Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପାଖେଇଲାଣି ନିର୍ବାଚନ, ନବୀନଙ୍କ ଜନହିତକର ଘୋଷଣାକୁ ନେଇ ବିରୋଧୀଙ୍କ ମୁଣ୍ଡବିନ୍ଧା

ଭୁବନେଶ୍ବର: ଦିନକୁ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି ଜନ କଲ୍ୟାଣ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି ତାହା ବିରୋଧୀଙ୍କୁ ଚିନ୍ତାରେ ପକାଇ ଦେଇଛି। କାରଣ ଆଉ ଅଳ୍ପ ଦିନ କେଇଟା ପରେ ନିର୍ବାଚନ ଆସୁଥିବାରୁ ଲୋକଙ୍କୁ କିପରି ମୁକାବିଲା କରିବେ ସେ ନେଇ ସେମାନେ ରାସ୍ତା ପାଉ ନାହାଁନ୍ତି। ଭୋଟରଙ୍କୁ କଣ କହି ବୁଝାଇବେ ସେ ନେଇ ତାଙ୍କ ପାଖରେ ଆଉ କିଛି କହିବାକୁ କଥା ନାହିଁ।

ଗତକାଲି ବଡ ମାଷ୍ଟରଷ୍ଟ୍ରୋକ ଖେଳି ଦେଲେ ନବୀନ ପଟ୍ଟନାୟକ। ରାଜ୍ୟର ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ଭତ୍ତା ଟଙ୍କା ବୃଦ୍ଧି କରିଦେଇଛନ୍ତି। ଏକା ଥରେ ଡବଲ କରିଛନ୍ତି। ଯେଉଁମାନେ ୫୦୦ ଟଙ୍କା ପାଉଥିଲେ ସେମାନେ ଏବେ ୧୦୦୦ ଟଙ୍କା ପାଇବେ। ସେହିପରି ଯେଉଁମାନେ ୭୦୦ ସେମାନେ ୧୨୦୦ ଏବଂ ଯେଉଁମାନେ ୯୦୦ ଟଙ୍କା ପାଉଥିଲେ ସେମାନେ ୧୪୦୦ ଟଙ୍କା ପାଇବେ।

ରାଜ୍ୟରେ ବର୍ତ୍ତମାନ ଏହି ପେନସନ ଭୋଗୀଙ୍କ ସଂଖ୍ୟା ହେଲା ୩୬ ଲକ୍ଷ ୭୫ ହଜାର। ତେଣୁ ଏମାନେ ବିଜେଡି ପକେଟରେ ରହିଲେ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କାରଣ ୫ଟି ଅଧ୍ୟକ୍ଷ ଯେତେବେଳେ ଜିଲ୍ଲା ବ୍ଲକ ଗସ୍ତ କରୁଥିଲେ ସେତେବେଳେ ସବୁଆଡୁ ଏହି ଅଭିଯୋଗ ଆସୁଥିଲା। ଭତ୍ତା ଟଙ୍କା ବଢାଯାଉ ବୋଲି ସମସ୍ତଙ୍କର ଦାବୀ ଥିଲା। ଯାହା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସେମାନେ ନିଶ୍ଚିତ ଖୁସି ହେବ ଏଥିରେ ସନ୍ଦେହ ନାହିଁ।

ଏତିକି ନୁହେଁ, ନିକଟରେ ନବୀନ ଏହି ହିତାଧିକାରୀଙ୍କ ସଂଖ୍ୟାକୁ ଆଉ ୪ ଲକ୍ଷକୁ ବୃଦ୍ଧି କରିଛନ୍ତି। ଫଳରେ ପୂର୍ବରୁ ୩୨ ଲକ୍ଷ ୭୫ ହଜାର ପାଉଥିଲେ, ଏବେ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ଏହାର ଲାଭ ପାଇବେ। ନବୀନ ଭଲଭାବେ ଜାଣନ୍ତି ଯେ, ଲୋକଙ୍କର କଣ ଆବଶ୍ୟକତା ରହିଛି। ସେହି ଅନୁସାରେ ସେ ତାଙ୍କର କାମ କରିଚାଲିଛନ୍ତି।

