Categories
ବିଶେଷ ଖବର

ଆତ୍ମହତ୍ୟା ଏକ ସାମାଜିକ ବ୍ୟାଧି

ସୁବାଷ କୁମାର ତାରଣିଆଁ

ଆତ୍ମହତ୍ୟା କରିବାର ପ୍ରବଣତା ମନୁଷ୍ୟ ମଧ୍ୟରେ କେଉଁ ଆବହମାନ କାଳରୁ ରହିଆସିଛି। ଆତ୍ମହତ୍ୟାକୁ ଏକ ମହାପାପ ବୋଲି ସବୁ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ମନୁଷ୍ୟ ମନରେ ଥିବା ଅପୂରଣୀୟ କାମନାରେ ନିରାଶ ହେଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ। ଦେଶର ଉନ୍ନତି ଯୁବକମାନଙ୍କ ଦ୍ୱାରା ସମ୍ଭବ। ମାତ୍ର ଯୁବକମାନେ ଏଥିପ୍ରତି ଦୃଷ୍ଟି ନଦେଇ ନିଜ ଜୀବନକୁ ବ୍ୟକ୍ତିକୈନ୍ଦ୍ରିକ କରିଦେଉଛନ୍ତି, ଫଳରେ ବାଧାବିଘ୍ନର ହତାଶାଭାବରେ ସେମାନେ ଆତ୍ମହତ୍ୟାକୁ ଆପଣାଉଛନ୍ତିି। କହିବାକୁ ଗଲେ ଯୁବଗୋଷ୍ଠୀଙ୍କ ସହନଶୀଳତା ଗୁଣର ଘୋର ଅବନତି ଘଟୁଛି। ଯାହାର ପରିଣାମସ୍ୱରୂପ ସେମାନେ ଧୈର୍ଯ୍ୟହରା ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତିି। ସେହିପରି ପାରିବାରିକ, ଆର୍ଥିକ, ସାମାଜିକ ଓ ପ୍ରେମ ଜନିତ କାରଣରୁ ଦର୍ବଳମନା ଓ ନିରାଶ ହେବାରୁ ସମାଜରେ ଆତ୍ମହତ୍ୟା ବୃଦ୍ଧି ପାଉଛି। ପ୍ରେମ ସତ୍ୟ, ଶାଶ୍ୱତ ଓ ପ୍ରେମ ଚିରନ୍ତନ। ଦୁଇଟି ଅଜଣା ଆତ୍ମାର ମିଳନରୁ ସୃଷ୍ଟି ହୋଇଥାଏ ପ୍ରେମ। ମାତ୍ର ପ୍ରେମରେ ଧୋକ୍କା ପାଇଁ ହେଉ ଅବା ତ୍ରିକୋଣୀୟ ପ୍ରେମକୁ ନେଇ ମାନସିକ ଚାପରୁ ଅନେକ ଯୁବକ ଯୁବତୀ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଉଛନ୍ତି। ପ୍ରେମ ପାଇଁ କିଏ ରୋଜଗାରିଆ ପୁଅକୁ ହରାଉଛି ତ କିଏ ଉଚ୍ଚଶିକ୍ଷିତା ଝିଅକୁ ହରାଉଛି। ଫଳରେ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି।

୨୦୨୧ ମସିହାରେ ରାଜଧାନୀରେ ୨୭୭ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୧୯୦ଜଣ ପୁରୁଷ ଥିବାବେଳେ ୮୭ଜଣ ମହିଳା ଥିଲେ। ରଶି ଲଗାଇ ବା ଝୁଲନ୍ତ ଅବସ୍ଥାରେ ୧୩୫ଜଣ ଆତ୍ମହତ୍ୟା କରିଥିବା ବେଳେ ୧୧୯ ଜଣ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏକ ତଥ୍ୟ ଅନୁସାରେ ରାଜ୍ୟରେ ୨୦୧୬ ମସିହାରେ ମୋଟ ୩୧୪ଜଣ ଆତ୍ମହତ୍ୟା କରିଥିଲେ। ସେହିପରି ୨୦୧୭ ମସିହାରେ ୨୩୮ଜଣ, ୨୦୧୮ ମସିହାରେ ୨୪୨ଜଣ, ୨୦୧୯ ମସିହାରେ ୧୭୨ଜଣ, ୨୦୨୦ ମସିହାରେ ୨୫୦ ଏବଂ ୨୦୨୧ ମସିହାରେ ୩୦୦ଜଣ ଆତ୍ମହତ୍ୟା କରିଥିଲେ। ସମ୍ପ୍ରତି ପ୍ରେମ ଜନିତ କାରଣରୁ ରାଜ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଭରତପୁର ଅଞ୍ଚଳର ସୁରେଖା ପଲେଇ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। କିନ୍ତୁ ଯୁବକ ଜଣକ ସୁରେଖାଙ୍କ ଠାରୁ କମ୍ ବୟସର ହୋଇଥିବାରୁ ବିବାହ ପାଇଁ ରାଜି ହୋଇନଥିଲେ। ଫଳରେ ସୁରେଖା ମାନସିକ ଚାପରୁ ଆତ୍ମହତ୍ୟା କରିଥିଲେ। ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଶିକ୍ଷୟିତ୍ରୀ ସବନମ ବର୍ମା ତାଙ୍କ ଠାରୁ କମ୍ ବୟସର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ, କିନ୍ତୁ ଯୁବକ ଜଣଙ୍କ ବିବାହ ପାଇଁ ରାଜି ନହେବାରୁ ସବନମ୍ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ରାଜଧାନୀ ଭୁବନେଶ୍ୱରସ୍ଥ ସାମନ୍ତରାପୁରରେ ରହୁଥିବା ନୀଳାମ୍ବର ସ୍ୱାଇଁ ନାମକ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ମାତ୍ର କୌଣସି କାରଣରୁ ଯୁବତୀ ଜଣକ ଆତ୍ମହତ୍ୟା କରିବା ପରେ ଭାରସାମ୍ୟ ହରାଇ ନୀଳାମ୍ବର ମଧ୍ୟ ଆତ୍ମହତ୍ୟା କରିଥିଲେ। ମଞ୍ଚେଶ୍ୱର ଅଞ୍ଚଳର ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ମାତ୍ର ଯୁବକଙ୍କ ଠାରୁ ଯୁବତୀ ବୟସରେ ବଡ଼ ହୋଇଥିବାରୁ ବିବାହ ସମ୍ଭବ ହୋଇପାରି ନଥିଲା ଏବଂ ଶେଷରେ ଯୁବକଣକ ଆତ୍ମହତ୍ୟା କରିଥିଲେ।

ଶ୍ୱେତାକୁମାରୀ ନାମକ ଜଣେ ସଫ୍ଟୱେୟାର ଇଞ୍ଜିନିୟର ସୌମ୍ୟଜିତ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଘରଭଡ଼ା ନେଇ ଉଭୟେ ସ୍ୱାମୀ ସ୍ତ୍ରୀ ଭଳି ଚଳୁଥିଲେ। ଏକଥା ଉଭୟଙ୍କ ପରିବାର ମଧ୍ୟ ଜାଣିଥିଲେ। ମାତ୍ର ସୌମ୍ୟଜିତ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଇବାରୁ ଶ୍ୱେତାଙ୍କୁ ଭୁଲିଯାଇଥିଲେ। ଶ୍ୱେତା ଏକଥା ଜାଣିବା ପରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା ଏବଂ ଶ୍ୱେତା ଆତ୍ମହତ୍ୟା କରିଥିଲେ।

ପ୍ରେମରେ ଧୋକା ଖାଇବା ପରେ କଟକ ଜିଲ୍ଲାର ଜଣେ ଯୁବ ମଡ଼େଲର ସୌମ୍ୟରଞ୍ଜନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସୌମ୍ୟରଞ୍ଜନ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ଼ ନୋଟରେ ପ୍ରେମର କାହାଣୀ ବିଷୟରେ ଲେଖିଦେଇ ଯାଇଥିଲେ।

