Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର
ଆଜିର ଖବର

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର

June 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର

ଭୁବନେଶ୍ୱର: ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ବିକାଶ ତଥା ଢେଙ୍କାନାଳ ଓ ଅନୁଗୋଳ ଭଳି ଶିଳ୍ପାଞ୍ଚଳର ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଢେଙ୍କାନାଳ ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ (ଆଇଜିଆଇଟି), ସରାଙ୍ଗକୁ ଏକ ସ୍ଵତନ୍ତ୍ର ଏକକ ବିଶ୍ଵବିଦ୍ୟାଳୟ ଭାବେ ଅପଗ୍ରେଡ୍ କରିବା ପାଇଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସରକାରଙ୍କ ବଜେଟ୍ ୨୦୨୬-୨୭ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର)କୁ ବିଶ୍ୱସ୍ତରୀୟ ବୈଷୟିକ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ପ୍ରଶଂସନୀୟ। ଏହି କ୍ରମରେ ଆଇଜିଆଇଟି, ସରାଙ୍ଗକୁ ମଧ୍ୟ ସମାନ ଭାବେ ଉନ୍ନତ କରାଯିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ୧୯୮୨ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ପ୍ରାୟ ୪୫ ବର୍ଷର ଏକ ସମୃଦ୍ଧ ସେବା ଓ ଗୌରବର ଇତିହାସ ରହିଛି। ଏହା ବର୍ତ୍ତମାନ ୟୁଜିସି ଦ୍ୱାରା ସ୍ଵୟଂଶାସିତ ମାନ୍ୟତା ପ୍ରାପ୍ତ, ଏଆଇସିଟିଇ ଦ୍ୱାରା ଅନୁମୋଦିତ ଏବଂ ଏନବିଏ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମଧ୍ୟ। ଏହା ସହିତ ଏହି ଅନୁଷ୍ଠାନ ବୈଷୟିକ ଶିକ୍ଷା ଗୁଣବତ୍ତା ସୁଧାର କାର୍ଯ୍ୟକ୍ରମ (ଟିଇକ୍ୟୁଆଇପି) ଦ୍ୱାରା ମଧ୍ୟ ସହାୟତା ପ୍ରାପ୍ତ, ଯାହା ଏହାର ଶିକ୍ଷାଗତ ବିଶ୍ୱସନୀୟତା ଓ ସାଂଗଠନିକ ଦକ୍ଷତାକୁ ଦର୍ଶାଉଛି। ଏହି ପ୍ରତିଷ୍ଠିତ ଅନୁଷ୍ଠାନରେ ପିଏଚ.ଡି, ଏମ.ଟେକ, ଏମସିଏ, ବି.ଟେକ, ବ୍ୟାଚଲର ଅଫ୍ ଆର୍କିଟେକଚର , ଏମ.ଏସସି ଏବଂ ଡିପ୍ଲୋମା ଭଳି ବିଭିନ୍ନ ଉଚ୍ଚକୋଟୀର ପାଠ୍ୟକ୍ରମର ସୁବିଧା ରହିଛି। ଏସବୁ ଯୋଗ୍ୟତାସମ୍ପନ୍ନ ଓ ଅଭିଜ୍ଞ ଅଧ୍ୟାପକ ତଥା ଦୃଢ଼ ଏକାଡେମିକ ଭିତ୍ତିଭୂମି ଦ୍ୱାରା ପରିଚାଳିତ ହେଉଛି। ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ଏହି ଅନୁଷ୍ଠାନ ଆଇଆଇଟି, ବମ୍ବେ ସହ ଏହାର ‘ଭର୍ଚ୍ଚୁଆଲ ଲ୍ୟାବ୍’ କାର୍ଯ୍ୟକ୍ରମ ପାଇଁ ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ସହ ଇଣ୍ଟର୍ନସିପ୍ ସୁଯୋଗ କ୍ଷେତ୍ରରେ ସଫଳତାର ସହ ଭାଗିଦାରୀ ରଖିଛି।