ତେବେ ପୂର୍ବରୁ ନବୀନଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ବ୍ରାଣ୍ଡ ଯୋଜନା ଭାବେ ଓଡିଶାର ଘରେ ଘରେ ପରିଚିତ ହୋଇ ସାରିଛି। ରାଜ୍ୟ କାହିଁକି ଦେଶର ବଡବଡ ହସପିଟାଲରେ ଲୋକେ ଯେପରି ମାଗଣା ଚିକିତ୍ସା ପାଉଛନ୍ତି ତାହା ବିରଳ। ଏହି ସୁବିଧା ପାଉଥିବା ରୋଗୀ ଏବଂ ତାଙ୍କ ପରିବାର ପରୋକ୍ଷରେ ନବୀନଙ୍କୁ ଆର୍ଶିବାଦ କରୁଛନ୍ତି।

ଏଥିସହିତ ଆମ ଓଡିଶା ନବୀନ ଓଡିଶା, ଧର୍ମପୀଠଗୁଡିକରର ରୂପାନ୍ତର, ସ୍କୁଲ କଲେଜ ଡାକ୍ତରଖାନାଗୁଡିକର ଉନ୍ନତି ସବୁ କିଛି ଲୋକେ ନିଜ ଆଖିରେ ଦେଖୁଛନ୍ତି। ସେହିପରି ଗାଁକୁ ପକ୍କା ରାସ୍ତା, ପାଇପ ପାଣି ଯୋଗାଣ, ଜଳସେଚନ ଆଦି ବହୁ ଜନ ହିତକର କାମ ରହିଛି ଯାହା ଗାଁ ଗହଳିରେ ବେଶ ପ୍ରଭାବ ପକାଇପାରିଛି।

ତେବେ ଏ ସବୁ ପଛରେ ଯେଉଁ ମସ୍ତିସ୍କଟି କାମ କରୁଛି ସେ ହେଉଛନ୍ତି ୫ଟି ତଥା ନବୀନ ଓଡିଶା ଆମ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ ବିଗତ କିଛି ଦିନ ଧରି ଯେପରି ଜିଲ୍ଲାକୁ ଜିଲ୍ଲା, ସହର, ଏନଏସି, ବ୍ଲକ ଭ୍ରମଣ କଲେ ତାହା ମଧ୍ୟ ବେଶ ପ୍ରଭାବ ପକାଇଛି। ତଳସ୍ତରରୁ ସେ ଯେଉଁ ଅଭିଯୋଗ ନେଇ ଆସିଲେ ତାହାକୁ ଏବେ ସେ ଧିରେ ଧିରେ କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି।

ପାଣ୍ଡିଆନ ଯେଉଁ ଶପଥ ନେଇଛନ୍ତ ଯେ, ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବେ ସେଥିରେ ସେ ସଫଳ ହେବା ସମ୍ଭାବନା ଧିରେ ଧିରେ ସୃଷ୍ଟି ହେବାରେ ଲାଗିଲାଣି।

Categories
ନିର୍ବାଚନ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନବୀନଙ୍କ ମାଷ୍ଟରଷ୍ଟ୍ରୋକ, ବଢିଲା ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଭତ୍ତା, ଏଣିକି ମିଳିବ ୧୦୦୦ ରୁ ୧୪୦୦ ଟଙ୍କା

ଭୁବନେଶ୍ବର: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ହିତାଧିକାରୀମାନେ ଚଳିତ ଫେବୃଆରୀ ମାସରୁ ପାଇବେ।

ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ଟ ୫୦୦, ଟ ୭୦୦ ଓ ଟ ୯୦୦ ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ଟ ୧୦୦୦, ଟ ୧୨୦୦ ଓ ଟ ୧୪୦୦ ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ 3683 କୋଟି ଟଙ୍କା ଖର୍ଚ୍ଚ କରିବେ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଇଁ ମାସିକ ପେନସନରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନଙ୍କୁ ଫେବୃଆରୀ ମାସର ପେନସନ ଫେବୃଆରୀ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ମିଳିବ।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ଲୋକ ମାନେ ଏହି ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରିଛନ୍ତି।

ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା ବୃଦ୍ଧି କରିଥିଲେ। ଗତ ବର୍ଷ ଅଗଷ୍ଟରେ ୪.୧୩ ଲକ୍ଷ ବୃଦ୍ଧି ପାଇଥିଲା ଏବଂ ଏବେ ଆଉ ୪ ଲକ୍ଷ ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ସମୁଦାୟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡିଶା ରାଜ୍ୟ ଏଡ୍‌ସ ସେଲ ଦ୍ୱାରା ଚିହ୍ନଟକୃତ ଏଡ୍‌ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, transgender, କୋଭିଡ ଦ୍ୱାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏଥି ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି।

ଏହି ଯୋଜନାରେ ଛୋଟ ପିଲା ଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି।

ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି। ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ। ବର୍ତ୍ତମାନ ସମସ୍ତେ ବର୍ଦ୍ଧିତ ଭତ୍ତା ପାଇବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଢିଲା ମଧୁ ବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ରୁ ବୃଦ୍ଧି ପାଇ ୩୬.୭୫ ରେ ପହଞ୍ଚିବ। ରାଜ୍ୟ ସରକାର ଏଥିପାଇଁ ମାସକୁ ୧୯୦.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକ ମାନେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମଧୁ ବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୨୩ ଅଗଷ୍ଟରେ ଅତିରିକ୍ତ ୪.୧୩ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ।

ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିଥାନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ଓ ଏଡ଼ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, ଉଭୟଲିଙ୍ଗୀ, କୋଭିଡ ଅନାଥ ପିଲା ମାନେ ଏଥିରେ ସାମିଲ ହୋଇଥାନ୍ତି।

ଏହି ଯୋଜନାରେ ଛୋଟ ପିଲା ଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି। ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି। ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ।

Categories
ବିଶେଷ ଖବର ରାଜ୍ୟ ଖବର

Big News: ବଢିବ ଭତ୍ତା ଟଙ୍କା, ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ କରିବେ ଘୋଷଣା, ସୂଚନା ଦେଲେ ପାଣ୍ଡିଆନ

ଭୁବନେଶ୍ବର: ଖୁବ ଶିଘ୍ର ରାଜ୍ୟରେ ବୃଦ୍ଧି ପାଇବ ଭତ୍ତା ଟଙ୍କା। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଘୋଷଣା କରିବେ। ଏ ସଂପର୍କରେ ଜନସଧାରଣଙ୍କୁ ସୂଚନା ଦେଇଛନ୍ତି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବାଲେଶ୍ବର ନୀଳଗିରିରେ ଆୟୋଜିତ ଏକ ସଭାରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଉଛି। ଏଥିରେ ବୟସ ସୀମା 60ରୁ ଉର୍ଦ୍ଧ ରଖାଯାଇଛି। ହେଲେ ବିଧବା ଭତ୍ତା ପାଇଁ କୌଣସି ବୟସ ସୀମା ନାହିଁ। ଏଥିସହିତ ଭିନ୍ନକ୍ଷମମାନଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଉଛି। ଏହି ଭତ୍ତା ପରିମାଣ ମାଲିକ 500 ଟଙ୍କାରୁ 800 ଟଙ୍କା ପର୍ଯ୍ୟନ୍ତ ରହିଛି।

