Categories
ଆଞ୍ଚଳିକ

ପୋଖରୀରେ ବୁଡି ନାବାଳକର ମୃତ୍ୟୁ: ଡାକ୍ତରଙ୍କ ଅବହେଳାର ଅଭିଯୋଗ ଆଣିଲା ବିଜେପି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୋଦଳା ଥାନା ଅନ୍ତର୍ଗତ ସମା ଗ୍ରାମ ଖତାଡି ସାହିର ରୁଦ୍ର ପ୍ରସାଦ ବାରିକ ନାମକ ଜଣେ ନାବାଳକ ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ନାବାଳକ ରୁଦ୍ର ସକାଳୁ ଘରୁ ଯାଇ ବହୁ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରି ପାଇନଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ନାବାଳକ ପୋଖରୀରେ ଭାସୁଥିବା ଦେଖି ପରିବାର ଲୋକଙ୍କ ସହ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରି ପ୍ରଥମେ ସମା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ତାକୁ ଆମ୍ବୁଲାନ୍ସ ଯୋଗେ କୋଦଳା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାକୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ।

ଏହି ଭଳି ପରିସ୍ଥିତିରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୁଦ୍ରର ମୃତ୍ୟୁ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। କୋଦଳା ଚେୟାରମେନ ସୁର୍ଯ୍ୟ ନାରାୟଣ ନାୟକ ଓ ଅନ୍ୟାନ୍ୟ ବିଜେପି କର୍ମକର୍ତ୍ତା ଡାକ୍ତରଖାନାରେ ପହଞ୍ଚି ହୋହାଲ୍ଲା କରିବା ଡ଼ାକ୍ତରଖାନାର ଅବହେଳା ପାଇଁ ନିନ୍ଦା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅପରେସନ୍ ନହ୍ନେ ଫରିସ୍ତେ: ଜୁଲାଇରେ ଉଦ୍ଧାର ହେଲେ ୬୨ ନାବାଳକ/ନାବାଳିକା

ଭୁବନେଶ୍ଵର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ 2023 ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ 62 ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି।  ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 50 ନାବାଳକ ଏବଂ 12 ନାବାଳିକା ସେମାନଙ୍କ ପିତାମାତାଙ୍କ ସହ ମିଳିତ ହୋଇଛନ୍ତି।

ପିତା ମତ କିମ୍ବା ଅଭିଭାବକ ମାନଙ୍କର ଅଜାଣତରେ ନିଜ ଘରୁ ରେଳ ଷ୍ଟେସନକୁ ପଳାଇ ଆସିଥିବା / ପାରିବାରିକ ସମସ୍ୟା ହେତୁ କିମ୍ବା ଉନ୍ନତ ଜୀବନ ସନ୍ଧାନରେ ପିତାମାତାଙ୍କୁ ନ ଜଣାଇ ଟ୍ରେନ୍ ଯୋଗେ ଅନ୍ୟ ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ପ୍ରୟାସ କରୁଥିବା ପିଲାମାନଙ୍କୁ ତାଲିମ ପ୍ରାପ୍ତ ଅଭିଜ୍ଞ ଆରପିଏଫ୍ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ସେମାନଙ୍କ ପିତାମାତାଙ୍କ ସହ ମିଳିତ ହେବା ପୂର୍ବରୁ ଆରପିଏଫ୍ କର୍ମଚାରୀମାନେ ସେମାନଙ୍କୁ ବିଝାସୁଝା କରିବା ସହିତ ସେମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି ଯାହାକି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରିବ।

ରେଳ ମାଧ୍ୟମରେ ମାନବ ଚାଲାଣକୁ ବନ୍ଦ କରିବାପାଇଁ ରେଳବାଇ ସୁରକ୍ଷା ବଳ ବଚପନ ବଚାଓ ଅଭିଯାନରେ ମଧ୍ୟ ନିଜକୁ ସାମିଲ କରିଛି। ଏହା ବ୍ୟତୀତ ମାନବ ଚାଲାଣ ବିରୁଦ୍ଧରେ ପଦକ୍ଷେପ ନେବାପାଇଁ ଚାଲୁରହିଥିବା ଅଭିଯାନ {(ଅପରେସନ୍ AAHT (ଆକ୍ସନ୍ ଏଗେନଷ୍ଟ ହ୍ୟୁମାନ୍ ଟ୍ରାଫିକ୍) ମଧ୍ୟ ଆରମ୍ଭ କରି ମାନବ ଚାଲାଣ ପୀଡିତଙ୍କୁ ଉଦ୍ଧାର କରି ଆସୁଅଛି।

