ଭୁବନେଶ୍ବର: ବିଜେଡି ନେତା ଦେବାଶିଷ ସାମନ୍ତରାୟ ଇସ୍ତଫା ପରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ସେଥିପାଇଁ ଆଜି ବିଧିବଧ ଭାବେ ଏହି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ନିର୍ବାଚନ ଅଧିକାରୀ ବା ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଯଦି ଉପନିର୍ବାଚନ ହୁଏ ତେବେ ଆସନ୍ତା 18 ତାରିଖରେ ଏହା ଅନୁଷ୍ଠିତ ହେବ। ବିଜ୍ଞପ୍ତି ଅନୁସାରେ
1 ଜୁନ 2026- ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ଦାଖଲ ଆରମ୍ଭ
8 ଜୁନ 2026- ନାମାଙ୍କନ ଦାଖଲର ଶେଷ ତାରିଖ
9 ଜୁନ 2026- ନାମାଙ୍କନ ପତ୍ର ଯାଞ୍ଚ
11 ଜୁନ 2026- ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ତାରିଖ
18 ଜୁନ 2026- ଉପନିର୍ବାଚନ ଓ ଫଳାଫଳ
ଗତ ମାସ 25 ତାରିଖରେ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ 26 ତାରିଖରେ ସେ ବିଜେପିରେ ସାମିଲ ହୋଇଥିଲେ। ଫଳରେ ଦେବାଶିଷ ପୁଣି ଥରେ ପ୍ରାର୍ଥି ହେବେ ବୋଲି ଜଣାପଡିଛି।


