । ଏହି ତିନିମାସରେ କାର୍ ୠଣରେ ବୄଦ୍ଧି ବି ହ୍ରାସ ପାଇ ୫.୧%ରେ ପହଞ୍ଚିଛି ଯାହା କି ଗତ ୫ ବର୍ଷରେ ସବୁଠାରୁ କମ୍ ।

(୨) ଦୁଇଚକିଆ ଯାନ ବିକ୍ରୀ : ଗତବର୍ଷ ଏହା ଯେତିକି ବିକ୍ରୀ ହୋଇଥିଲା ଏବର୍ଷ ତାହାଠାରୁ ୧୧.୭% କମ୍ ବିକ୍ରୀ ହୋଇଛି । ୨୦୦୮ ମସିହା ଅକ୍ଟୋବର-ଡିସେମ୍ବର ତ୍ରୈମାସିକ ଠାରୁ ଏହା ସବୁଠାରୁ ବଡ ହ୍ରାସ ।

(୩) ଟ୍ରାକ୍ଟର ବିକ୍ରୀ – ଗ୍ରାମ୍ୟ ଅର୍ଥନିତୀରେ କେତେ ଚାହିଦା ରହିଛି ଏହିଥିରୁ ସୂଚନା ମିଳେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଟ୍ରାକ୍ଟର ବିକ୍ରୀରେ ୧୪.୧% ହ୍ରାସ ଆସିଛି । ଗତ ୪ ବର୍ଷରେ ଏହା ସବୁଠାରୁ ବଡ ହ୍ରାସ ।

(୪) ରିଅଲ୍ ଇଷ୍ଟେଟ୍ : ୨୦୧୯ ମାର୍ଚ୍ଚ ସୁଦ୍ଧା ଦେଶର ୩୦ଟି ପ୍ରମୂଖ ସହରରେ ୧୨,୮୦,୦୦୦ ଟି ଗୄହ ବିକ୍ରୀ ନ ହୋଇ ପଡି ରହିଛି । ୨୦୧୮ ମାର୍ଚ୍ଚଠାରୁ ଏହି ସଂଖ୍ୟା ୭% ଅଧିକ । ସିମେଣ୍ଟ, ଲୁହାଛଡ, ରଙ୍ଗ ଭଳି ପ୍ରାୟ ୨୫୦ଟି ଜିନିଷର ଉତ୍ପାଦନ ରିଅଲ୍ ଇଷ୍ଟେଟ ବ୍ୟବସାୟ ଉପରେ ନିର୍ଭର କରିଥାଏ ।

(୫) ବ୍ୟାଙ୍କ ଖୁଚୁରା ୠଣ : ଗତବର୍ଷ ବ୍ୟାଙ୍କଗୁଡିକ ଦେଇଥିବା ଖୁଚୁରା ୠଣ ୧୭.୯% ହାରରେ ବୄଦ୍ଧି ପାଇଥିବା ବେଳେ ଏବର୍ଷ ତାହା ୧୬.୬% ହାରରେ ବୄଦ୍ଧି ପାଇଛି । ତେଣୁ ଏଥିରେ ସେତେଟା ହ୍ରାସ ଆସିନାହିଁ । ଏହି ଖୁଚୁରା ୠଣରେ ଗୄହ ୠଣର ଅଂଶ ହେଉଛି ଅଧାରୁ ଅଧିକ। କେବଳ ଗୄହ ୠଣକୁ ଯଦି ଆମେ ଦେଖିବା ତେବେ ପାଇବା ଯେ ଏଥିରେ ଗତବର୍ଷ ଅପେକ୍ଷା ଏବର୍ଷର ବୄଦ୍ଧି ଦର ଅଧିକ ହୋଇଛି ।