ଜୁଲାଇ 2023 ରେ ଉଦ୍ଧାର ହୋଇଥିବା 62 ନାବାଳକଙ୍କ ମଧ୍ୟରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳରୁ 33 ବାଳକ ଓ 02 ବାଳିକାଙ୍କୁ ଉଦ୍ଧାର କରାଯାଇଥିବାବେଳେ ସମ୍ବଲପୁର ରେଳ ମଣ୍ଡଳରୁ 05 ବାଳକ ଓ 04 ବାଳିକା ଏବଂ ୱାଲଟିୟର ରେଳମଣ୍ଡଳରୁ 12 ବାଳକ ଏବଂ 06 ବାଳିକାଙ୍କୁ ଉଦ୍ଧାର କରିଛି। ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ସମସ୍ତ ନାବାଳକ/ନାବାଳିକାଙ୍କୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତ୍ରିକୋଣୀୟ ପ୍ରେମରୁ ହତ୍ୟା, ନାବାଳକ ସହ ଚାରି କୋର୍ଟ ଚାଲାଣ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କେବେ ପ୍ରେମ ପାଇଁ ଅପହରଣ ତ କେବେ ହତ୍ୟା। ପ୍ରେମରେ ଅନ୍ଧ ହୋଇ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ତତ୍ପରତା ଦେଖାଇବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣଙ୍କୁ ପ୍ରଥମେ ଅଟକ ରଖିଥିବା ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣଙ୍କୁ ତଦନ୍ତ ପରିସରକୁ ଆଣିଥିଲା।

ତଦନ୍ତରେ ଦୁଇ ଅଭିଯୁକ୍ତ ମୋହନ ମାଝୀ ଓ ନାବାଳକ ଡାକ୍ତର ନାଏକ ପ୍ରେମ ତ୍ରିକୋଣୀୟ ସମ୍ପର୍କରୁ ହତ୍ୟା କରିଥିଲୁ ବୋଲି ସ୍ୱୀକାର କରିଥିଲେ। ଜଣେ ଝିଅକୁ ମୃତକ ଦିଲୀପ ଓ ମୋହନ ଭଲ ପାଉଥିବା ବେଳେ ଏହି ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବା ସହ ହତ୍ୟାର ରୂପ ନେଇଥିଲା। ୧୮ ତାରିଖ ଦିନ ମୃତ ଦିଲୀପକୁ ମୋହନ ଓ ଡାକ୍ତର ଏକ ନାଳକୁ ନେଇ ହତ୍ୟା କରିଥିଲେ। ପୁନଶ୍ଚ ଏକ ବାଦାମ ଚାଷ ଜମିରେ ଦେଇଥିବା ବରାହ ଫାସରେ ଦିଲୀପକୁ ନେଇ ଠେଲି ଚାଲି ଆସିଥିବାବେଳେ ବରାଫାସ ଦେଇଥିବା ନିକଟସ୍ଥ ଦରଲୀପଡା ଗାଁର ଦୁଇ ଚାଷୀ ଅବତାର ମାଝୀ ଓ ଚନ୍ଦ ମାଝୀ ମୃତକ ଦିଲୀପକୁ ଦେଖି ଗୋଟିଏ ଦିନ ଲୁଚାଇବା ସହ ମୃତ ଦେହକୁ ନଦୀକୁ ଫୋପାଡ଼ି ଦେଇଥିଲେ।

ପୋଲିସ ତଦନ୍ତ କରି ଅପରାଧରେ ବ୍ୟବହୃତ ଓ ବରାହ ଫାସର ସମସ୍ତ ଜିନିଷକୁ ଜବତ କରିଛି। ତେବେ ଶନିବାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣକୁ ମିଶାଇ ମୋଟ ଚାରି ଜଣକୁ କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସୂଚନା ଦେଇଛିନ୍ତି।

