ମୟୂରଭଞ୍ଜ: କାଠଯୋଡ଼ି ନଦୀରୁ ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ତାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ମୟୂରଭଞ୍ଜରୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଯୋଗୁଁ ଚନ୍ଦ୍ରିକା ମାନସିକ ଚାପରେ ଥିବା ଏବଂ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚନ୍ଦ୍ରିକାଙ୍କ ମା’ ଭୀମସେନ ଓ ଅନ୍ୟ ଜଣେ ଯୁବତୀଙ୍କୁ ଝିଅର ମୃତ୍ୟୁ ପାଇଁ ଦାୟୀ କରି ଅଭିଯୋଗ କରିଥିଲେ। ମାମଲାର ତଦନ୍ତ ଚାଲିଥିବା ବେଳେ ଭୀମସେନଙ୍କୁ କୋର୍ଟଚାଲାଣ କରାଯିବ।


