ମୁମ୍ବାଇ : ଲୋକପ୍ରିୟ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ । ୮୯ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ସୁମନ କଲ୍ୟାଣପୁର । ମରାଠୀ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ସୁମନ ୮୫୦ ରୁ ଅଧିକ ସିନେମାରେ କଣ୍ଠଦାନ କରିଛନ୍ତି । ଓଡିଆ ସିନେମାରେ ମଧ୍ୟ ସୁମନଙ୍କର ଜାଦୁ ରହିଛି । ଗୁହାରି ଶୁଣ ହେ … , ଏ ବନର ଛାଇ…, ସଜନୀରେ କାହିଁ ଗଲେ ଶ୍ୟାମ …. ଆଦି ଲୋକପ୍ରିୟ ଗୀତ ଗାଇଛନ୍ତି । ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ରହିଛି – ଆଜ କଲ ତେରେ ମେରେ ପ୍ୟାର କି ଚର୍ଚା … , ନା ନା କରତେ…, ତୁମନେ ପୁକାରା… ଆଦି ରହିଛି । ତାଙ୍କର ସ୍ଵର ସ୍ଵରର ମହାରାଣୀ ଲତା ମଙ୍ଗେସକରଙ୍କ ସହ ସାମଞ୍ଜସ୍ୟ ଥିବାରୁ ତାଙ୍କୁ କେହି କେହି ଦ୍ଵିତୀୟ ଲତା ବୋଲି କୁହନ୍ତି । ସୁମନ କଲ୍ୟାଣପୁରୀଙ୍କ ଜନ୍ମ ୧୯୩୭ ଜାନୁଆରି ୨୮ରେ ଅବିଭକ୍ତ ଭାରତ (ବର୍ତ୍ତମାନ ବାଂଲାଦେଶ)ର ଭବାନୀପୁରରେ ହୋଇଥିଲା। ସେ ୨୦୨୩ରେ ପଦ୍ମବିଭୂଷଣ ସମ୍ମାନ ପାଇଥିଲେ । ତାଙ୍କ ମୃତ୍ୟୁ ଖବର ସାରା ଦେଶର ସଙ୍ଗୀତ ଶିଳ୍ପରେ ଶୋକର ଛାୟା ଖେଳିଯାଇଛି।