ସୌମ୍ୟରଞ୍ଜନ ମୁମ୍ବାଇରେ ମଡ଼େଲିଂ କରୁଥିଲେ। ମାତ୍ର ମହାମାରୀ କରୋନା ଯୋଗୁ ସେ ଘରକୁ ଫେରି ଆସିଥିଲେ ଏବଂ ଏକ କାଫେ ଖୋଲିଥିଲେ। କାଫେକୁ ଜଣେ ଯୁବତୀ ନିୟମିତ ଆସୁଥିବାରୁ ସୌମ୍ୟଜିତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁଇବର୍ଷ ଧରି ଉଭୟେ ପ୍ରେମ କରୁଥିଲେ। ଏହି ଘଟଣା ଉଭୟଙ୍କ ପରିବାର ଜାଣିବାରୁ ଉଭୟଙ୍କ ବିବାହ କରିବାକୁ ଯୋଜନା କରିଥିଲେ। କିନ୍ତୁ କୌଣସି କାରଣ ଯୋଗୁ ସୌମ୍ୟଜିତ ମାନସିକ ଚିନ୍ତାରେ ଥିଲେ ଏବଂ ବିଳମ୍ବିତ ରାତିରେ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଏ ସମ୍ପର୍କରେ ଯୁବତୀଙ୍କୁ ପଚାରିବାରୁ ସେ ପ୍ରେମ ସମ୍ପର୍କକୁ ଏଡ଼ାଇ ଦେଇଥିଲେ। ମାତ୍ର ଯୁବତୀଜଣଙ୍କ ଆଉ ଜଣେ ଯୁବକ ସହିତ ବୁଲାବୁଲି କରୁଥିବାରୁ ସୌମ୍ୟଜିତ ଏହାକୁ ସହଜରେ ଗ୍ରହଣ କରିପାରୁ ନଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅଭିଯୋଗ ହୋଇଥିଲା।

ବିଜେବି ସ୍ୱଂୟଶାସିତ କଲେଜର +୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ର‌୍ୟାଗିଂ ଜନିତ ଆତ୍ମହତ୍ୟା ଘଟଣା ରାଜ୍ୟରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କଲେଜର ତିନିଜଣ ବରିଷ୍ଠ ସହପାଠୀ ରୁଚିକାଙ୍କୁ ମାନସିକ ନିର୍ଯ୍ୟାତନା (ର‌୍ୟାଗିଂ) ଦେଉଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ଶେଷରେ ରୁଚିକା ଛାତ୍ରୀନିବାସ ଭିତରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ରୁଚିକା ଲେଖିଥିବା ଚିଠିରୁ ଏହା ର‌୍ୟାଗିଂ ଜନିତ ଆତ୍ମହତ୍ୟା ଜଣାପଡ଼ିବାରୁ ଏହି ଘଟଣା ଏବେ ସାରା ରାଜ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏପରିକି ବିଧାନସଭାରେ ମଧ୍ୟ ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ଭୁବନେଶ୍ୱରର ବିଜେବି କଲେଜରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଭାବକ ଓ ସାଧାରଣ ଜନତାଙ୍କ ମହଲରେ ଉତ୍ତେଜନା ଲାଗି ରହିଛି। ସାରା ରାଜ୍ୟରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା।

ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନରେ ପ୍ରଜ୍ଞାପାରମିତା ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ୍ ଉଦ୍ଧାର କରିଥିଲା। ସୂଚନା ଅନୁସାରେ ଭାଗବତ ସନ୍ଧାନରେ ରହୁଥିବା ସତ୍ୟ ନାରାୟଣ ଓ ପ୍ରଜ୍ଞାପାରମିତା ଜଣେ ବନ୍ଧୁଙ୍କ ଘରେ ଭୋଜି କରୁଥିଲେ। ହସଖୁସିରେ ସମସ୍ତେ ଭୋଜି ଖାଇଥିଲେ। ଭୋଜି ଖାଇସାରିବା ପରେ ପ୍ରଜ୍ଞା ଘରକୁ ଫେରି ଆସିଥିଲେ କିନ୍ତୁ ସତ୍ୟନାରାୟଣ ଘରକୁ ଫେରିନଥିଲେ। ପରଦିନ ସକଳେ ସତ୍ୟନାରାୟଣ ଘରକୁ ଫେରି ଦେଖନ୍ତି ତ ପ୍ରଜ୍ଞା ବେକରେ ଶାଢୀ ଗୁଡ଼ାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ପୋଲିସ୍ ପହଞ୍ôଚ ମୃତଦେହ ଜବତ କରିଥିବା ବେଳେ କେଉଁ କାରଣ ପ୍ରଜ୍ଞା ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ଜଣାପଡ଼ିନଥିଲେ ମଧ୍ୟ ସ୍ୱାମୀଙ୍କ ପରକ୍ରିୟା ପ୍ରୀତିକୁ ନେଇ ପ୍ରଜ୍ଞ ଆତ୍ମହତ୍ୟା କରିଥିବା ତାଙ୍କ ପଡ଼ୋଶୀ ସନ୍ଦେହ କରିଥିଲେ।

ସାମ୍ପ୍ରତିକ ସମୟରେ ଆତ୍ମହତ୍ୟା ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏଥିପାଇଁ ପରିବାରରେ ପିତାମାତା, ସମ୍ପର୍କୀୟଙ୍କ ଦାୟିତ୍ୱ ସେମାନଙ୍କ ପିଲାମାନଙ୍କ ସ୍ୱଭାବ, ଚାଲିଚଳନ, ହାଭବାବ ଦେଖି ତାହାର କାରଣ ଖୋଜି ସମସ୍ୟାର ସମାଧାନ କରିବା, ଯୁବଗୋଷ୍ଠୀଙ୍କୁ ଆତ୍ମହତ୍ୟା ପ୍ରବଣରୁ ଦୂରେଇ ରହିବା ପାଇଁ ଏକ ସୁସ୍ଥ, ସୁନ୍ଦର ଓ ନରାପଦ ଜୀବନ ଜୀଇଁବା ପାଇଁ ସଚେତନତା ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାର ତଥା ସଚେତନ ନାଗରିକ, ସାମାଜିକ କର୍ମୀ ଓ ସ୍ୱେଚ୍ଛାସେବୀ ସଂଗଠନ ପଦକ୍ଷେପ ନେବା ଆବଶ୍ୟକ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସଚେତନତା ମୂଳକ ପଦକ୍ଷେପ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପ୍ରଦର୍ଶନ ଜରିଆରେ ଆତ୍ମହତ୍ୟାକୁ ରୋକାଯାଇ ପାରିବ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏତେ ଘଣ୍ଟା ଧରି ଫୋନ୍ ବ୍ୟବହାର କରୁଥିବା ପିଲାମାନଙ୍କର ଆତ୍ମହତ୍ୟା କରିବାର ଆଶଙ୍କା ଅଧିକ ଥାଏ! ଧ୍ୟାନ ଦିଅନ୍ତୁ

ଭୁବନେଶ୍ଵର: ଆଜିକାଲି ସ୍ମାର୍ଟଫୋନ୍, ଲାପଟପ୍ ର ଦୁନିଆ ଚାଲିଛି। ବଡ଼ ମାନଙ୍କୁ ଛାଡି ଦିଅନ୍ତୁ ଛୋଟପିଲାମାନେ ମଧ୍ୟ ଏଗୁଡିକ ସହିତ ଅନେକ ଘଣ୍ଟା ବିତାଉଛନ୍ତି। ଅନେକ ପିଲା ଏବଂ ବୟସ୍କ ଅଛନ୍ତି ଯେଉଁମାନେ କିଛି ସମୟ ପାଇଁ ଫୋନ୍ କଲ୍ ଗ୍ରହଣ ନକଲେ ଅସ୍ଥିର ହୋଇଯାଆନ୍ତି। ଏହା ବିନା କିଛି ସମୟ ବିତାଇବା ସେମାନଙ୍କ ପାଇଁ ବହୁତ କଷ୍ଟକର। ଏହା ସମ୍ବନ୍ଧରେ ଏକ ଅଧ୍ୟୟନ ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ।

ରିପୋର୍ଟରେ କୁହାଯାଇଛି ଯେ, ସ୍ମାର୍ଟଫୋନ୍ ନିଶା ଜଣେ ମାନସିକ ସ୍ତରରେ ଅସୁସ୍ଥ ହୋଇପାରେ। ଏହି ଅଧ୍ୟୟନରେ କୁହାଯାଇଛି ଯେ, ଯେଉଁମାନେ ଦିନକୁ ଚାରି ଘଣ୍ଟାରୁ ଅଧିକ ସମୟ ଫୋନ୍ ବ୍ୟବହାର କରନ୍ତି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ତେଣୁ, ଏହାକୁ ଯତ୍ନର ସହିତ ଏବଂ ଅଳ୍ପ ବ୍ୟବହାର କରାଯିବା ଉଚିତ୍। ଆସନ୍ତୁ ଜାଣିବା ପିଲାମାନଙ୍କରେ ଫୋନ୍ ନିଶା ର ପାର୍ଶ୍ୱ ପ୍ରତିକ୍ରିୟା …

