Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳିତ
ଆଜିର ଖବର

ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳିତ

June 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳିତ
ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳିତ

ଭୁବନେଶ୍ୱର: ସମଗ୍ର ପୂର୍ବ ତଟ ରେଳପଥରେ ସଚେତନତା, ବୃକ୍ଷରୋପଣ ଏବଂ ସ୍ଥାୟୀ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ବିଭିର୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି।

ପୂର୍ବ ତଟ ରେଳପଥ “ଜଳବାୟୁ ପରିବର୍ତ୍ତନ” ବିଷୟବସ୍ତୁକୁ ଆଧାର କରି, ଏହାର ମୁଖ୍ୟାଳୟ ଏବଂ ଡିଭିଜନ ଗୁଡିକରେ ସଚେତନତା, ବୃକ୍ଷରୋପଣ ଏବଂ ସ୍ଥାୟୀ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳନ କରିଛି। ପରିବେଶ ସଂରକ୍ଷଣ, ପରିବେଶ ଅନୁକୂଳ ଜୀବନଶୈଳୀ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ୧୫ ମଇ ରୁ ୫ ଜୁନ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଏବଂ ରାୟଗଡ଼ା ଡିଭିଜନର କର୍ମଚାରୀ, ଅଧିକାରୀ, ପରିବାରବର୍ଗ ଏବଂ ଯାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, ଯାହା ପରିବେଶ ଏବଂ ଜଳବାୟୁ ସୁରକ୍ଷା ଦିଗରେ ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ମୁଖ୍ୟାଳୟରେ, ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ବିଶ୍ୱ ପରିବେଶ ଦିବସର ଶପଥ ପାଠ କରାଇଥିଲେ, ଯାହା ପରିବେଶ ସୁରକ୍ଷା ଏବଂ ନିରନ୍ତର ବିକାଶ ପ୍ରତି ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାକୁ ଦୃଢ କରିଥିଲା। ଏହି ଅବସରରେ ପରିବେଶ ପ୍ରତି ଦାୟିତ୍ୱବୋଧ ଏବଂ ଜଳବାୟୁ ସଚେତନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଅଭିଯାନର ଅଂଶବିଶେଷ ଭାବେ, ରେଳ କାର୍ଯ୍ୟାଳୟ, କଲୋନୀ, ଷ୍ଟେସନ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନଗୁଡ଼ିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ସ୍ୱଚ୍ଛତା ଅଭିଯାନ, “ଏକ ପେଡ ମାଁ କେ ନାମ” ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ, ପ୍ଲାଷ୍ଟିକ ହ୍ରାସ ଅଭିଯାନ ଏବଂ ଜଳ ଓ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପରିବେଶ ସଚେତନତା ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣକୁ ପ୍ରୋତ୍ସାହିତ କରିବା ପାଇଁ ପଥପ୍ରାନ୍ତ ନାଟକ, କୁଇଜ୍, ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ଜନସଚେତନତା ମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।

ମିଶନ୍ ଲାଇଫ୍ (Mission LiFE – ପରିବେଶ ପାଇଁ ଜୀବନଶୈଳୀ) ର ନୀତିଗୁଡ଼ିକୁ ପ୍ରୋତ୍ସାହିତ କରିବା, ଥରେ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର କମାଇବା, ବର୍ଜ୍ୟବସ୍ତୁ ପୃଥକୀକରଣ ଓ ପୁନଃଚକ୍ରଣ (ରିସାଇକ୍ଲିଂ)କୁ ଉତ୍ସାହିତ କରିବା, ପ୍ରାକୃତିକ ସମ୍ପଦର ସଂରକ୍ଷଣ କରିବା ଏବଂ ବ୍ୟାପକ ବୃକ୍ଷରୋପଣ ଅଭିଯାନ ମାଧ୍ୟମରେ ସବୁଜିମା ବୃଦ୍ଧି କରିବା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିଲା।

ସ୍ଥାୟୀ ଏବଂ ପରିବେଶ ଅନୁକୂଳ ପରିବହନ ଦିଗରେ ଭାରତୀୟ ରେଳବାଇର ଦୂରଦୃଷ୍ଟିକୁ ଆଗେଇ ନେବାକୁ ପୂର୍ବ ତଟ ରେଳପଥ ପ୍ରତିବଦ୍ଧ ରହିଛି। ନିରନ୍ତର ପରିବେଶଗତ ପଦକ୍ଷେପ ଏବଂ ହିତାଧିକାରୀ ମାନଙ୍କର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ, ପୂର୍ବ ତଟ ରେଳପଥ ଏକ ସ୍ୱଚ୍ଛ, ସବୁଜ ଏବଂ ଜଳବାୟୁ ସହନଶୀଳ ଭବିଷ୍ୟତ ଗଢିବାରେ ଯୋଗଦାନ କରୁଛି।

ଜଳବାୟୁ ପରିବର୍ତ୍ତନ ପୂର୍ବତଟ ରେଳପଥ ବିଶ୍ୱ ପରିବେଶ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସମଦୂରତା ନା ନୂଆ ସମୀକରଣ? ଦିଲ୍ଲୀରେ ନବୀନ ଫ୍ୟାକ୍ଟର

June 5, 2026

ସରକାରୀ ପଦକ୍ଷେପ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଗଣମାଧ୍ୟମ କର୍ମଶାଳା

June 5, 2026

ମାତ୍ର ୨ ଲକ୍ଷ ମୂଳ ମୂଲ୍ୟ ସତ୍ତ୍ୱେ କେଏଲ ରାହୁଲଙ୍କୁ ମିଳିଲେନି କ୍ରେତା: ବିକ୍ରି ହେଲେ ପାଡିକ୍କଲ ଏବଂ ମୟଙ୍କ

June 5, 2026

ପଥଚାରୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

June 5, 2026
Latest News

ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳିତ

June 5, 2026

ସମଦୂରତା ନା ନୂଆ ସମୀକରଣ? ଦିଲ୍ଲୀରେ ନବୀନ ଫ୍ୟାକ୍ଟର

June 5, 2026

ସରକାରୀ ପଦକ୍ଷେପ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଗଣମାଧ୍ୟମ କର୍ମଶାଳା

June 5, 2026

ମାତ୍ର ୨ ଲକ୍ଷ ମୂଳ ମୂଲ୍ୟ ସତ୍ତ୍ୱେ କେଏଲ ରାହୁଲଙ୍କୁ ମିଳିଲେନି କ୍ରେତା: ବିକ୍ରି ହେଲେ ପାଡିକ୍କଲ ଏବଂ ମୟଙ୍କ

June 5, 2026

ପଥଚାରୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.