ଏହି ଭତ୍ତା ଟଙ୍କା ବୃଦ୍ଧି ନେଇ ବିଭିନ୍ନ ମହଲରେ ଦାବୀ ହୋଇଆସୁଛି। କାରଣ 500 ଟଙ୍କାରେ ଜଣେ ମାସସାରା ଚଳିବା ସମ୍ଭବ ହେଉ ନାହିଁ। ଏପରିକି 5ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମଧ୍ୟ ତାଙ୍କୁ ସବୁ ଜିଲ୍ଲାରୁ ଏହି ଅଭିଯୋଗ ପ୍ରଦାନ କରାଯାଇଛି। ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଖୁବ ଶିଘ୍ର ଭତ୍ତା ବୃଦ୍ଧି ଖବର ଦେବେ ବୋଲି ପାଣ୍ଡିଆନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୬୦ ବର୍ଷ ନୁହେଁ ଏଣିକି ୫୦ ବର୍ଷରେ ପାଇବେ ବାର୍ଦ୍ଧକ୍ୟ ଭତ୍ତା: ମୁଖ୍ୟମନ୍ତ୍ରୀ ସୋରେନଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ବାର୍ଦ୍ଧକ୍ୟ ଭତ୍ତାର ଯୋଗ୍ୟତା ବୟସ ୬୦ ବର୍ଷରୁ ୫୦ ବର୍ଷକୁ ହ୍ରାସ କରିବାକୁ ଏବଂ ରାଜ୍ୟରେ କାର୍ଯ୍ୟାଳୟ ସ୍ଥାପନ କରୁଥିବା କମ୍ପାନୀଗୁଡିକରେ ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରୀ ସଂରକ୍ଷଣ କରିବାକୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ସରକାରଙ୍କ ଚତୁର୍ଥ ବାର୍ଷିକୀରେ ସୋରେନ୍ ଏହି ଘୋଷଣା କରିଛନ୍ତି। ଏହା ସହିତ ସେ ଯୁବକମାନଙ୍କୁ ମାଗଣା କୋଚିଂ ଦେବାକୁ ଘୋଷଣା କରିବା ସହ କେନ୍ଦ୍ରକୁ ଅଭିହିତ କରି କହିଛନ୍ତି ଯେ, ଅନ୍ୟ ରାଜ୍ୟଗୁଡିକ ୧ ଲକ୍ଷ ଛତିଶ ହଜାର କୋଟି ଟଙ୍କା ପାଉଛନ୍ତି, କିନ୍ତୁ ଆମେ ଟଙ୍କା ପାଇ ନାହୁଁ।

Categories
ବିଶେଷ ଖବର ରାଜ୍ୟ ଖବର

ଭତ୍ତା ଟଙ୍କା ନଗଦ ଦେବା ପ୍ରସ୍ତାବକୁ ବିରୋଧ କଲେ ଧର୍ମେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତି ଚିନ୍ତାଜନକ। ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି। ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ। ଏହି ସମସ୍ୟା ଆମ ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସୃଷ୍ଟି କରିପାରେ। ତେଣୁ ଡିବିଟି ପ୍ରକ୍ରିୟା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ।

ଓଡ଼ିଶାରେ ୨୦ ଲକ୍ଷ ୯୫ ହଜାର ୬୯୫ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଡିବିଟି ମାଧ୍ୟମରେ ସହାୟତା ପ୍ରଦାନ କରୁଛନ୍ତି । ଏହି ହିତାଧିକାରୀ କୌଣସି ଭ୍ରଷ୍ଟାଚାର ବିନା ସିଧାସଳଖ ନିଜ ବ୍ୟାଙ୍କ୍ ଖାତାରେ ସହାୟତ ରାଶି ପାଉଛନ୍ତି। ଡିବିଟି ବ୍ୟବସ୍ଥା କାରଣରୁ ରାଜକୋଷକୁ ସହାୟକ ହେବା ସହ ନକଲି କିମ୍ବା ଭୁତ ହିତାଧିକାରୀ ବାଦ୍ ପଡିଛନ୍ତି ଏବଂ ମଧ୍ୟସ୍ଥିଙ୍କ ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି ଏବଂ ଭ୍ରଷ୍ଟାଚାର ମୁକ୍ତ ଓ ସ୍ୱଚ୍ଛ ରହିଛି ।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେବା ଭିତ୍ତିରେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜାନୁଆରୀ ୨୦୨୩ ସୁଦ୍ଧା ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୮୨ ହଜାର ୨୬୧ ସକ୍ରିୟ ବ୍ୟାଙ୍କ୍ ମିତ୍ର ମହଜୁଦ୍ ଅଛନ୍ତି। ଏହାବ୍ୟତିତ ଓଡ଼ିଶାରେ ୮ ହଜାର ୪୯୧ଟି ପୋଷ୍ଟ ଅଫିସ ରହିଛି ଏବଂ ଏଥିରେ ଦୁର୍ଗମ ଏବଂ ଗ୍ରାମୀଣ ଅଞ୍ଚଳରେ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ଅଛନ୍ତି। ଭାରତୀୟ ଡାକର ଉପସ୍ଥିତି ଓ ଏହାର ବ୍ୟାପକ ନେଟଓ୍ୱାର୍କକୁ ଡିବିଟି ସହ ଉପଯୋଗ କରିବାର ଆବଶ୍ୟକତା ରହିଛି।