ସ୍ମାର୍ଟଫୋନ୍ ପିଲାମାନଙ୍କର ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ?:

ଅଧ୍ୟୟନ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଯୁବକମାନଙ୍କ ମଧ୍ୟରେ ବିଶେଷକରି ନାବାଳକ ଏବଂ କିଶୋରମାନଙ୍କ ମଧ୍ୟରେ ମୋବାଇଲ୍ ଫୋନ୍ ପାଇଁ କ୍ରେଜ୍ ଯଥେଷ୍ଟ ବୃଦ୍ଧି ପାଇଛି। ଯାହା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି। ଏହା ସହିତ ଅନେକ ସମସ୍ୟା ମଧ୍ୟ ଅଛି।

ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ସ୍ମାର୍ଟଫୋନର ପାର୍ଶ୍ୱ ପ୍ରତିକ୍ରିୟା:

୧. ଅନିଦ୍ରା ଏବଂ ଶୋଇବା ସମ୍ବନ୍ଧୀୟ ସମସ୍ୟା।
୨. ଆଖି ସମ୍ବନ୍ଧୀୟ ସମସ୍ୟା।
୩. ମାଂସପେଶୀ ସମ୍ବନ୍ଧୀୟ ସମସ୍ୟା।

ପିଲାମାନେ କେତେ ସମୟ ସ୍ମାର୍ଟଫୋନ୍ ବ୍ୟବହାର କରିବା ଉଚିତ୍?:

କୋରିଆର ହନ୍ୟାଙ୍ଗ ୟୁନିଭରସିଟି ମେଡିକାଲ୍ ସେଣ୍ଟରର ଦଳ ଦ୍ୱାରା ହୋଇଥିବା ଏହି ଅଧ୍ୟୟନରେ ୫୦,୦୦୦ ରୁ ଅଧିକ ନାବାଳକର ତଥ୍ୟ ବିଶ୍ଳେଷଣ କରାଯାଇଥିଲା। ଏହି ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ୪ ଘଣ୍ଟାରୁ ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଛୋଟ ପିଲାମାନଙ୍କର ଅଧିକ ଚାପ ସମସ୍ୟା ଥାଏ। ଏହିପରି ଲୋକଙ୍କ ପାଖରେ ଅନେକ ଆତ୍ମହତ୍ୟା ଚିନ୍ତାଧାରା ମଧ୍ୟ ଥାଏ। ସ୍ମାର୍ଟଫୋନ୍ ନିଶା ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହି ଅଧ୍ୟୟନ ଖୋଲା ପ୍ରବେଶ ପତ୍ରିକା PLOS One ରେ ପ୍ରକାଶିତ ହୋଇଥିଲା ଯେଉଁଥିରେ ଦର୍ଶାଯାଇଛି ଯେ, ଯେଉଁ ନାବାଳକମାନେ ପ୍ରତିଦିନ ୧ ରୁ ୨ ଘଣ୍ଟା ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ସେମାନଙ୍କର କମ୍ ସମସ୍ୟା ଥାଏ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ରେଳଷ୍ଟେସନ ୧ ନଂ ପ୍ଲାଟଫର୍ମରେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳଷ୍ଟେସନ ୧ ନଂ ପ୍ଲାଟଫର୍ମରେ ଜଣେ ଅଜଣା ବ୍ୟକ୍ତି ରେଳ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ବ୍ରହ୍ମପୁର ରେଳଷ୍ଟେସନ ୧ ନଂ ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଜନୈକ ବ୍ୟକ୍ତି ସିକନ୍ଦରବାଦ୍ ହାୱଡା ଫାଲକନାମା ଏକ୍ସପ୍ରେସ ଗାଡ଼ି ଆସିବା ବେଳେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଓ ତାଙ୍କର ପରିଚୟ ମିଳିନାହିଁ। ରେଳବାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଞ୍ଚଳିକ ରାଜ୍ୟ ଖବର

ଶ୍ଵଶୁର ଘରେ ବେକରେ ଦଉଡ଼ି ଲଗାଇ ଜ୍ଵାଇଁ ପୁଅର ଆତ୍ମହତ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଖାରିଆ ଗ୍ରାମରେ ମଣ୍ଟୁ ନାୟକ ନାମକ ଜଣେ ଯୁବକ ନିଜ ଶ୍ଵଶୁର ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ମଣ୍ଟୁର ଘର ନିକଟସ୍ଥ ବୋଲସର ଗ୍ରାମ ହୋଇଥିବା ବେଳେ ସେ ଶ୍ଵଶୁର ଘରେ ରହୁଥିଲା। କିନ୍ତୁ କୌଣସି କାରଣରୁ ସେ ବେକରେ ଦଉଡ଼ି ଦେଇ ଝୁଲୁଥିବା ଦେଖି ଶ୍ଵଶୁର ପ୍ରାଣବନ୍ଧୁ ପ୍ରଧାନ କୋଟିନଡା ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ପାଇ ମଣ୍ଟୁକୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଆସ୍କା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ମଣ୍ଟୁର ବାପା ଶ୍ଵଶୁର ଘର ଲୋକେ ତାଙ୍କ ପୁଅକୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହିତା ମହିଳାଙ୍କ ଆତ୍ମହତ୍ୟା, ପ୍ରେମିକ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ନିଖିତା ଖଣ୍ଡୁଆଳ ନାମ୍ନୀ ଜଣେ ମହିଳା ଗତ ଅକ୍ଟୋବର ୧୬ ତାରିଖରେ ଶ୍ଵଶୁର ଘରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ୧୭/୩୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। କିନ୍ତୁ ନିଖିତାର ଅଜା ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର କାଶୀନାଥ ପ୍ରଧାନ ତାଙ୍କ ନାତୁଣୀକୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ।

ଘଟଣାର ତଦନ୍ତ ଚଳାଇ ପୋଲିସ ଜାଣିବାକୁ ପାଇଲେ ଯେ ସ୍ବାମୀ ସୁରଟ୍ ରେ କାମ କରିବାକୁ ଯାଇଛନ୍ତି ଓ ଘଟଣା ଦିନ ସେ ଗାଁ ରେ ନାହିଁ। ଅନ୍ୟ ପକ୍ଷରେ ଶ୍ଵଶୁର ଓ ଶାଶୂ ତାର ତିନି ବର୍ଷର ପୁଅକୁ ଧରି ମାଛ ଧରିବା ପାଇଁ ଗାଁ ପୋଖରୀ କୁ ଯାଇଛନ୍ତି ଓ ନିଖୀତା ଦୁଇ ଦେଢ଼ ଶାଶୁ କେନ୍ଦୁପଦର ଗ୍ରାମରେ ରହୁଛନ୍ତି। ଏହି ସବୁ ଘଟଣାକୁ ନେଇ ପୋଲିସ ଗଭୀର ତଦନ୍ତ ଚଳାଇ ଜାଣିବାକୁ ପାଇଲେ ଯେ, ମୃତ ନିଖିତା ର ବାପ ଓ ମାଁ ସୁରଟ୍ ରେ କାମ କରିବାକୁ ଯାଇଥିବା ବେଳେ ସେ ତାର ଅଜା ଘର ବିଷ୍ଣୁଚକ୍ର ଗ୍ରାମରେ ରହୁଥିଲା ଓ ଏହା ମଧ୍ୟରେ ଉକ୍ତ ଗ୍ରାମର ବସନ୍ତ ପାତ୍ର ନାମରେ ଜଣେ ଯୁବକକୁ ଭଲ ପାଉଥିଲା।

କିନ୍ତୁ ଏହା ମଧ୍ୟରେ ସେ ଖୁକୁଣ୍ଡିଆ ଗ୍ରାମରେ ବାହା ହେବା ପରେ ମଧ୍ୟ ବସନ୍ତ ନିଖିତାକୁ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ ସ୍ବାମୀ ଦୀପକକୁ ଛାଡ଼ପତ୍ର ଦେବା ପାଇଁ ବାଧ୍ୟ କରିବାରୁ ସେ ନିଜକୁ ଅସୁରକ୍ଷିତ ମନେ କରି ଏହି ଭଳି ଆତ୍ମହତ୍ୟା ପଦକ୍ଷେପ ଗ୍ରହଣ କରିଥିଲା।