ଏହି ତଦନ୍ତରେ ଅଫିସର ଏସଆଇ ଅନୀଲ କୁମାର ପାଢୀ, ଏଏସଆଇ ତ୍ରିସେନ୍ଦ୍ର ପାତ୍ର, ବିନୟ କୁମାର ବାରା, ବିପିନ କୁମାର ଝରିଆ, ହାବିଲଦାର ନାକୁ ନାଏକ, କନେଷ୍ଟବଲ ଗୌତମ ଆଗୁପତ୍ର, ହୋମଗାର୍ଡ ପବିତ୍ର ପାତ୍ର ପ୍ରମୁଖ ସଦଳ ବଳେ ସଂଗଠିତ ହୋଇ ଜଟିଳ ପରିସ୍ଥିତି ଶ୍ରୁଷ୍ଟି କରିଥିବା ଘଟଣାର ସଫଳ ତଦନ୍ତ କରି ଆଭିଯୁକ୍ତ ମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ଲୋମହର୍ଷଣକାରୀ ଘଟଣା: ୬ ବର୍ଷର ଶିଶୁ ପୁତ୍ରକୁ ଦୁଷ୍କର୍ମ କଲା ନାବାଳକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବିସ୍କୁଟ୍ ଖାଇବାର ଲୋଭ ଦେଖାଇ ୬ ବର୍ଷର ଶିଶୁ ପୁତ୍ରକୁ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ୬ ବର୍ଷର ଶିଶୁ ପୁତ୍ର ଗୁରୁତର ହୋଇପଡିଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି।

ଅଭିଯୋଗ ମୁତାବକ ଗତକାଲି ଅପରାହ୍ନରେ ଟାଙ୍ଗୀ ଥାନା ଅଞ୍ଚଳର ଜଣେ ୬ ବର୍ଷର ଶିଶୁ ପୁତ୍ରକୁ ବିସ୍କୁଟ୍ ଲୋଭ ଦେଖାଇ ଜଣେ ୧୭ ବର୍ଷର ନାବାଳକ ତାଙ୍କ ଘରକୁ ଡାକି ନେଇଥିଲେ। ବିସ୍କୁଟ୍ ଖାଇବାକୁ ଦେବା ପରେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖାଇ ନାବାଳକ ଜଣକ ଶିଶୁ ପୁତ୍ରକୁ ଦୁଷ୍କର୍ମ କରିଥିଲେ। ଫଳରେ ଯନ୍ତ୍ରଣାରେ ଛଟ ପଟ ହେବା ସହ ଚିତ୍କାର କରିବାରୁ ନାବାଳକ ଜଣଙ୍କ ଭୟରେ ଛାଡି ଦେଇପଳାଇଯାଇଥିଲା।

ଶିଶୁ ପୁତ୍ରର ମଳ ଦ୍ୱାରରୁ ରକ୍ତସ୍ରାବ ପରେ ଘର ଲୋକେ ଘଟଣା ସଂପର୍କରେ ପଚାରିଥିଲେ।  ଶିଶୁ ପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁପୁତ୍ରର ଚିକିତ୍ସା ଗତ କାଲି ବିଳମ୍ବିତ ରାତିରେ କରାଯାଇଛି। ତେବେ ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଲୟକୁ ଆଜି ପଠାଯିବ ବୋଲି ଜଣା ପଡିଛି।

ପରିବାର ଲୋକେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଝୁଲନ୍ତା ଅବସ୍ଥାରେ ନାବାଳକ ମୃତଦେହ ଉଦ୍ଧାର

ସୀତାରାମ ଅଗ୍ରଓ୍ବାଲ 

ବାଲୁଗାଁ: ଚିଲିକା ବ୍ଲକ ସିଂଗେଶ୍ୱର ଗ୍ରାମ ପଞ୍ଚାୟତ ରଘୁନାଥପୁର ଗ୍ରାମ ଏକ ଦୁଃଖଦ ଘଟଣା ଘଟିଯାଇଛି। ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ନାବାଳକ ଜଣକ ହେଲେ ପିନୁ ପ୍ରଧାନ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନ ତିନି ଘଟିକାରେ ପିନୁ ଗ୍ରାମର ମଶାଣି ପାଖ ପୋଖରୀରେ ଗାଧେଇବାକୁ ଯାଇଥିଲା। ବହୁତ ବିଳମ୍ବ ପରେ ଯେତେବେଳେ ସେ ଘରକୁ ଫେରିନଥିଲେ ସେତେବେଳେ ତାଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ। ପରେ ପୋଖରୀ ପାଖରେ ଥିବା ଏକ ତେନ୍ତୁଳି ଗଛରେ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ନାବାଳକ ଜଣକ ମୃତ୍ୟୁ ଏବେବି ରହସ୍ୟଘେରରେ ରହିଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଏହା ସ୍ପଷ୍ଟ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଅନଲାଇନ୍‌ ଗେମ୍‌ ଯୋଗୁଁ ଜୀବନ ହାରିଲେ ନାବାଳକ

