ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ଅଞ୍ଚଳର ଇଂରାଜୀ ତ୍ରୁଟିପୂର୍ଣ୍ଣ ନାଁର ସଂଶୋଧନ ହୋଇଛି। ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଦ୍ବାରା ଏହି ପ୍ରସ୍ତାବ ଗୃହୀତ ହୋଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁପାରିଶ ହୋଇଛି । ତେବେ ପୂର୍ବରୁ ଦିଆଯାଇଥିବା 3ଟି ପ୍ରସ୍ତାବରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସଂଶୋଧନ ନେଇ ଓଡିଆ ଭାଷା ପ୍ରତିଷ୍ଠାନକୁ ଚିଠି କରିଛି ରାଜସ୍ୱ ବିଭାଗ । କମିଟିରେ ଗୃହିତ ପ୍ରସ୍ତାବ ସାଧାରଣରେ ପ୍ରକାଶ ପାଇଁ ସୁପାରିଶ ହୋଇଛି । ଉଚ୍ଚ କର୍ତ୍ତୁପକ୍ଷ ବିଧିବଦ୍ଧ ସୂଚନା ଜାରି କରିବା ନେଇ ଉଲ୍ଲେଖ ରହିଛି ।
ଉଚ୍ଚ ସ୍ତରୀୟ କମିଟିରେ ଗୃହୀତ ହେଲା ପରେ Junagadର ନାମ ଏବେ Junagada ହୋଇଛି। ସେହିପରି Nimapara ଏବେ Nimapada ହୋଇଛି। Soroର ନାମ Sora ଏବଂ Angulର ନାମ Anugola ରଖାଯାଇଛି। ସେହିପରି Bolangir ଏବେ Balangir ହୋଇଛି। Nilgiriର ନାମ Nilagiri ହୋଇଛି। ଏଥି ସହିତ ରାଜ୍ୟର ଆହୁରି ଅନେକଗୁଡ଼ିଏ ସ୍ଥାନର ଇଂରାଜୀ ଉଚ୍ଚାରଣ ପରିବର୍ତ୍ତନ କରାଯାଇଛି।