ଏହି ସବୁ ଘଟଣା ର ବଳିଷ୍ଠ ପ୍ରମାଣ ପାଇ ପୋଲିସ ପ୍ରେମିକ ବସନ୍ତକୁ ଥାନାରେ ଅଟକ ରଖି ଜେରା କରିବା ପରେ ଜାଣିବାକୁ ପାଇଲେ ଯେ, ବସନ୍ତ ଯୋଗୁଁ ଉକ୍ତ ମହିଳା ଆତ୍ମହତ୍ୟା କରିଛି।

ପୋଲିସ ୮୦୩/୨୩ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ବସନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଞ୍ଚଳିକ

ନାଚୁଣୀ: ବିଷ ପାନ କରି ଆତ୍ମହତ୍ୟା କଲେ ବୃଦ୍ଧ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକ ଅପମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଉକ୍ତ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମର ବିଦେଶୀ ପ୍ରଧାନ (୭୮) ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୋଲିସ ସୂଚନା ମୁତାବକ ବିଦେଶୀଙ୍କ ପତ୍ନୀ ହବିଷ ପାଇଁ ପୁରୀ ଯାଇଥିବା ବେଳେ ଗତକାଲି ବିଦେଶୀ ପତ୍ନୀଙ୍କୁ ଘରକୁ ଫେରି ଆସିବା ପାଇଁ ଜିଦି କରିଥିଲେ। ତେବେ ପତ୍ନୀ ନ ଆସିବାରୁ ରାଗରେ ବିଷପାନ କରିଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗମ୍ଭାରୀମୁଣ୍ଡା ଏବଂ ପରେ ଟାଙ୍ଗୀ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ନାଚୁଣୀ ପୋଲିସ ଶବ ଜବତ କରି କେସ ନମ୍ବର ୧୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଦେଇଛି।

Categories
ଆଞ୍ଚଳିକ

ବେକରେ ଦଉଡ଼ି ଲଗାଇ ମହିଳାଙ୍କ ଆତ୍ମହତ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନ ଆମ୍ବ ଗାଁ ସ୍କୁଲ ସାହିରେ ମଧୁ ବେହେରା ନାମ୍ନୀ ଜଣେ ମହିଳା ପରିବାର ଲୋକଙ୍କ ଅନୁପସ୍ଥିତିରେ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ଉକ୍ତ ମହିଳାଙ୍କ ସ୍ବାମୀ ଜଣେ ଦୃଷ୍ଟିହୀନ ବ୍ୟକ୍ତି। ସେ ଉକ୍ତ ଘରେ ରହୁଥିବା ବେଳେ ଦୁଇ ପୁଅ ବାହାରେ କାମ କରୁଛନ୍ତି। ମୃତ ମହିଳା ଜଣକ ଗ୍ରାମର ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଭାପତି ଭାବେ କାର୍ଯ୍ୟରତ। କିନ୍ତୁ ରୁଣ ଭାରରେ ବୁଡି ରହିଥିବା ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ଦୁଇ ପୁଅ ଘରକୁ ଆସିଛନ୍ତି ଓ କିଛି ଦିନ ତଳେ ପରିବାର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଶୁଣିବାକୁ ମିଳୁଛି।

ବର୍ତ୍ତମାନ ପରିସ୍ଥିତିରେ ଦୁଇ ପୁଅ ବାହାରକୁ ଯାଇଥିବା ବେଳେ ମଧୁ ଏହି ଭଳି କାର୍ଯ୍ୟ କରିଛି ଓ ଦୁଇ ପୁଅ ଘରକୁ ଆସି ମାଁ ଏହି ଭଳି ଅବସ୍ଥା ଦେଖି ତାକୁ ତଳକୁ ଓହ୍ଲେଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଉକ୍ତ ମହିଳାଙ୍କ ଆତ୍ମହତ୍ୟା ଋଣ ଭାର ନା ପାରିବାରିକ ଅଶାନ୍ତି ସଠିକ ତଦନ୍ତ ହେଲେ ଜଣାପଡିବ।

Categories
ଆଜିର ଖବର ଜାତୀୟ ଖବର ସିନେମା

୩୫ ବର୍ଷ ବୟସରେ ଆତ୍ମହତ୍ୟା କଲେ ରେଞ୍ଜୁଶା ମେନନ୍, ଘରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ନୂଆଦିଲ୍ଲୀ: ମାଲାୟାଲମ୍ ଅଭିନେତ୍ରୀ ରେଞ୍ଜୁଶା ମେନନ୍ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ତାଙ୍କ ମୃତଦେହ ଥିରୁବନନ୍ତପୁରମରେ ଥିବା ତାଙ୍କ ଫ୍ଲାଟରୁ ମିଳିଛି, ​​ଯେଉଁଠାରେ ସେ ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ। ଅଭିନେତ୍ରୀ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।

Categories
ଆଞ୍ଚଳିକ

ନବବଧୁଙ୍କ ଆତ୍ମହତ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ସୁବାସ ନଗରର ଜ୍ୟୋତ୍ସ୍ନା ଶବର ନାମ୍ନୀ ଜନୈକା ନବବିବାହିତା ମହିଳା ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଅବସ୍ଥାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି।

ଖବରରୁ ଜଣାପଡିଛି ଯେ, ଦିଗପହଣ୍ଡି ଥାନା ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ମୁଳ ବାସିନ୍ଦା ଜ୍ୟୋତ୍ସ୍ନା ନିକଟସ୍ଥ ଆଙ୍କୁଲି କୁମ୍ଭାରପଲି ଅଞ୍ଚଳର ତୋଫାନ ସାହୁ ନାମକ ଜଣେ ଯୁବକକୁ ଏହି କିଛି ମାସ ପୂର୍ବରୁ ବାହା ହୋଇ ଭଡ଼ା ରହୁଥିଲେ। ସ୍ବାମୀ ଘରେ ନଥିବା ବେଳେ ଜ୍ୟୋତ୍ସ୍ନା କାହିଁକି ଏହି ଭଳି ନିଷ୍ପତ୍ତି ନେଇଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କୋଟା କାହିଁକି ବାରମ୍ବାର ବିଫଳ ହେଉଛି?: ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ୟାକୁ ରୋକାଯାଇପାରିବ କି?

ନୂଆଦିଲ୍ଲୀ: ଆଇଆଇଟି ଓ ନିଟ୍ ପ୍ରସ୍ତୁତି ପାଇଁ ପ୍ରସିଦ୍ଧ ରାଜସ୍ଥାନର କୋଚିଂ ହବ୍ କୋଟାରେ ଆତ୍ମହତ୍ୟା ଘଟଣା ଥମିବାର ନାଁ ନେଉନାହିଁ। ରବିବାର କୋଟାରେ ପ୍ରସ୍ତୁତି କରୁଥିବା ଦୁଇଜଣ ଛାତ୍ର ମୃତ୍ୟୁକୁ ସ୍ଥାନୀୟ ପ୍ରଶାସନ ସ୍ୱୀକାର କରିଥିଲେ। ୨୦୨୩ରେ ଏପର୍ଯ୍ୟନ୍ତ ୨୩ ଜଣ ଛାତ୍ରଛାତ୍ରୀ ପାଠପଢ଼ା ବୋଝରେ ଆତ୍ମହତ୍ୟା କରିଛନ୍ତି। କୋଟା ପ୍ରଶାସନ ଏବଂ କୋଚିଂ ଅପରେଟରମାନେ ଆତ୍ମହତ୍ୟା ରୋକିବା ପାଇଁ ସମସ୍ତେ ପଦକ୍ଷେପ ନେଉଥିବା ଦାବି କରୁଛନ୍ତି, କିନ୍ତୁ ଏହାର କୌଣସି ପ୍ରଭାବ ଦେଖାଯାଉନାହିଁ। ରବିବାର ଦିନ କୁନହାରୀର ଐତିହାସିକ ଅଞ୍ଚଳରେ ରହୁଥିବା ଛାତ୍ର ଆଦର୍ଶ (୧୮)ଙ୍କ ମୃତଦେହ ତାଙ୍କ କୋଠରୀରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବିହାରର ରୋହତାସ ଜିଲ୍ଲାର ଛାତ୍ର ଆଦର୍ଶ ୪ ମାସ ତଳେ ନିଟ୍ ପ୍ରସ୍ତୁତି ପାଇଁ କୋଟା ଆସିଥିଲେ। ଅପରାହ୍ନ ୩ଟାରେ ୧୬ ବର୍ଷୀୟ ଛାତ୍ର ଅଭିଷ୍କର ସମ୍ଭାଜୀ କାସଲେ ନିଜ କୋଚିଂ ସେଣ୍ଟରର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ମହାରାଷ୍ଟ୍ରର ଲାଟୁରର ବାସିନ୍ଦା ଅଭିଷ୍କର କୋଟାର ତଲୱାଣ୍ଡି ଅଞ୍ଚଳରେ ଗତ ତିନି ବର୍ଷ ହେବ ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ। ପରୀକ୍ଷା ପରେ ଉଭୟ ଛାତ୍ର ଆତ୍ମହତ୍ୟା କରିଥିଲେ।

