କଟକ : କଟକ ପ୍ରେସ ଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ମାଛ ମାର୍କେଟ ଜଳିପୋଡି ଛାରଖାର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ମାଛ ମାର୍କେଟ ପାଖରେ ଥିବା ବ୍ୟାଙ୍କରେ ମଧ୍ୟ ନିଆଁ ଲାଗିଥିଲା । ବ୍ୟାଙ୍କର ଜରୁରୀ କାଗଜପତ୍ର ଜଳିଯାଇଛି ।
ଗତକାଲି ରାତି ପ୍ରାୟ 3ଟା ସମୟରେ ନିଆଁ ଲାଗିଥିବାର ଜଣାପଡିଛି । ଅଗ୍ନିଶମ ବାହିନୀ ଏବେ ବି ନିଆଁ ଲିଭାଇବାରେ ଲାଗିଛନ୍ତି । ପ୍ରାୟ 4 ଘଣ୍ଟା ଧରି ନିଆଁ ଲିଭାଇବାରେ ଲାଗିଥିଲେ ବି ନିଆଁ ସଂପୂର୍ଣ୍ଣ ଲିଭିପାରିନି ।


