ଭୁବନେଶ୍ଵର : ରାଜ୍ୟରେ ୧୫ ଦିନ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନୂଆ ସଫ୍ଟୱେର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ହୋଇଛି । ଯେଉଁମାନେ କ୍ୟାସ ଆକାରରେ ପାଉଥିଲେ ସେମାନଙ୍କ ପାଇଁ ସମସ୍ୟା ହୋଇନି । ଅନ୍ଲାଇନ ଭତ୍ତାରେ ସମସ୍ୟା ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ କରି ସଫ୍ଟୱେର ଡେଭେଲପ କାମ ଚାଲିଛି । କେନ୍ଦ୍ର ଓ ରାଜ୍ୟ ଯୁଗ୍ମ ଭାବେ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି । ଯେଉମାନେ ଭତ୍ତା ପାଇନାହାନ୍ତି ସେମାନେ ଏକକାଳୀନ ଭାବେ ପାଇବେ ବୋଲି ମନମୋହନ କହିଛନ୍ତି ।
ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବାର ଅଭିଯୋଗ ବିଭନ୍ନ ଆଡୁ ଆସୁଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା ।