୮ ମାସ ତଳେ କୋଟା ଜିଲ୍ଲା ପ୍ରଶାସନ କୋଚିଂ ଅନୁଷ୍ଠାନଗୁଡ଼ିକ ପାଇଁ ଆଡଭାଇଜରି ଜାରି କରିଥିଲା । ରବିବାର କୌଣସି ଅଧ୍ୟୟନ କିମ୍ବା ପରୀକ୍ଷା ହେବ ନାହିଁ ବୋଲି କୁହାଯାଇଥିଲା। ଏହି କ୍ରମରେ ଏହା ମଧ୍ୟ କୁହାଯାଇଛି ଯେ କୋଚିଂ ଅନୁଷ୍ଠାନଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ପାଇଁ ରବିବାରକୁ ମଜା ଭାବରେ ଉପଭୋଗ କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ପଡିବ। କିନ୍ତୁ ପରିସ୍ଥିତି ହେଉଛି ଯେ ଏହି ନିର୍ଦ୍ଦେଶକୁ କୌଣସି କୋଚିଂ ଅନୁଷ୍ଠାନ ଗ୍ରହଣ କରିନାହାନ୍ତି।

ଯାହାକୁ ନେଇ ଏବେ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି

ନିଟ୍ ଆଶାୟୀ ରୋନିତ ଉପାଧ୍ୟାୟ କହିଛନ୍ତି, କୋଟାରେ ଲଗାତାର ଆତ୍ମହତ୍ୟା ଘଟଣାରେ ଆମେ ସ୍ତବ୍ଧ। ଆମ ପିତାମାତା ମଧ୍ୟ ଘରକୁ ଫେରିବା ପାଇଁ ବାରମ୍ବାର ଚାପ ପକାଉଛନ୍ତି। ସେ ଅଢ଼େଇ ବର୍ଷ ହେବ କୋଟାରେ ପ୍ରସ୍ତୁତି କରୁଛନ୍ତି, କିନ୍ତୁ କୌଣସି କୋଚିଂରେ ରବିବାର ଛୁଟି ନାହିଁ। ପ୍ରତି ରବିବାର ଏକ ପରୀକ୍ଷା ହୋଇଥାଏ। କେତେବେଳେ ଶନିବାର ଛୁଟି ଥାଏ ତ ଆଉ କେତେବେଳେ ରବିବାର ପରୀକ୍ଷା କରାଯାଏ। ଏଭଳି ସ୍ଥିତିରେ ଏହି ଛୁଟିର କୌଣସି ଅର୍ଥ ନାହିଁ।

କେବଳ କହିବାକୁ ଆତ୍ମହତ୍ୟା ବିରୋଧୀ ରଡ଼ !

ଦୀର୍ଘଦିନ ପରେ କୋଟା ପରିପ୍ରେକ୍ଷୀରେ ଆତ୍ମହତ୍ୟା ନିରୋଧୀ ରଡ଼କୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଆତ୍ମହତ୍ୟା ନିରୋଧୀ ରଡ଼ କିଛି ନୂଆ କଥା ନୁହେଁ। ୬ ବର୍ଷ ତଳେ ଜିଲ୍ଲା ପ୍ରଶାସନ ହଷ୍ଟେଲ ଆସୋସିଏସନକୁ ଫ୍ୟାନରେ ଆତ୍ମହତ୍ୟା ନିରୋଧୀ ରଡ଼ ଲଗାଇବାକୁ କହିଥିଲା। କିନ୍ତୁ ପରିସ୍ଥିତି ହେଉଛି ଆତ୍ମହତ୍ୟା ନିରୋଧୀ ରଡ଼ କେବଳ ଚର୍ଚ୍ଚାରେ ରହିଥିଲା। ଆତ୍ମହତ୍ୟା ନିରୋଧୀ ରଡ଼କୁ ଏପରିଭାବେ ଡିଜାଇନ୍ କରାଯାଇଛି ଯେ ଏହା କେବଳ ଫ୍ୟାନ ଓଜନକୁ ସହ୍ୟ କରିବାରେ ସକ୍ଷମ ହେବ। ଯଦି ଏହି ରଡ଼ ଉପରେ ଫ୍ୟାନଠାରୁ ଅଧିକ ଓଜନର କୌଣସି ଜିନିଷର ଓଜନ ପଡ଼ିଯାଏ, ତେବେ ଆତ୍ମହତ୍ୟା ନିରୋଧୀ ରଡ଼ର ଲମ୍ବା ବ୍ୟାପିଯିବ ଏବଂ ଆତ୍ମହତ୍ୟାକାରୀ ବ୍ୟକ୍ତିଙ୍କ ପାଦ ମାଟିକୁ ସ୍ପର୍ଶ କରିବ। ଜୁନ୍ ମାସରେ ବଢ଼ୁଥିବା ଆତ୍ମହତ୍ୟା ମାମଲାକୁ ଦୃଷ୍ଟିରେ ରଖି କୋଟା ପୁଲିସ ଏକ ଛାତ୍ର ସେଲ୍ ଗଠନ କରିଥିଲା। ଛାତ୍ର ସେଲ୍ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। କିନ୍ତୁ ଏଥିରେ ବିଶେଷ ଫଳାଫଳ ଦେଖିବାକୁ ମିଳିନଥିଲା।

କୋଭିଡ୍ ପରେ ଦୁର୍ବଳ ଛାତ୍ରଛାତ୍ରୀ

କୋଟାର ଏକ କୋଚିଂ ଇନଷ୍ଟିଚ୍ୟୁଟରେ ଅଧ୍ୟାପନା କରୁଥିବା ଜଣେ ଶିକ୍ଷକ କୁହନ୍ତି ଯେ ୨୦୨୩ ମସିହାରେ ଯେଉଁ ଛାତ୍ରଛାତ୍ରୀମାନେ ଏଠାକୁ ପ୍ରସ୍ତୁତି ପାଇଁ ଆସିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। କାରଣ କୋଭିଡ୍ ସମୟରେ ଏହି ପିଲାମାନଙ୍କ ପାଠପଢ଼ା ବହୁତ କ୍ଷତିଗ୍ରସ୍ତ ହୋଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ପଦୋନ୍ନତି ପାଇଛନ୍ତି। ଏମାନଙ୍କର ଭିତ୍ତିଭୂମି ବହୁତ ଦୁର୍ବଳ। ଏହି କାରଣରୁ ପିଲାମାନେ ଏଥର ଅଧିକ ଅବସାଦଗ୍ରସ୍ତ ହେଉଛନ୍ତି। ଏଥିସହିତ କୋଚିଂ ଅନୁଷ୍ଠାନଗୁଡ଼ିକର ପରୀକ୍ଷା ପଦ୍ଧତି ଅତ୍ୟନ୍ତ କଷ୍ଟକର। ଏହି କାରଣରୁ ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏହାକୁ ବୁଝିବାର ଅତ୍ୟନ୍ତ ଆବଶ୍ୟକତା ରହିଛି।

କିଛି ବର୍ଷ ତଳେ ପ୍ରତ୍ୟେକ କୋଚିଂ ଅନୁଷ୍ଠାନରେ ମନୋବିଜ୍ଞାନୀ କାଉନସେଲର ନିଯୁକ୍ତ କରିବା ସହ ହେଲ୍ପଲାଇନ ନମ୍ବର ଜାରି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ସମସ୍ୟା ହେଉଛି ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବହୁତ ଛୋଟ। ସେମାନେ ବୁଝିପାରୁନାହାନ୍ତି ଯେ ସେମାନଙ୍କର ମାନସିକ ସମସ୍ୟା ରହିଛି। ଏଠାରେ ଥିବା କୋଚିଂ ଇନଷ୍ଟିଚ୍ୟୁଟ୍ ଓ ହଷ୍ଟେଲ୍ ଅପରେଟରମାନଙ୍କୁ ପରସ୍ପର ସହ ସମନ୍ୱୟ ରକ୍ଷା କରି ଅବସାଦଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପରିସ୍ଥିତି ହେଉଛି ଉଭୟଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଉଛି ଟଙ୍କା ରୋଜଗାର କରିବା।