ଓଡ଼ିଶାରେ ୬ ହଜାର ୭୭୨ ଗ୍ରାମ ପଞ୍ଚାୟତକୁ ୨୨ ହଜାର ଜନସେବା କେନ୍ଦ୍ର ସେବା ପ୍ରଦାନ କରୁଛନ୍ତି । ଏହାର ଉପସ୍ଥିତି ଦ୍ୱାରା ଭାରତ ସରକାରଙ୍କ ଅନେକ ସାମାଜିକ ସୁରକ୍ଷା, ଆର୍ଥିକ ସେବା, କୃଷି ଏବଂ କୃଷକ କଲ୍ୟାଣକାରୀ ଯୋଜନା ସଫଳ ରୂପେ କାର୍ଯ୍ୟକାରୀ ହୋଇପାରିଛି।

ଡିବିଟି ଫ୍ରେମଓ୍ୱାର୍କ ସହିତ ବରିଷ୍ଠ ନାଗରିକ ଭତ୍ତା, ସାମାଜିକ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ ଆର୍ଥିକ ଯୋଜନାର ଅର୍ଥ ପ୍ରଦାନକୁ ବର୍ତ୍ତମାନ ଉପଲବ୍ଧ ବ୍ୟାଙ୍କ୍ ମିତ୍ର, ଭାରତୀୟ ଡାକର ବ୍ୟାପକ ନେଟଓ୍ୱାର୍କ ଓ ଜନସେବା କେନ୍ଦ୍ର ବ୍ୟବହାର କରାଯିବା ଦରକାର। ଏ ଗୁଡିକ ଅଭିନବ ଉପାୟରେ ଅପହଞ୍ଚ ଲୋକଙ୍କୁ ସେବା ପ୍ରଦାନ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ମାନବିକତା ଭୁଲିଗଲେ ସରପଞ୍ଚ, ମହାମାରୀରେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ସରପଞ୍ଚଙ୍କ ପ୍ରତିନିଧି ବାର୍ଦ୍ଧକ୍ୟ ଏବଂ ଦିବ୍ୟାଙ୍ଗ ଭତ୍ତାପାଇଁ ହିତାଧିକାରୀଙ୍କୁ ଦୀର୍ଘ ୭ କିଲୋମିଟର ଦୌଡ଼ାଉଥିବାର ଅଭିଯୋଗ ହେଉଛି। ଅସହ୍ୟ ତାତି ସହ କରୋନା ସଂକ୍ରମଣଙ୍କୁ ଭୃକ୍ଷେପ ନକରି ହିତାଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ସରପଞ୍ଚଙ୍କ ପ୍ରତିନିଧି ହଇରାଣ କରୁଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭବାନୀପୁର ପଞ୍ଚାୟତରେ ଏଭଳି ଏକ ଦୟନୀୟ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ, ୨୦୧୭ ମସିହାରେ ତୁମୁରାପୁଟ ପଞ୍ଚାୟତ ଠାରୁ ଅଲଗା ହୋଇ ଭବାନୀପୁର ପଞ୍ଚାୟତ ଏକ ନୂଆ ପଞ୍ଚାୟତର ମାନ୍ୟତା ପାଇଥିଲା। କିନ୍ତୁ ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ଭବାନୀପୁର ପଞ୍ଚାୟତର ନିଜସ୍ୱ କାର୍ଯ୍ୟାଳୟ ଏଯାଏଁ ନିର୍ମାଣ ହୋଇପାରିନାହିଁ। ତେବେ ବହୁ ଦାବି ପରେ ଭବାନୀପୁର ପଞ୍ଚାୟତର ବାଲିଡ଼ିହି ଗ୍ରାମର ଏକ ଅସ୍ଥାୟୀ ଘରେ ରାସନ ସାମଗ୍ରୀ ସହ ବାର୍ଦ୍ଧକ୍ୟ ଏବଂ ଦିବ୍ୟାଙ୍ଗ ଭତ୍ତା ଦୀର୍ଘ ବର୍ଷ ହେଲା ହିତାଧିକାରୀଙ୍କୁ ମିଳୁଥିଲା। ହେଲେ ଏବେ ଗତ ଚାରି ମାସ ହେଲା ହିତାଧିକାରୀଙ୍କୁ ଉକ୍ତ ସ୍ଥାନରେ ଆଉ ଭତ୍ତା ମିଳୁନାହିଁ। ଭତ୍ତା ପାଇଁ ଲୋକଙ୍କୁ ଏବେ ଦୀର୍ଘ ୭ କିଲୋମିଟର ଦୂର ତୁମୁରାପୁଟ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡୁଛି।