ତେଣୁ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯେ ଗୄହ ୠଣ ସଂଖ୍ୟା ବଢିବା ସତ୍ତ୍ବେ ତେଣେ ବିକ୍ରୀ ନ ହୋଇ ପଡି ରହିଥିବା ଗୄହର ସଂଖ୍ୟା ବି ବଢୁଛି । ଏହାର କାରଣ ଏଇଆ ହୋଇଥାଇପାରେ ଯେ ଲୋକେ ବ୍ୟାଙ୍କ ୠଣ ନେଇ ବିଲ୍ଡରଙ୍କଠାରୁ ଘର ନ କିଣି, ୨୦୦୩ ଠାରୁ ୨୦୧୨ ମଧ୍ୟରେ ଯେଉଁମାନେ ଅଧିକ ସଂଖ୍ୟକ ଘର କିଣି ନିଜ ପାଖରେ ରଖିଥିଲେ ସେହିମାନଙ୍କଠାରୁ କିଣୁଛନ୍ତି । ତେଣୁ ସେସବୁ ନୂଆ ଘର ନୂହେଁ ଏବଂ ବ୍ୟାଙ୍କ ଦେଉଥିବା ଗୄହ ୠଣର ସଂଖ୍ୟା ବଢିବା ସତ୍ତ୍ବେ ଯେଉଁ ଭଳି ଅର୍ଥନୈତିକ କାର୍ଯ୍ୟକଳାପରେ ବୄଦ୍ଧି ଆସିବା କଥା ତାହା ହେଉ ନାହିଁ ।

ଏହି ଖୁଚୁରା ବ୍ୟାଙ୍କ ୠଣର ଆଉ ଏକ ଅଂଶ ହେଉଛି କ୍ରେଡିଟ୍ କାର୍ଡ । ଗତ ବର୍ଷ ଏହି ୠଣ ୩୧.୩% ବୄଦ୍ଧି ପାଇଥିବା ବେଳେ ଏବର୍ଷ ତାହା ୨୭.୬% ବୄଦ୍ଧି ପାଇଛି । ଏହା ବି ଅବଶ୍ୟ ଏତେ ବଡ ହ୍ରାସ ନୂହେଁ । ତେବେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଲୋକେ ସମାଜର ଏକ ନିର୍ଦ୍ଦିଷ୍ଟ ଆୟ ବର୍ଗର ଲୋକ ଯେଉଁମାନେ ମଲ୍ କିମ୍ବା ରେଷ୍ଟୁରାଣ୍ଟରେ ଖର୍ଚ୍ଚ କରିବା କମେଇ ନାହାନ୍ତି ।

(୬) ଏଫ୍.ଏମ୍.ସି.ଜି କମ୍ପାନୀ : ଚଳିତ ବର୍ଷ ହିନ୍ଦୁସ୍ଥାନ ୟୁନିଲିଭରର ବିକ୍ରୀରେ ୫ % ବୄଦ୍ଧି ହୋଇଥିବା ବେଳେ ଗତ ବର୍ଷ ବୄଦ୍ଧି ଦର ୧୨% ଥିଲା । ଗତବର୍ଷ ଡାବର ଇଣ୍ଡିଆର ବିକ୍ରୀ ବୄଦ୍ଧି ୨୧% ଥିବା ବେଳେ ଏବର୍ଷ ତାହା ୬% ହୋଇଛି । ସେହିପରି ଗତବର୍ଷ ବ୍ରିଟାନିଆର ୧୩% ଥିବାବେଳେ ଏବର୍ଷ ତାହା ୬ % ହୋଇଛି । ଦୈନିକ ଉପଭୋକ୍ତା ଖର୍ଚ୍ଚ କମିଯିବା ଏକ ଚିନ୍ତାଜନକ ବିଷୟ ।

(୭) ସୁନା, ରୁପା ଓ କଞ୍ଚାତେଲ ବ୍ୟତୀତ ଅନ୍ୟ ସାମଗ୍ରୀର ଆମଦାନୀ : ଏହି ଆମଦାନୀରୁ ଜଣା ପଡେ ଲୋକଙ୍କର ବିଦେଶୀ ଦ୍ରବ୍ୟ ପ୍ରତି ଚାହିଦା କେତେ ଅଛି । ଗତ ବର୍ଷ ଏହା ୬.୩% ବୄଦ୍ଧି ପାଇଥିବା ବେଳେ ଏବର୍ଷ ତାହା ୫.୩% କମିଛି ।