ୱାର୍ଡେନଙ୍କ ଯୋଗ୍ୟତା କ’ଣ, କୌଣସି ମାନଦଣ୍ଡ ନାହିଁ

ହଷ୍ଟେଲରେ ରଖାଯାଇଥିବା ୱାର୍ଡେନମାନେ ଶିକ୍ଷିତ ଓ ସମ୍ବେଦନଶୀଳ ବ୍ୟକ୍ତି ହେଲେ ଆତ୍ମହତ୍ୟାକୁ ବହୁ ମାତ୍ରାରେ ରୋକିବା ପାଇଁ ପ୍ରୟାସ କରାଯାଇପାରିବ। ହଷ୍ଟେଲ ମାଲିକମାନେ କୌଣସି ବ୍ୟକ୍ତିଙ୍କୁ ୭ରୁ ୮ ହଜାର ଟଙ୍କାରେ ୱାର୍ଡେନଭାବେ ନିଯୁକ୍ତି ଦେଇଥାନ୍ତି। ଅଧିକାଂଶ ୱାର୍ଡେନ୍ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖନ୍ତି। କେଉଁ ଛାତ୍ର ନିୟମିତ କ୍ଲାସକୁ ଯାଉନାହାନ୍ତି? କେଉଁ ଛାତ୍ର ଠିକ୍ ସମୟରେ ଖାଇବାକୁ ମେସକୁ ଆସୁନାହାନ୍ତି ? ତାଙ୍କ ସମସ୍ୟା କ’ଣ? ଯଦି ଜଣେ ୱାର୍ଡେନଙ୍କୁ ଏଥିପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଏ ତେବେ ସେ ଏହାକୁ ଚିହ୍ନଟ କରିପାରିବେ। ଅଭିଭାବକମାନେ କହନ୍ତି ଯେ ଅତି କମରେ ଜଣେ ୱାର୍ଡେନ ସ୍ନାତକ ହେବା ଉଚିତ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ୟାଙ୍କ ଅଧିକାରୀଙ୍କ ଆତ୍ମହତ୍ୟା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଷେତ୍ରୀୟ ଅଧିକାରୀ ସୁଧାଂଶୁ ଶୁଭଙ୍କର ଦାସ ଏକାକୀ ରହୁଥିବା ଭଡ଼ା ଘରେ ବେକରେ ଗାମୁଛା ଗୁଡେ଼ଇ ଆତ୍ମହତ୍ୟା କରିଛନ୍ତି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ବୁଗୁଡ଼ା ଥାନା ଅନ୍ତର୍ଗତ କ୍ରୁଷ୍ଣ ଶରଣ ପୁର ଗ୍ରାମର୩୦ ବର୍ଷ ବୟସ୍କ ସୁଧାଂଶୁ ପୋଲସରା ରାଣୀପଡା ସ୍ଥିତ ମୁଖ୍ୟ ରାସ୍ତାରେ ଥିବା ଅତିଥି ହୋଟେଲ ର ଉପର ମହଲାରେ ଏକ ଘର ଭଡ଼ା ନେଇ ରହୁଥିଲେ। ଆଜି ସକାଳୁ ସେ ଆତ୍ମହତ୍ୟା କରିଥିବା ଜଣାପଡିବା ପରେ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ଓ ପରିବାର ଲୋକଙ୍କ ଠାରୁ ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ଟାଙ୍ଗୀ: କୟଥପଲ୍ଲା ସ୍ଥିତ ଫାଲକନ ଫିଡ଼ସରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲ୍ଲା ସ୍ଥିତ ଫାଲକନ ଫିଡ଼ସରେ ଜଣେ କାର୍ଯ୍ୟରତ ଶ୍ରମିକ ଆତ୍ମହତ୍ୟା କରିଥିବାର ଖବର ହସ୍ତଗତ ହୋଇଛି। ଶ୍ରମିକଙ୍କ ନାମ ଅନିରୁଦ୍ଧ ସ୍ୱାଇଁ (୩୩)। ମୃତକଙ୍କ ଘର ଜଗତସିଂହପୁର ବୋଲି ଜଣାପଡିଛି।

ତେବେ କୌଣସି କାରଣରୁ ଗତକାଲି ରାତିରେ ଅନିରୁଦ୍ଧ ତାଙ୍କ କୋଠରୀ ଝରକାରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ସନ୍ଦେହ ହେଉଛି। ତେବେ ଖବର ପାଇ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଅଦ୍ୟାବଧି ମୃତକଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ଅଭିଯୋଗ ହୋଇନଥିବାର ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆତ୍ମହତ୍ୟା କରିବା ପୂର୍ବରୁ ନିଜର ପିଲାଙ୍କୁ ହତ୍ୟା କଲା ମା’

ନୂଆଦିଲ୍ଲୀ: ରାଜସ୍ଥାନର ୱାଡମେର ଜିଲ୍ଲାର ମଣ୍ଡଲି ପୋଲିସ ଷ୍ଟେସନ ପରିସରରେ ଜଣେ ମହିଳା ତାଙ୍କ ଚାରି ପିଲାଙ୍କୁ ହତ୍ୟା କରିବା ପରେ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ସମସ୍ତ ପାଞ୍ଚଟି ଶବକୁ ଉଦ୍ଧାର କରି କଲ୍ୟାଣପୁରୀ ଶବଗୃହକୁ ପଠାଇଛି। FSL ଦଳ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି। ପୋଲିସର ପ୍ରାଥମିକ ଅନୁସନ୍ଧାନରେ ମହିଳାଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି।

ପୋଲିସର ସୂଚନାନୁସାରେ, ଜେଠାରାମଙ୍କ ପତ୍ନୀ ଉର୍ମିଲା ଶନିବାର ତାଙ୍କ ଚାରି ପିଲାଙ୍କ ସହ ଘରେ ଥିଲେ। ଯେତେବେଳେ ତାଙ୍କ ସ୍ୱାମୀ ଜେଠାରାମ କାମ କରିବାକୁ ଯୋଧପୁର ଯାଇଥିଲେ। ଅପରାହ୍ନରେ ଉର୍ମିଲା ନିଜ ପିଲାମାନଙ୍କୁ ଭବନା (୮), ବିକ୍ରମ (୫), ଭୀମଲା (୩) ଏବଂ ମନୀଷା (୨) ଟିଣ ଡବାରେ ବନ୍ଦ କରିଦେଇଥିଲେ। ଏହା ପରେ ସେ ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଯେତେବେଳେ ପାଖରେ ରହୁଥିବା ତାଙ୍କ ସମ୍ପର୍କୀୟମାନେ ସନ୍ଧ୍ୟା ପର୍ଯ୍ୟନ୍ତ ପିଲା ଓ ମହିଳାଙ୍କୁ ଦେଖି ନଥିଲେ, ସେମାନେ ଉର୍ମିଲାଙ୍କ ଘରକୁ ଯାଇ ସେଠାରେ ତାଙ୍କ ମୃତ ଦେହ ଝୁଲୁଥିବାର ଏବଂ ତାଙ୍କ ପିଲାମାନେ ତିନ ଡବା ଭିତରେ ଥିବାର ଦେଖିଥିଲେ।

ଗ୍ରାମବାସୀଙ୍କ ସହ ସମ୍ପର୍କୀୟମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କଲ୍ୟାଣପୁର ହସ୍ପିଟାଲକୁ ପଠାଇଥିଲା। ମୃତ ମହିଳାଙ୍କ ଦାଦା ଦୁର୍ଗରାମ ଗତ ୫ ବର୍ଷ ଧରି ତାଙ୍କ ସ୍ୱାମୀ ଏବଂ ଶଶୁର ଘର ଲୋକ ହଇରାଣ କରୁଥିବା ଅଭିଯୋଗ କରି ପୋଲିସ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ। ମହିଳାଙ୍କ ଦାଦା ଦୁର୍ଗରାମ କହିଛନ୍ତି ଯେ, “ତାଙ୍କ ସ୍ୱାମୀ ମୋ ଝିଆରୀ ଏବଂ ତାଙ୍କ ପିଲାମାନଙ୍କୁ ହତ୍ୟା କରିଛନ୍ତି। ମୋ ଝିଆରୀ ଏବଂ ତାଙ୍କ ପିଲାମାନଙ୍କୁ ନ୍ୟାୟ ଦେବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉ।”

