ଅନଲାଇନ୍‌ ଗେମ୍‌ ଯୋଗୁଁ ଜୀବନ ହାରିଲେ ନାବାଳକ

Published: Oct 3, 2020, 3:08 pm IST

କେନ୍ଦୁଝର : ଅନଲାଇନ୍‌ ଗେମ୍‌ ଯୋଗୁଁ ଜୀବନ ହାରିଲେ ନାବାଳକ । କାଳ ହେଲା ମୋବାଇଲ୍‌ରେ ଅନ୍‌ଲାଇନ୍‌ ଗେମ୍‌ ଖେଳିବା। ବାପାମା’ଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ପାଖାପାଖି ଲକ୍ଷେ ଟଙ୍କା ଚାଲିଯିବା ପରେଚଉଦ ବର୍ଷୀୟ ମେଧାବୀ ଛାତ୍ର ଜୀବନ ହାରିଛନ୍ତି। ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ପରିବାର ଲୋକେ ଫୋନ୍ ଦେଇଥିଲେ। ହେଲେ ଅନ୍‌ଲାଇନ୍‌ ଗେମ୍‌ ଖେଳି ଟଙ୍କା ହାରିବା ପରେ ସମ୍ପୃକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଯୋଡା ସହର କମାରଯୋଡାରେ ଏଭଳି ଏକଘଟଣା ଘଟିଛି । ଲକ୍‌ଡାଉନ୍‌ ସମୟରେ ଅନଲାଇନ୍‌ କ୍ଲାସ୍‌ କରିବା ନିମନ୍ତେ ଉକ୍ତ ଛାତ୍ରଙ୍କ ପାଇଁ ପରିବାର ଲୋକ ଏକ ଫୋନ୍‌ କିଣିଥିଲେ। ହେଲେ ଛାତ୍ର ଜଣକ ଏହି ସମୟରେ ଅନ୍‌ଲାଇନ୍‌ ଗେମ୍‌ ଜାଲରେ ପଡ଼ି ଯାଇଥିଲେ। ମୋବାଇଲ୍‌ରେ ‘ଫ୍ରି ଫାୟାର’ ନାମକ ଏକ ଅନ୍‌ଲାଇନ୍‌ ଗେମ୍‌ ଖେଳି ସେ ନିଜ ବାପାଙ୍କ ଆକାଉଣ୍ଟରୁ 61 ହଜାର ଟଙ୍କା ଓ ମା’ଙ୍କ ଆକାଉଣ୍ଟରୁ 35 ହଜାର ଟଙ୍କା ହାରି ସାରିଥିଲେ। ଏନେଇ ସମ୍ପୃକ୍ତ ଛାତ୍ରଙ୍କର ବାପା ତାଙ୍କୁ ପଚାରିଥିଲେ । ଏହି ଘଟଣାରେ ଭୟଭୀତ ହୋଇ ଛାତ୍ର ଜଣକ ବାଥରୁମ୍‌ରେ ଶାଢୀ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

Related posts