(ଖ) ପୁଞ୍ଜି ଲଗାଣ ।
ଜିଡିପି ବୄଦ୍ଧି ପାଇଁ ପୁଞ୍ଜି ଲଗାଣରେ ବୄଦ୍ଧି ନିହାତି ଜରୁରୀ । ଏହାର ସରଳ କାରଣ ହେଉଛି ଏହା ଦ୍ବାରା ରୋଜଗାର ସୄଷ୍ଟି ହୁଏ, ଲୋକଙ୍କର ଆୟ ବଢେ, ଖର୍ଚ୍ଚ ବଢେ ଏବଂ ଏସବୁ ଯୋଗୁଁ ଅର୍ଥନୈତିକ ଗତିବିଧି ବି ବଢେ । ଦୁର୍ଭାଗ୍ୟବଶତଃ ଏ କ୍ଷେତ୍ରରେ ବି ପରିସ୍ଥିତି ଭଲ ନାହିଁ ।

(୮) ବ୍ୟବସାୟିକ ଯାନର ବିକ୍ରୀ : କଞ୍ଚାମାଲ ଓ ଉତ୍ପାଦିତ ଦ୍ରବ୍ୟର ପରିବହନ କରୁଥିବା ଏସବୁ ଯାନର ବିକ୍ରୀରୁ ଅର୍ଥନୈତିକ କାର୍ଯ୍ୟକଳାପର ଏକ ସୂଚନା ମିଳେ । ଚଳିତ ବର୍ଷ ଏହି ଯାନ ବିକ୍ରୀରେ ୯.୫% ହ୍ରାସ ଆସିଛି । ଗତ ୫ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ ହ୍ରାସ । ଗତବର୍ଷ ଏହି ସମୟ ମଧ୍ୟରେ ଏହା ୫୧.୬% ବୄଦ୍ଧି ହୋଇଥିଲା ।

(୯) ଶିଳ୍ପକୁ ବ୍ୟାଙ୍କ ୠଣ : ଗତବର୍ଷ ଏହା ୦.୯% ବୄଦ୍ଧି ପାଇଥିବା ବେଳେ ଏବର୍ଷ ତାହା ୬.୫% ବୄଦ୍ଧି ପାଇଛି । ଏମିତିରେ ଏହା ସ୍ବାଗତଯୋଗ୍ୟ ହେବା କଥା । ମାତ୍ର ଏଥି ମଧ୍ୟରୁ ଅଧିକାଂଶ ୠଣ ବୄହତ ଶିଳ୍ପକୁ ଦିଆଯାଇଛି । ଗତ ବର୍ଷ ବୄହତଶିଳ୍ପକୁ ଦିଆଯାଇଥିବା ୠଣରେ ୦.୮% ବୄଦ୍ଧି ପାଇଥିବା ବେଳେ ଏବର୍ଷ ତାହା ୭.୬% ବୄଦ୍ଧି ପାଇଛି । ଅନ୍ୟ ପକ୍ଷରେ ଗତ ବର୍ଷ କ୍ଷୁଦ୍ରଶିଳ୍ପକୁ ମିଳିଥିବା ୠଣରେ ୦.୭% ବୄଦ୍ଧି ହୋଇଥିବା ବେଳେ ଏବର୍ଷ ତାହା ୦.୬% ବୄଦ୍ଧି ପାଇଛି । ବଡ ବଡ ଶିଳ୍ପକୁ ୠଣ ମିଳିବା ବି ଜରୁରୀ ଅଟେ । ମାତ୍ର ଯେତେବେଳେ ଅର୍ଥନୀତିରେ ବୄଦ୍ଧି ହେଉଥାଏ ସେତେବେଳେ ଏହି କ୍ଷୁଦ୍ରଶିଳ୍ପମାନେ ହିଁ ଅଧିକାଂଶ ରୋଜଗାର ସୄଷ୍ଟି କରିଥାନ୍ତି ।