ଷ୍ଟେସନ ଅଧିକାରୀ କମଲେଶ ଗେହଲୋଟଙ୍କ ଅନୁଯାୟୀ, “ମହିଳାଙ୍କ ବେକରେ ରଶି ଥିଲା ଏବଂ ପିଲାମାନେ ଏକ ଶସ୍ୟ ଡ୍ରମରେ ଥିଲେ। ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ସମ୍ପର୍କୀୟମାନେ ସ୍ୱାମୀଙ୍କୁ ଯୌତୁକ ନିର୍ଯାତନା ଦେଇଥିବାର ଖବର ଦେଇଛନ୍ତି।”

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି। ବ୍ୟକ୍ତିଙ୍କ ଶରୀରରୁ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଛି।

ଘଟଣାସ୍ଥଳରେ ବାଲୁଗାଁ ଆରପିଏଫ ଏବଂ ନିରାକାରପୁର ଜିଆରପି ଅଧିକାରୀମାନେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତକଙ୍କ ପରିଚୟ ଅଦ୍ୟାବଧି ମିଳିପାରିନାହିଁ। ତେବେ ଆଜି ଅପରାହ୍ନରେ ଫାଲକନାମା ଟ୍ରେନ ବାଲୁଗାଁ ଷ୍ଟେସନ ଛାଡିବା ପରେ ବ୍ୟକ୍ତି ଜଣକ ଉକ୍ତ ଟ୍ରେନ ସମ୍ମୁଖରେ ଆତ୍ମହତ୍ୟା କରିଛନ୍ତି ବୋଲି ବାଲୁଗାଁ ଆରପିଏଫ ଏସଆଇ କୃଷ୍ଣ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଋଣ ବୋଝରେ ମାନସିକ ଭାରସାମ୍ୟ ହରାଇଲେ ବ୍ୟବସାୟୀ!, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଆସ୍କା: ଆସ୍କା ସହର କୁମ୍ଭାର ସାହି ନିକଟ ମାଲ ସାହିର ସୀମା ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଉଦ୍ଧାର କରାଯାଇଛି।

ପ୍ରକାଶ ଥାଉକି ୫୫ ବର୍ଷୀୟ ସୀମା ଜଣେ ଜଣାଶୁଣା ଦରଜୀ ଭାବେ ଆସ୍କା ସହରରେ ବହୁତ ପରିଚିତ ବ୍ୟକ୍ତି। କିନ୍ତୁ ଏହି କିଛି ବର୍ଷ ହେଲା ସେ ଦରଜୀ ପେଷା ଛାଡ଼ି ପନିପରିବା ବ୍ୟବସାୟ କରୁଥିଲେ। କିନ୍ତୁ ବ୍ୟବସାୟ ଭଲ ଭାବରେ ଚାଲୁଥିଲା ଓ ସେ କିଛି ଋଣ କରଜ କରି ସୁଝି ପାରୁନଥିଲା। ଯ’ଦ୍ଵାରା ଋଣ ଦେବା ବ୍ୟକ୍ତି ମାନେ ତାଙ୍କୁ ପ୍ରତ୍ୟେକ ଦିନ ଆସି ଟଙ୍କା ମାଗିଥିଲେ। ଯାହା ଫଳରେ ସେ ମାନସିକ ଭାରସାମ୍ୟ ହରାଇ ଏହି ଭଳି ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ସହରରେ ଚର୍ଚ୍ଚା ହେଉଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ସିନେମା

କନ୍ନଡ ଅଭିନେତାଙ୍କ ମୃତ୍ୟୁ, ୩୫ ବର୍ଷ ବୟସରେ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: କନ୍ନଡ ଟିଭି ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସୁଛି। ପ୍ରସିଦ୍ଧ କନ୍ନଡ ଟିଭି ଅଭିନେତା ସମ୍ପତ ଜେ ରାମଙ୍କ ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ସମ୍ପତ ଜେ ରାମ ଆତ୍ମହତ୍ୟା କରି ଜୀବନ ହରାଇଛନ୍ତି। ୩୫ ବର୍ଷ ବୟସରେ ସମ୍ପତ ଜେ ରାମଙ୍କ ମୃତ୍ୟୁକୁ ନେଇ ସମସ୍ତେ ଚକିତ ଓ ନିରାଶ ହୋଇଛନ୍ତି। ସମ୍ପତ ଜେ ରାମଙ୍କ ମୃତ୍ୟୁ ଖବର ଶୁଣିବା ପରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୨୨ ତାରିଖରେ କନ୍ନଡ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ସମ୍ପତ ଜେ ରାମ ମୃତ୍ୟୁକୁ ଗ୍ରହଣ କରିଛନ୍ତି। କୁହାଯାଉଛି ଯେ, କର୍ଣ୍ଣାଟକର ନେଲାମଙ୍ଗଲାସ୍ଥିତ ତାଙ୍କ ଘରେ ସମ୍ପତ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସମ୍ପତ ଜେ ରାମ ତାଙ୍କ ବ୍ୟକ୍ତିଗତ ଜୀବନରେ ସମସ୍ୟା ହେତୁ ଦୀର୍ଘ ସମୟ ଧରି ଡିପ୍ରେସନରେ ଚାଲୁଥିଲେ। କନ୍ନଡ ଟିଭି ଅଭିନେତା ସମ୍ପତ ତାଙ୍କ କ୍ୟାରିୟରର ଉତ୍ଥାନ ଏବଂ କ୍ରମାଗତ କାମ ନ ପାଇ ଅତ୍ୟନ୍ତ ବିରକ୍ତ ହୋଇଥିଲେ।

ଯେଉଁଥିପାଇଁ ସମ୍ପତ ଆତ୍ମହତ୍ୟା କରିଥିଲେ। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ସମ୍ପତ ଜେ ରାମଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ତେବେ ଏପର୍ଯ୍ୟନ୍ତ ସମ୍ପତଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ସରକାରୀ ପୃଷ୍ଟି କରାଯାଇ ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଙ୍ଗନୱାଡି ସହାୟିକାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ବ୍ରହ୍ମପୁର: ବେଲଗୁଣ୍ଠା ସହର ମୁଖ୍ୟ ରାସ୍ତାରେ ଥିବା ପୁରୁଣା ସିନେମା ହଲ୍ ନିକଟସ୍ଥ ଏକ ଘର ବାରଣ୍ଡାରେ ଜନୈକ ମହିଳାଙ୍କ ମୃତ ଶରୀର ଝୁଲୁଥିବାର ଦେଖିବାକୁ ମିଳିଥିଲା। ଏହା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ପରେ ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ବିଭାସିନୀ ବେହେରା ଓ ଜଗନ୍ନାଥ ପ୍ରସାଦ ବ୍ଳକ ଗେରେଡା ଗ୍ରାମର ବୋଲି ଜଣାପଡିଥିଲା। ସେ ସ୍ବର୍ଗତ ସନ୍ତୋଷ କୁମାର ବେହେରା ଙ୍କ ସ୍ତ୍ରୀ ଓ ତାଙ୍କର କୌଣସି ପିଲାଛୁଆ ନାହାନ୍ତି। ମହିଳାଜଣଙ୍କ ବେଲଗୁଣ୍ଠା ଶଙ୍ଖାରୀରେ ଅନୁଷ୍ଠିତ ପଞ୍ଚୁ ଦଣ୍ଡ ମିଳନ ଦେଖିବାକୁ ଆସିଥିଲେ ବୋଲି ଜଣାପଡିଛି।

ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତ ବିଭାସିନୀଙ୍କ ମୃତଦେହ ବାପ ଘରକୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

୨୫ ବର୍ଷ ବୟସରେ ଆତ୍ମହତ୍ୟା କଲେ ଅଭିନେତ୍ରୀ ଆକାଂକ୍ଷା ଦୁବେ

ନୂଆଦିଲ୍ଲୀ: ଭୋଜପୁରୀ ଇଣ୍ଡଷ୍ଟ୍ରିର ଏକ ଦୁଃଖଦ ଖବର ସମସ୍ତଙ୍କୁ ଚକିତ କରିଛି। ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଅଳ୍ପ ବୟସରେ ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ବନାରସର ଏକ ହୋଟେଲରେ ଆକାଂକ୍ଷା ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ସମାନ ପ୍ରଶ୍ନ ଉଙ୍କି ମାରୁଛି ଯେ, ଆକାଂକ୍ଷା ଏତେ କମ ବୟସରେ କାହିଁକି ଏତେ ବଡ ପଦକ୍ଷେପ ନେଲେ?