ଆଇଜିଆଇଟି ସରାଙ୍ଗ, ଢେଙ୍କାନାଳ ଏବଂ ଅନୁଗୋଳର ବୃହତ ଶିଳ୍ପାଞ୍ଚଳ ମଧ୍ୟରେ ଅବସ୍ଥିତ ଥିବାରୁ ଏହା ଶିଳ୍ପ ଆଧାରିତ ଜ୍ଞାନ, ଗବେଷଣା, ଇନୋଭେସନ ମାଧ୍ୟମରେ ସ୍ଥାନୀୟ ଶିଳ୍ପ ପରିସଂସ୍ଥାନକୁ ଅଧିକ ବ୍ୟାପକ କରାଇବାର ମଧ୍ୟ ସମ୍ଭାବନା ରଖୁଛି। ଏହାକୁ ଏକକ ବିଶ୍ଵବିଦ୍ୟାଳୟ ରୂପେ ଗଢ଼ିତୋଳିଲେ ଅନୁଷ୍ଠାନର ଏକାଡେମିକ ସ୍ୱାୟତ୍ତତା ବୃଦ୍ଧି ପାଇବ, ଉନ୍ନତ ଗବେଷଣା ଓ ଇନୋଭେସନକୁ ପ୍ରୋତ୍ସାହନ ମିଳିବ। ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ମିଳିବା ସହ ଦକ୍ଷ ପ୍ରଫେସରମାନଙ୍କୁ ଏଠାକୁ ଆସିବା ପାଇଁ ଆକୃଷ୍ଟ କରିବ, ଅନୁଷ୍ଠାନକୁ ଅଧିକ ପାଣ୍ଠି ମିଳିବା ସହ ଭାଗିଦାରୀ ମଧ୍ୟ ବଢିବାର ସମ୍ଭାବନା ରହିଛି। ଆଇଜିଆଇଟି, ସରାଙ୍ଗକୁ ଏକକ ବିଶ୍ଵବିଦ୍ୟାଳୟ ଭାବେ ଉନ୍ନତ କଲେ, ଏହା କେବଳ ଓଡ଼ିଶାର ବୈଷୟିକ ଶିକ୍ଷା ଦୃଶ୍ୟପଟ୍ଟକୁ ମଜଭୂତ୍ କରିବ ନାହିଁ, ବରଂ ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଏବଂ ଉଦ୍ଭାବନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ‘ବିକଶିତ ଓଡ଼ିଶା ୨୦୩୬’ର ସଂକଳ୍ପ ଅନୁଯାୟୀ ଏହି ଅନୁଷ୍ଠାନକୁ ଅନ୍ତର୍ଜାତୀୟ ବୈଷୟିକ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

‘ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା’ ଆଇଜିଆଇଟି ସରାଙ୍ଗ ଓୟୁଟିଆ ଧର୍ମେନ୍ଦ୍ର ପ୍ରଧାନ ଭିସୁଟ
Share. Facebook Twitter LinkedIn Email WhatsApp Copy Link

Related Posts

ଧାନମଣ୍ଡଳ–କପିଳାସ ରୋଡ଼ ସେକ୍ସନରେ ବ୍ରିଜ୍ ପୁନଃନିର୍ମାଣ କାର୍ଯ୍ୟ ହେତୁ ଯାତ୍ରୀବାହୀ ଟ୍ରେନ୍ ବାତିଲ୍

June 4, 2026

ବିପ୍ଳବୀ ସହୀଦ କୃତ୍ତିବାସଙ୍କୁ ବାଣପୁରବାସୀ ଦେଲେ ଅଶେଷ ଶ୍ରଦ୍ଧାଞ୍ଜଳି

June 4, 2026

BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

June 4, 2026

ତୈଳ ସଙ୍କଟ ମଧ୍ୟରେ ମୋଦି ସରକାର ବଡ଼ ନିଷ୍ପତ୍ତି: ଜାରି କଲେ ୧୦,୦୦୦ କୋଟିର ପାଣ୍ଠି

June 4, 2026
Latest News

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର

June 4, 2026

ଧାନମଣ୍ଡଳ–କପିଳାସ ରୋଡ଼ ସେକ୍ସନରେ ବ୍ରିଜ୍ ପୁନଃନିର୍ମାଣ କାର୍ଯ୍ୟ ହେତୁ ଯାତ୍ରୀବାହୀ ଟ୍ରେନ୍ ବାତିଲ୍

June 4, 2026

ବିପ୍ଳବୀ ସହୀଦ କୃତ୍ତିବାସଙ୍କୁ ବାଣପୁରବାସୀ ଦେଲେ ଅଶେଷ ଶ୍ରଦ୍ଧାଞ୍ଜଳି

June 4, 2026

BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

June 4, 2026

ତୈଳ ସଙ୍କଟ ମଧ୍ୟରେ ମୋଦି ସରକାର ବଡ଼ ନିଷ୍ପତ୍ତି: ଜାରି କଲେ ୧୦,୦୦୦ କୋଟିର ପାଣ୍ଠି

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.