(୧୦) ରେଳ ପରିବହନ : ଯେତେବେଳେ ଅର୍ଥନୈତିକ ଗତିବିଧି ବଢି ଥାଏ ସେତେବେଳେ ରେଳଦ୍ବାରା କୋଇଲା, ପିଗ୍ ଲୁହା, ସିମେଣ୍ଟ, ସାର, ପେଟ୍ରୋଲିଅମ ଓ ଇସ୍ପାତର ପରିବହନ ବି ବୄଦ୍ଧି ପାଇ ଥାଏ । ଏହା ପୁଞ୍ଜିଲଗାଣ ବୄଦ୍ଧିର ଏକ ଭଲ ସଙ୍କେତ । ଗତ ବର୍ଷ ଏହା ୬.୪% ବୄଦ୍ଧି ପାଇଥିବା ବେଳେ ଏବର୍ଷ ଏହାର ବୄଦ୍ଧି ଦର ହେଉଛି ୨.୭% । ଗତ ଅଢେଇ ବର୍ଷରେ ଏହି ବୄଦ୍ଧି ଦର ହେଉଛି ସବୁଠାରୁ କମ୍ ।

(୧୧) ଇସ୍ପାତ ଖର୍ଚ୍ଚ : ଦେଶରେ ଯେତେବେଳେ ଇସ୍ପାତ ଖର୍ଚ୍ଚ ବଢିଥାଏ ସେତେବେଳେ ଅଧିକ ଭିତିଭୂମୀର ନିର୍ମାଣ ଓ ପୁଞ୍ଜି ଲଗାଣର ସୂଚନା ମିଳିଥାଏ । ଗତ ବର୍ଷ ଇସ୍ପାତର ଖର୍ଚ୍ଚ ୮.୮% ଦରରେ ବୄଦ୍ଧି ପାଇଥିବା ବେଳେ ଏବର୍ଷ ସେହି ଦର ୬.୬% ରହିଛି । ଏହା ଗତ ୨ ବର୍ଷରେ ରେକର୍ଡ କରାଯାଇଥିବା ସବୁଠାରୁ କମ ତ୍ରୈମାସିକ ବୄଦ୍ଧି ।

(୧୨) ନୂଆ ପ୍ରକଳ୍ପ ପାଇଁ ପୁଞ୍ଜି ଲଗାଣ : ନୂଆ ପ୍ରକଳ୍ପ ଘୋଷଣାରେ ୭୯.୫% ହ୍ରାସ ପାଇଛି । ଚଳିତ ବର୍ଷ ୭୧୩୩୭ କୋଟୀ ଟଙ୍କାର ପୁଞ୍ଜି ଘୋଷଣା ହୋଇଛି । ଏହା ୨୦୦୪ ସେପ୍ଟେମ୍ବର ଠାରୁ ହୋଇଥିବା ସବୁ ତ୍ରୈମାସିକ ପ୍ରକଳ୍ପ ଘୋଷଣା ମଧ୍ୟରେ ସବୁଠାରୁ କମ୍ । ଏହାର ଅର୍ଥ ହେଉଛି, ସରକାର ଯାହା କୁହନ୍ତୁ ପଛେ, ଶିଳ୍ପପତି ବା ପୁଞ୍ଜିଲଗାଣକାରୀଙ୍କ ମଧ୍ୟରେ ଅର୍ଥନିତୀ ପ୍ରତି ଭରଷା ଆସୁନାହିଁ ।

(୧୩) ଶେଷ ହୋଇଥିବା ପ୍ରକଳ୍ପ : ଅନ୍ୟ ପକ୍ଷରେ ଶେଷ ହେଉଥିବା ନିର୍ମାଣାଧୀନ ପ୍ରକଳ୍ପ କଥା ବି ଯଦି ଦେଖିବା, ଗତ ବର୍ଷ ତୁଳନାରେ ଏହି ସଂଖ୍ୟାରେ ୪୮% ହ୍ରାସ ଘଟିଛି । ଗତ ଜୁନ୍ ସୁଦ୍ଧା ସରିଥିବା ପ୍ରକଳ୍ପର ମୂଲ୍ୟ ହେଉଛି ୬୯୪୯୪ କୋଟୀ ଟଙ୍କା । ଏହା ଗତ ୫ ବର୍ଷରେ ଯେ କୌଣସି ତ୍ରୈମାସିକ ଠାରୁ କମ୍ ।