ଆକାଂକ୍ଷା ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ସେ ଅଳ୍ପ ସମୟ ମଧ୍ୟରେ ସଫଳତାର ଉଚ୍ଚତାକୁ ସ୍ପର୍ଶ କରିଥିଲେ। ଅକ୍ଟୋବର ୨୧ ତାରିଖ ୧୯୯୭ରେ ଉତ୍ତରପ୍ରଦେଶର ମିର୍ଜାପୁରରେ ଜନ୍ମଗ୍ରହଣ କରିଥିବା ଆକାଂକ୍ଷା ୩ ବର୍ଷ ବୟସରେ ମୁମ୍ବାଇ ଆସିଥିଲେ। ପିଲାଦିନରୁ ସେ ମଡେଲିଂ, ନୃତ୍ୟ ଏବଂ ଅଭିନୟକୁ ବହୁତ ଭଲ ପାଉଥିଲେ। ତେବେ ପିତାଙ୍କ ସ୍ୱପ୍ନ ଥିଲା ଯେ, ଝିଅ ଆଇପିଏସ୍ ଅଧିକାରୀ ହେଉ। ସେ ଆକାଂକ୍ଷାଙ୍କୁ ଆଇପିଏସ୍ ଅଧିକାରୀ ଭାବରେ ଦେଖିବାକୁ ଚାହୁଁଥିଲେ, କିନ୍ତୁ ଆକାଂକ୍ଷାଙ୍କର ଏକ ଭିନ୍ନ କ୍ୟାରିୟର ଯୋଜନା ଥିଲା।

୨୫ ବର୍ଷର ଆକାଂକ୍ଷାଙ୍କ ଅଧ୍ୟୟନରେ ମନ ଲାଗୁନଥିଲା। ନୃତ୍ୟ ଏବଂ ଅଭିନୟ ତାଙ୍କର ଆଗ୍ରହରେ ପରିଣତ ହୋଇଥିଲା। ସେ ଟିକ୍ ଟକ୍ ଏବଂ ଇନଷ୍ଟାଗ୍ରାମରୁ ଲୋକପ୍ରିୟତା ହାସଲ କରିଥିଲେ। ଟିକ୍ ଟକ୍ ରେ ଥିବା ତାଙ୍କର ଭିଡିଓଗୁଡିକ କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହେଉଥିଲା। ତାଙ୍କର ରିଲ୍ ଇନଷ୍ଟାଗ୍ରାମରେ ମଧ୍ୟ ଟ୍ରେଣ୍ଡ କରୁଥିଲା। ତାଙ୍କୁ ଇନଷ୍ଟାରେ ୧.୭ ମିଲିୟନ୍ ଲୋକ ଅନୁସରଣ କରିଛନ୍ତି। ଯେତେବେଳେ ସୋସିଆଲ ମିଡିଆରେ ଆଲୋଚନା ହୋଇଥିଲା, ସେତେବେଳେ ଅଭିନେତ୍ରୀ ମଡେଲିଂ ଏବଂ ଅଭିନୟରୁ ମଧ୍ୟ ଅଫର ପାଇଥିଲେ। ଝିଅର ସଫଳତା ଦେଖି ପିତାଙ୍କ ହୃଦୟ ମଧ୍ୟ ତରଳିଯାଇଥିଲା ଏବଂ ତାଙ୍କୁ ଆଇପିଏସ୍ କରିବାର ଜିଦ ଛାଡି ତାଙ୍କୁ ସମର୍ଥନ କରିବାକୁ ଲାଗିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଭୁବନେଶ୍ବରରେ ଏକ ହୋଡିଂ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ପୁଣି ଥରେ ହୋଡିଂ ଉପରେ ଚଢି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି। ଯୁବକ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଟୁଲୁ ପାତ୍ର। ସେ ଆଜି ସକାଳୁ ଶିଶୁଭବନ ଛକରେ ଥିବା ଏକ ୪୦ ଫୁଟ ହୋଡିଂ ଟାୱାରରେ ଚଢିଯାଇଥିଲେ।

ଏହି ଖବର ଜଣାପଡିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେଷ ସେମାନେ ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ କରି ତାହାକୁ ତଳକୁ ଆଣିବାକୁ ସକ୍ଷମ ହୋଇଥିଲେ। ଉଦ୍ଧାର ହେବା ପରେ ତାଙ୍କୁ କ୍ୟାପିଟାନ ହସପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ସେ ଆତ୍ମହତ୍ୟା କରିବାର କାରଣରେ ଡ୍ରାଇଭର ସଂଘକୁ ଦାୟୀ କରିଛନ୍ତି। ସଂଘର ବାରମ୍ବାର ଧମକ ପରେ ସେ ମାନସିକ ଚାପରେ ଥିବା କହିଛନ୍ତି । ସେଥିପାଇଁ ସେ ଏହି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କହିଛନ୍ତି।

ପୂର୍ବରୁ ସେହିପରି ଆଉ ଜଣେ ବ୍ୟକ୍ତି ଶିଶୁଭବନ ଛକରେ ଥିବା ହୋଡିଂ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରବର୍ତ୍ତି ସମୟରେ ଅଗ୍ନଶମ ବିଭାଗର ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ମହିଳା ଯନ୍ତ୍ରୀଙ୍କ ଆତ୍ମହତ୍ୟା, ପୋଲିସ ତଦନ୍ତ ଜାରି

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ମିନାକ୍ଷୀ ନଗର ଦ୍ଵିତୀୟ ଗଳିରେ ରହୁଥିବା ପ୍ରମୋଦ କୁମାର ନାୟକଙ୍କ ବିବାହିତା ଝିଅ ତଥା ହାଇଦ୍ରାବାଦରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ ସୁଚିସ୍ମିତା ନାୟକ ପିତାଙ୍କ ଘରେ ନିଜର ଓଢଣି ବେକରେ ଗୁଡେଇ ଆତ୍ମହତ୍ୟା କରିଛି। ଏହି ପରିସ୍ଥିତିରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ନେଇଥିଲେ, କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ ଓ ଆତ୍ମହତ୍ୟା ସ୍ଥାନକୁ ଯାଇ ପୋଲିସ ମୃତ ସୁଚିସ୍ମିତାର ଡାଏରୀ ଓ ଲାପଟପ୍ ଜବତ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଝିଅକୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ଅଧିକ ଯୌତୁକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ପିତା ପ୍ରମୋଦ କୁମାର ନାୟକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଂଚି ମାମଲା ନଂ ୩୨/୨୩ ଅନୁଯାୟୀ ତଦନ୍ତ ଆରମ୍ଭ କରିବା ସହ ଘଟଣାର ଖୋଳତାଡ଼ ପାଇଁ ଝିଅର ଶ୍ଵଶୁର ଘର ଲୋକଙ୍କୁ ନୋଟିସ ଜାରି କରାଯିବ ବୋଲି କହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଏକେ-୪୭ ଦ୍ଵାରା ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସିଆରପିଏଫ ଏଏସଆଇ

ନୂଆଦିଲ୍ଲୀ: ଦିଲ୍ଲୀର ତୁଗଲାକ୍ ରୋଡ୍ ଅଞ୍ଚଳରେ ଆଇବି ନିର୍ଦ୍ଦେଶକଙ୍କ ଘରର ସୁରକ୍ଷାରେ ଥିବା ୫୩ ବର୍ଷିୟ ସିଆରପିଏଫ ଏଏସଆଇ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

ମୃତକ ଏଏସଆଇଙ୍କ ନାମ ରାଜେଶ, ଯିଏ ମଧ୍ୟପ୍ରଦେଶର ବାସିନ୍ଦା। ସେ ଗତ ଦିନ ଛୁଟିରେ ଥିଲେ। ଗତକାଲି ଛୁଟିଦିନରୁ ଫେରି ଆସିଥିଲେ ଏବଂ ଗତକାଲି ଅପରାହ୍ନ ୪ ଟା ସମୟରେ ସେ ଏକେ-୪୭ ଦ୍ଵାରା ନିଜ ଉପରକୁ ଦୁଇଥର ଗୁଳି ଚଳାଇଥିଲେ।

ଏଏସଆଇଙ୍କର କୌଣସି ଆତ୍ମହତ୍ୟା ନୋଟ୍ ଉଦ୍ଧାର କରାଯାଇ ନାହିଁ, ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବଂ ତଦନ୍ତ ଜାରି ରଖିଛି।