Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିବିସି ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
ଆଜିର ଖବର

ସିବିସି ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

May 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିବିସି ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
ସିବିସି ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ୱ ତମାଖୁ ବର୍ଜନ ଦିବସ ୨୦୨୬ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ଜେନେସିସ ହିଲିଂ ସେଣ୍ଟର, ଭୁବନେଶ୍ୱରଠାରେ ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ତମାଖୁ ସେବନର ବ୍ୟକ୍ତିଗତ ସ୍ୱାସ୍ଥ୍ୟ, ପରିବାର, ସମାଜ ଏବଂ ସମଗ୍ର ଦେଶ ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବିଶିଷ୍ଟ ଅର୍ଥନୀତିଜ୍ଞ ଡଃ ରମଣ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ସୁସ୍ଥ ଓ ବିକଶିତ ଭାରତ ଗଠନ ପାଇଁ ତମାଖୁମୁକ୍ତ ଜୀବନଶୈଳୀ ଅବଲମ୍ବନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବିଶେଷକରି ଯୁବପିଢ଼ିଙ୍କୁ ତମାଖୁ ଠାରୁ ଦୂରେଇ ରହିବା ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ସେ ଆହ୍ୱାନ ଦେଇଥିଲେ।

ଜେନେସିସ ହିଲିଂ ସେଣ୍ଟରର ପରିଚାଳନା ଟ୍ରଷ୍ଟି ବିଶ୍ୱଜିତ ପଣ୍ଡା ଏବଂ ଟ୍ରଷ୍ଟି ସୁସ୍ମିତା ପଣ୍ଡା ତମାଖୁ ଏବଂ ନିଶାଗ୍ରସ୍ତ ବ୍ୟକ୍ତିମାନଙ୍କୁ ପରାମର୍ଶ ଏବଂ ପୁନର୍ବାସ ପ୍ରଦାନ କ୍ଷେତ୍ରରେ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ। ନିଶାମୁକ୍ତ ଜୀବନ ଗଠନରେ ସଚେତନତା, ପାରିବାରିକ ସହଯୋଗ ଏବଂ ଠିକ୍ ସମୟରେ ହସ୍ତକ୍ଷେପର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସିବିସି ଭୁବନେଶ୍ୱରର ବରିଷ୍ଠ କଳାକାରମାନଙ୍କ ଦ୍ୱାରା ପରିବେଷିତ ଏକ ସଚେତନତାମୂଳକ ନାଟକ। ହିମାଂଶୁ ଶେଖର ନାୟକ, ଅଭିଜିତ ଭୌମିକ, ଡ. ତାପସ ପଲ ଏବଂ କୁଳମଣି ସାହୁଙ୍କୁ ନେଇ ଗଠିତ ଏହି ସାଂସ୍କୃତିକ ଦଳ ତମାଖୁ ସେବନର କୁପ୍ରଭାବ ଏବଂ ଏହା ଦ୍ୱାରା ବ୍ୟକ୍ତି ଓ ପରିବାର ଉପରେ ପଡୁଥିବା ଭୟାବହ ପ୍ରଭାବକୁ ଅତ୍ୟନ୍ତ ଜୀବନ୍ତ ଭାବରେ ଉପସ୍ଥାପନ କରିଥିଲେ।

ଏହି ଅବସରରେ ତମାଖୁ ନିଷେଧ ଶପଥ ପାଠ କରାଯାଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ତମାଖୁ ଜାତ ଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାକୁ ଆହ୍ୱାନ ଦିଆଯାଇଥିଲା।

ଜେନେସିସ ହିଲିଂ ସେଣ୍ଟରର ପରାମର୍ଶଦାତା ବିଶ୍ୱରଞ୍ଜନ ମିଶ୍ରଙ୍କ ସମେତ କେନ୍ଦ୍ରର କର୍ମଚାରୀ ଏବଂ ଅନ୍ତେବାସୀମାନେ ଉପସ୍ଥିତ ଥିଲେ। ସିବିସି ଭୁବନେଶ୍ୱରର କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ବିଶ୍ୱ ତମାଖୁ ବର୍ଜନ ଦିବସ ସିବିସି ଭୁବନେଶ୍ୱର ସୁସ୍ଥ ଭାରତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ୪୪ ଦିନିଆ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

ଇତିହାସ ରଚିଲେ ଲଭଲିନା: ମେରୀ କମଙ୍କ ପରେ ଭାରତ ପାଇଁ ଜିତିଲେ ସ୍ଵର୍ଣ୍ଣ

October 2, 2026
Latest News

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ୪୪ ଦିନିଆ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.