(ଗ) ସରକାରୀ ବ୍ୟୟ ।

(୧୪) ମାନ୍ଦା ଅର୍ଥନିତୀରେ କ୍ରିୟାଶୀଳତା ଆଣିବା ପାଇଁ ୨୦୦୮-୦୯ ଓ ୨୦୦୯-୧୦ ମସିହାର ଆର୍ଥିକ ସଙ୍କଟ ବେଳେ ତତ୍କାଳୀନ ସରକାର ନିଜର ବ୍ୟୟ ବଢାଇଥିଲେ । ଗତ ଦୁଇବର୍ଷରେ ମଧ୍ୟ ସରକାର ଜିଡିପିର ଯଥାକ୍ରମେ ୧୯.୧% ଓ ୧୩.୨% ବ୍ୟୟ କରିଛନ୍ତି ଯାହା କି ସେ ସମୟ ପରଠାରୁ ସର୍ବାଧିକ । କିନ୍ତୁ ଏବେ ଯେତେବେଳେ ସରକାରଙ୍କର ଟିକସ ଆଦାୟ ଗତବର୍ଷର ୨୨.୧% ବୄଦ୍ଧି ତୁଳନାରେ ଏବର୍ଷ ମାତ୍ର ୧.୪% ହୋଇଛି ସରକାର ଏବର୍ଷ ତାହା କରି ପାରିବେ କି ? ଏହା ଏକ ବଡ ପ୍ରଶ୍ନ । ସରକାର ଟଙ୍କା କେଉଁଠାରୁ ଆଣିବେ ?

(ଘ) ନେଟ୍ ଆମଦାନୀ

(୧୫) ଗତ ବର୍ଷ ନେଟ୍ ଆମଦାନୀ ୪୬.୬ ବିଲିଅନ୍ ଡଲାର୍ ଥିବା ବେଳେ ଏବର୍ଷ ତାହା ୪୬ ବିଲିଅନ୍ ଡଲାର ରହିଛି । ଏହାର କାରଣ ହେଉଛି ଯେ ଏହି ଦୁଇଟି ତ୍ରୈମାସିକରେ ଉଭୟ ରପ୍ତାନୀ ଓ ଆମଦାନୀ ସମାନ ସ୍ତରରେ ରହିଛି ବା ରପ୍ତାନୀ ବୄଦ୍ଧି ପାଇଁ ଆବଶ୍ୟକ ହେଉଥିବା ଆର୍ଥିକ ଗତିବିଧି ବଢି ନାହିଁ ।

ଉପର ଆଲୋଚନାରୁ ଜଣାଯାଏ ଯେ ଆର୍ଥିକ ଗତିବିଧିର ସମସ୍ତ ଦିଗରେ ମାନ୍ଦା ଅବସ୍ଥା ଆସିଛି ଯାହା ଖୁବ୍ କ୍ବଚିତ୍ ଦେଖା ଯାଇଥାଏ । ଆମେ ଆର୍ଥିକ ମାନ୍ଦାବସ୍ଥା ଭିତରେ ବୁଡି ସାରିଲୁଣି । ଏଠାରେ ବିଡମ୍ବନା ହେଉଛି ଏଇଆ ଯେ ଏହି ଆର୍ଥିକ ମାନ୍ଦାବସ୍ଥା ସମସ୍ତଙ୍କୁ ଦେଖା ଯାଉଛି, କିନ୍ତୁ ସରକାରଙ୍କୁ ନୂହେଁ । ଏହି ମାନ୍ଦା ଅବସ୍ଥାରୁ ମୁକୁଳିବା ପାଇଁ ସର୍ବପ୍ରଥମ ପଦକ୍ଷେପ ହେଉଛି ଅର୍ଥନିତୀରେ ମାନ୍ଦା ଅବସ୍ଥା ଆସିଛି ବୋଲି ସରକାର ସ୍ବୀକାର କରିବା ।

(ଲାଇଭ୍ ମିଣ୍ଟରେ ପ୍ରକାଶିତ ବିବେକ କାଉଲଙ୍କ ଲେଖାର ଅବଲମ୍ବନରେ )

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026
Latest News

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026

ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.