ଏ ନେଇ ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିଡ଼ିହ, ଭବାନୀପୁର, ନାରଣପୁର ଓ ନାଗାମଠ ଗ୍ରାମର ବହୁ ହିତାଧିକାରୀମାନେ ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ସାହୁଙ୍କୁ ଅଭିଯୋଗ କରିବାରୁ ସେ ବାଲିଡ଼ିହି ଗ୍ରାମରେ ଭତ୍ତା ଦେବାକୁ ରୋକଠୋକ ମନା କରିଦେଇଥିବା ଅଭିଯୋଗ ହୋଇଛି।

ଏଠି ପ୍ରଶ୍ନ ଉଠୁଛି ଜଣେ ପରିଣତ ବୟସର ବୃଦ୍ଧ ହେଉ କିମ୍ବା ଜଣେ ଭିନ୍ନକ୍ଷମ ବ୍ୟକ୍ତି କିପରି ୭ କିଲୋମିଟର ଭତ୍ତା ପାଇଁ ଯିବେ? ପ୍ରଚଣ୍ଡ ଖରା ଏବଂ କରୋନା ସଂକ୍ରମଣକୁ ଦେଖି ବୟସ୍କ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କୁ ଘରୁ ନବାହାରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଉଛନ୍ତି। ଏହା ସହ ସମସ୍ତ ସରକାରୀ ସୁବିଧା ହିତାଧିକାରୀଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ମଧ୍ୟ ଦେଉଛନ୍ତି। କିନ୍ତୁ ସରପଞ୍ଚଙ୍କ ପ୍ରତିନିଧି ଏସବୁ ପ୍ରତି ଧ୍ୟାନ ଦେଉନଥିବା ଦେଖିବାକୁ ମିଳିଛି।

ଏହାକୁ ନେଇ ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିଡ଼ିହି ଗ୍ରାମର ୨୫ ରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ହିତାଧିକାରୀ ମାନେ ମାସିକ ଭତ୍ତାକୁ ଚାତକ ଭଳି ଚାହିଁ ବସିଥିବାବେଳେ ନିଜର ଅସମର୍ଥତା ଲାଗି ଦୀର୍ଘ ଚାରି ମାସ ହେଲା ୭ କିଲୋମିଟର ଯାଇ ଭତ୍ତା ଆଣିପାରୁନଥିବା ଅଭିଯୋଗ ହୋଇଛି।

ଗତ ମାର୍ଚ୍ଚ ମାସ ୧୯ ତାରିଖରେ ଉକ୍ତ ପଞ୍ଚାୟତର ବହୁ ହିତାଧିକାରୀ ଏ ସମ୍ପର୍କରେ  ଖୋର୍ଦ୍ଧା  ଜିଲ୍ଲାପାଳ, ଚିଲିକା ବିଧାୟକ ଏବଂ ବାଣପୁର ବିଡ଼ିଓଙ୍କୁ ଡାକ ଯୋଗେ ଏକ ଦାବିପତ୍ର ପଠାଇଥିବାବେଳେ ଏଯାବତ ତାହାର ପ୍ରତିଉତ୍ତର ମିଳିପାରିନାହିଁ।

