ଫୁଲବାଣୀ : ଡ୍ୟାମରେ ବୁଡି ନାବାଳକ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ଜିଲ୍ଲାର ପିଲାସାଲୁଙ୍କି ଡ୍ୟାମରେ । ଖଜୁରୀପଡା ନିକଟ ପିଲାସାଲୁଙ୍କି ଡ୍ୟାମକୁ ଯାଇଥିଲେ ୬ ସାଙ୍ଗ । ମାତ୍ର ଜଣେ ନାବାଳକ ଏହି ପିଲାସାଲୁଙ୍କି ଡ୍ୟାମରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ସ୍ଥାନୀୟ ପିଅନପଡାର ସିତାଂଶୁ ଶେଖର ନାୟକ ।


