Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ
ବିଶେଷ ଖବର

ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

September 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

ଭୁବନେଶ୍ବର: ଟ୍ୱିନ୍ ସିଟି (କଟକ ଓ ଭୁବନେଶ୍ୱର) ଅଞ୍ଚଳରେ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୨୧ ରୁ ୨୦୨୬ ମସିହା ମଧ୍ୟରେ କେବଳ ଟ୍ୱିନ୍ ସିଟିରେ ନଦୀକୁ ଡେଇଁ ୫୫ ଜଣ ପ୍ରାଣ ହରାଇସାରିଛନ୍ତି, ଯାହା ଅଗ୍ନିଶମ ବିଭାଗ ଓ ପୁଲିସ ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି।  କଟକ ଅଗ୍ନିଶମ ଅଧୀନରେ ୧୨ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ମାତ୍ର ୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଭୁବନେଶ୍ୱର ସର୍କଲରେ ୫୧ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୫ ବର୍ଷରେ ୧୫୧ ରୁ ଅଧିକ ଲୋକ ନଦୀ, ନାଳ ଓ ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେଥିମଧ୍ୟରୁ ୧୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ୩୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଛି।

ଗତ ସେପ୍ଟେମ୍ବର ୧ ତାରିଖରେ ଶିଖରପୁର ବ୍ରିଜ୍ ଉପରୁ ନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ସେହିପରି ଅଗଷ୍ଟ ୨୭ ତାରିଖରେ ସ୍ମରଜିତ ବାରିକ ନାମକ ଜଣେ ଯୁବକ ବିରୂପା ନଦୀକୁ ଡେଇଁ ପ୍ରାଣ ହରାଇଥିଲେ। କଟକର ଯୋବ୍ରା, ପୁରୀଘାଟ, ମଙ୍ଗଳାବାଗ, ତାଳଦଣ୍ଡା କେନାଲ, ଖାନ୍‌ନଗର ସମେତ ଟାଙ୍ଗି, ଚୌଦ୍ଵାର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏଭଳି ମାମଲା ଅଧିକ ସାମ୍ନାକୁ ଆସୁଛି। ବିଶେଷଜ୍ଞଙ୍କ ଅନୁସାରେ ପାରିବାରିକ ଅଶାନ୍ତି, ପ୍ରେମ ସମ୍ପର୍କରେ ଫାଟ ଓ ପ୍ରତାରଣା ଯୋଗୁଁ ଲୋକେ ଏଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ତେବେ ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ଏହି ପ୍ରବୃତ୍ତିକୁ ରୋକିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ଆଗାମୀ ଦିନରେ କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

ଆତ୍ମହତ୍ୟା ଟ୍ବିନି ସିଟି ନଦୀଳକୁ ଡେଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଠିଆ ହୋଇଥିବା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍, ୩ ଗୁରୁତର

October 10, 2026

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଜଣେ ମୃତ

October 10, 2026

ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ!

October 10, 2026

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026
Latest News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଠିଆ ହୋଇଥିବା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍, ୩ ଗୁରୁତର

October 10, 2026

ପୋଲିସ ହେପାଜତରେ ଅଭିଜିତ, ସୌରଭ ଏବଂ ଆଶୁତୋଷ: ଜାଣନ୍ତୁ ଅପଡେଟ୍

October 10, 2026

CJP ପ୍ରତିବାଦ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଧ୍ରୁବ ରାଠୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

October 10, 2026

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଦୁର୍ନୀତି ମାମଲାରେ ପିନାରାଇ ବିଜୟନ ଓ ତାଙ୍କ ଝିଅଙ୍କ ବିରୋଧରେ ଏଫ୍‌ଆଇଆର୍ ନିର୍ଦ୍ଦେଶ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.