ତେବେ ଏ ସମ୍ପର୍କରେ ଆମ ପ୍ରତିନିଧି ଭବାନୀପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନାହାନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଏ ଘଟଣା ସତ ଏବଂ କିଛି ମାସ ତଳେ ସରପଞ୍ଚ ପ୍ରତିନିଧି ଏବଂ ବାଲିଡ଼ିହି ଗ୍ରାମବାସୀଙ୍କ ମଧ୍ୟରେ ଝଗଡା ହୋଇଥିବାରୁ ଭତ୍ତା ଉକ୍ତ ଗ୍ରାମରେ ଆଉ ବଣ୍ଟାଯାଉନଥିବା କହିଛନ୍ତି।

ସେହିଭଳି ବାଣପୁର ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସୀମାଦ୍ରୀ ପାତ୍ରଙ୍କୁ ଏନେଇ ପଚାରିବାରୁ ଯେଉଁ ହିତାଧିକାରୀମାନେ ଭତ୍ତା ଆଣିବାପାଇଁ ଅକ୍ଷମ, ସେମାନଙ୍କ ଘରେ ବ୍ଲକ କର୍ମଚାରୀ ପହଁଚି ଭତ୍ତା ଦେବେ ଏବଂ ଅନ୍ୟମାନେ ପଞ୍ଚାୟତ ହେଡ଼କ୍ୱାର୍ଟରରୁ ଭତ୍ତା ପାଇବେ ବୋଲି କହିଛନ୍ତି। କିନ୍ତୁ ଯେହେତୁ ଆଜିପର୍ଯ୍ୟନ୍ତ ପଞ୍ଚାୟତ ହେଡ଼କ୍ୱାର୍ଟର ଚି଼ହ୍ନଟ ହେଇପାରୁନାହିଁ ଏପରି ଅସୁବିଧା ଜାରି ରହିଛି। ତେବେ ଖୁବ ଶୀଘ୍ର ସେ ଉକ୍ତ ସମସ୍ୟାର ସମାଧାନ କରିବା ଦିଗରେ ଚେଷ୍ଟା କରିବେ ବୋଲି ଏବିଡିଓ କହିଛନ୍ତି।

ତେବେ ଦେଖିବାକୁ ବାକି ରହିଲା ନିଜର ବ୍ୟକ୍ତିଗତ ସ୍ୱାର୍ଥପାଇଁ ଆକ୍ରୋଶମୂଳକ ଭାବେ ଗରିବ ହିତାଧିକାରୀଙ୍କୁ ଦୌଡାଉଥିବା ସରପଞ୍ଚ ପ୍ରତିନିଧିଙ୍କ ମାନବିକତା କେବେ ଫେରୁଛି ଏବଂ କେବେ ଗରିବ ହିତାଧିକାରୀ ମାନେ ସେମାନଙ୍କ ପଞ୍ଚାୟତରେ ଭତ୍ତା ପାଇପାରୁଛନ୍ତି। ଅପରପକ୍ଷେ ଯଦି ଉକ୍ତ ସମସ୍ୟାର ସମାଧାନ ଯଥାଶୀଘ୍ର ନହୁଏ ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ବୃଦ୍ଧ ଏବଂ ଦିବ୍ୟାଙ୍ଗ ମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।

Categories
ଫଟୋ ଖବର

ଲକଡାଉନ ସତ୍ବେ ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହ ପଞ୍ଚାୟତରେ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି

ଭଦ୍ରକ, ବର୍ତ୍ତମାନ ଚାରିଆଡେ ଲକଡାଉନ ଚାଲିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଭତ୍ତା ଟଙ୍କା ଠିକ୍ ଭାବେ ବଣ୍ଟନ ଚାଲିଛି। ଏହା ହେଉଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହ ଗ୍ରାମ ପଞ୍ଚାୟତର ଫଟୋ।