କେନ୍ଦୁଝର : ଅନଲାଇନ୍‌ ଗେମ୍‌ ଯୋଗୁଁ ଜୀବନ ହାରିଲେ ନାବାଳକ । କାଳ ହେଲା ମୋବାଇଲ୍‌ରେ ଅନ୍‌ଲାଇନ୍‌ ଗେମ୍‌ ଖେଳିବା। ବାପାମା’ଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ପାଖାପାଖି ଲକ୍ଷେ ଟଙ୍କା ଚାଲିଯିବା ପରେଚଉଦ ବର୍ଷୀୟ ମେଧାବୀ ଛାତ୍ର ଜୀବନ ହାରିଛନ୍ତି। ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ପରିବାର ଲୋକେ ଫୋନ୍ ଦେଇଥିଲେ। ହେଲେ ଅନ୍‌ଲାଇନ୍‌ ଗେମ୍‌ ଖେଳି ଟଙ୍କା ହାରିବା ପରେ ସମ୍ପୃକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଯୋଡା ସହର କମାରଯୋଡାରେ ଏଭଳି ଏକଘଟଣା ଘଟିଛି । ଲକ୍‌ଡାଉନ୍‌ ସମୟରେ ଅନଲାଇନ୍‌ କ୍ଲାସ୍‌ କରିବା ନିମନ୍ତେ ଉକ୍ତ ଛାତ୍ରଙ୍କ ପାଇଁ ପରିବାର ଲୋକ ଏକ ଫୋନ୍‌ କିଣିଥିଲେ। ହେଲେ ଛାତ୍ର ଜଣକ ଏହି ସମୟରେ ଅନ୍‌ଲାଇନ୍‌ ଗେମ୍‌ ଜାଲରେ ପଡ଼ି ଯାଇଥିଲେ। ମୋବାଇଲ୍‌ରେ ‘ଫ୍ରି ଫାୟାର’ ନାମକ ଏକ ଅନ୍‌ଲାଇନ୍‌ ଗେମ୍‌ ଖେଳି ସେ ନିଜ ବାପାଙ୍କ ଆକାଉଣ୍ଟରୁ 61 ହଜାର ଟଙ୍କା ଓ ମା’ଙ୍କ ଆକାଉଣ୍ଟରୁ 35 ହଜାର ଟଙ୍କା ହାରି ସାରିଥିଲେ। ଏନେଇ ସମ୍ପୃକ୍ତ ଛାତ୍ରଙ୍କର ବାପା ତାଙ୍କୁ ପଚାରିଥିଲେ । ଏହି ଘଟଣାରେ ଭୟଭୀତ ହୋଇ ଛାତ୍ର ଜଣକ ବାଥରୁମ୍‌ରେ ଶାଢୀ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

କ୍ରିକେଟ୍‌ ପାଇଁ ଗଲା ଜୀବନ: ବ୍ୟାଟ୍‌ରେ ପିଟି ନାବାଳକର ଜୀବନ ନେଲା ଆଉ ଜଣେ ନାବାଳକ

ବ୍ରହ୍ମପୁର: ଖେଳକୁ ନେଇ ଜଣେ ନାବାଳକ ଆଉ ଜଣେ ନାବାଳକର ହତ୍ୟା କରିଛି। ବ୍ୟାଟ୍‌ରେ ପିଟି ଜଣେ ନାବାଳକୁ ଆଉ ଜଣେ ନାବାଳାକ ପିଟି ମାରିଦେଇଥିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। କ୍ରିକେଟ୍‌ ଖେଳିବା ବେଳେ ଦୁଇ ନାବାଳାକ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏପରି ଅଘଟଣ ଘଟିଥିବାର ସୂଚନା ମିଳିଛି। ହିଞ୍ଜିଳି ଥାନା ଖରିଡା ଗ୍ରାମରେ କ୍ରିକେଟ୍‌ ଖେଳ ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ବାଳକ ଜଣକ ହେଉଛନ୍ତି କେଶବ ସେଠୀଙ୍କର ୧୩ ବର୍ଷୀୟ ପୁତ୍ର। ଆକ୍ରମଣକାରୀ ନାବାଳକକୁ ଥାନାରେ ପୋଲିସ ଅଟକ ରଖିଛି।