Categories
ବିଶେଷ ଖବର

ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୦୫-୦୬-୨୦୨୩) ବିଶ୍ୱ ପରିବେଶ ଦିବସକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି।

ସମବେତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରତ୍ୟେକ ଦେଶକୁ ବିଶ୍ୱ ପରିବେଶ ଦିବସ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଚଳିତ ବର୍ଷ ପରିବେଶ ଦିବସର ବାର୍ତ୍ତା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ ଆଲୋକପାତ କରି ଭାରତ ଏ ଦିଗରେ ଗତ ଚାରିରୁ ପାଞ୍ଚ ବର୍ଷ ଧରି ଉଦ୍ୟମ କରି ଆସୁଥିବା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଭାରତ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଦୁଇଟି ସ୍ତରରେ ୨୦୧୮ ମସିହା ଠାରୁ କାର୍ଯ୍ୟ କରି ଆସୁଛି ବୋଲି ସେ କହିଥିଲେ। “ଗୋଟେ ପଟରେ ଆମେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ସହ ଅନ୍ୟପଟରେ ପ୍ଲାଷ୍ଟିକ ବର୍ଜ୍ୟର ପ୍ରକ୍ରିୟାକରଣକୁ ମଧ୍ୟ ବାଧ୍ୟତାମୂଳକ କରୁଛୁ” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଦେଶର ବାର୍ଷିକ ଶତକଡ଼ା ୭୫ ଭାଗ ପ୍ଲାଷ୍ଟିକ ବର୍ଜ୍ୟ ପ୍ରାୟ ୩୦ ଲକ୍ଷ ଟନ ପ୍ଲାଷ୍ଟିକର ବାଧ୍ୟତାମୂଳକ ପୁନଃ ପ୍ରକ୍ରିୟାକରଣ ହେଉଛି ଓ ପ୍ରାୟ ଦଶ ହଜାର ପ୍ରସ୍ତୁତକାରୀ, ଆମଦାନୀକାରୀ ଓ ବ୍ରାଣ୍ଡ ଏହାର ପରିସର ମଧ୍ୟକୁ ଆଜି ଆସି ପାରିଛନ୍ତି।

ଏକବିଂଶ ଶତାବ୍ଦୀର ଭାରତ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ନେଇ ଏକ ସ୍ପଷ୍ଟ ଦିଗଦର୍ଶନ ସହ ଆଗେଇ ଚାଲୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବର୍ତ୍ତମାନର ଆବଶ୍ୟକତା ଓ ଭବିଷ୍ୟତ ଦୃଶ୍ୟପଟ ମଧ୍ୟରେ ଏକ ସମନ୍ୱୟ ରକ୍ଷା କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁଠାରୁ ଦରିଦ୍ରତମ ବ୍ୟକ୍ତିକୁ ସାହାଯ୍ୟ ଯୋଗାଇ ଦିଆଯାଉଥିବା ବେଳେ, ଭବିଷ୍ୟତର ଶକ୍ତି ଚାହିଦାକୁ ମଧ୍ୟ ଧ୍ୟାନ ଦିଆଯାଇଛି। “ଗତ ନଅ ବର୍ଷ ମଧ୍ୟରେ ଭାରତ ସବୁଜ ଓ ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ଅଭୁତପୂର୍ବ ଅଗ୍ରଗତି କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ସୌର ଶକ୍ତି ଓ ଏଲଇଡି ବଲବ କିପରି ଜନସାଧାରଣଙ୍କ ଅର୍ଥ ବଞ୍ଚାଇବା ସହ ପରିବେଶ ସୁରକ୍ଷା କରିଛି, ତାହାର ଉଦାହାରଣ ଦେଇଥିଲେ। ବୈଶ୍ୱିକ ମହାମାରୀ କାଳରେ ଭାରତର ନେତୃତ୍ୱ ଉପରେ ଆଲୋକପାତ କରି ଭାରତ କିପରି ସବୁଜ ଉଦଜାନ ଅଭିଯାନ ସହ ପ୍ରାକୃତିକ କୃଷି ପାଇଁ ପଦକ୍ଷେପ ନେଇ ରାସାୟନିକ ସାର କବଳରୁ ମାଟି ଓ ପାଣିକୁ ରକ୍ଷା କରିଛି ତାହାର ଅବତାରଣା କରିଥିଲେ।

“ଗତ ନଅ ବର୍ଷ ମଧ୍ୟରେ ଭାରତରେ ଆର୍ଦ୍ରଭୂମି ଓ ରାମସାର ଇଲାକା ସଂଖ୍ୟା ପୂର୍ବ ତୁଳନାରେ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି”। ଦୁଇଟି ଅଧିକ ଯୋଜନା ଭବିଷ୍ୟତ ଓ ଅର୍ଥନୀତି ବିକାଶ ନିମନ୍ତେ ଆଜିଠାରୁ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଅମ୍ରିତ ସରୋବର” ଯୋଜନା ଆଜିଠାରୁ ଆରମ୍ଭ କରାଯାଇଥିବା ବେଳେ ଜନସାଧାରଣଙ୍କ ସହଯୋଗରେ ରାମସାରର ସଂରକ୍ଷଣ ସୁନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି ରାମସାର କ୍ଷେତ୍ର ଭବିଷ୍ୟତରେ ପରିବେଶ ପର୍ଯ୍ୟଟନ ଓ ହଜାର ହଜାର ଲୋକଙ୍କ ନିମନ୍ତେ ସବୁଜ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଥିଲେ। ଦ୍ୱିତୀୟଟି ହେଲା ‘ମିଷ୍ଟି ଯୋଜନା’ ଯାହା ଦେଶର ହେନ୍ତାଳବନ ପରିବେଶ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ। ଏଥିସହ ଦେଶର ନଅଟି ରାଜ୍ୟରେ ହେନ୍ତାଳ ବଣ ସବୁଜିମାର ପୁନରୁଦ୍ଧାର ହେବା ସହ ଏହା ଉପକୂଳ ଅଞ୍ଚଳର ସାମୁଦ୍ରିକ ଜଳପତ୍ତନ ବୃଦ୍ଧି ଓ ବାତ୍ୟା ଭଳି ବିପର୍ଯ୍ୟୟ ଦାଉରୁ ଜନସାଧାରଣଙ୍କ ଧନ ଜୀବନ ରକ୍ଷାରେ ସହାୟକ ହେବ ବୋଲି ସେ କହିଥିଲେ।

ପୃଥିବୀର ପ୍ରତ୍ୟେକ ଦେଶ ନ୍ୟସ୍ତ ସ୍ୱାର୍ଥର ଉଦ୍ଧ୍ୱର୍ରେ ରହି ବିଶ୍ୱ ଜଳବାୟୁ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ। ଡେଭଲପମେଣ୍ଟ ମଡେଲ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଦୀର୍ଘଦିନ ଧରି ରାସ୍ତାର ବିକାଶ ସହ ପରିବେଶ ସମ୍ପର୍କିତ ଉଦବେଗ ଅନେକ ବୃହତ ଓ ଆଧୁନିକ ଦେଶମାନଙ୍କ ମଧ୍ୟରେ ରହି ଆସିଛି। ଏହି ଦେଶଗୁଡ଼ିକ ବିକାଶ ଲକ୍ଷ୍ୟ ହାସଲ କରିଥିଲେ ମଧ୍ୟ ସାରା ବିଶ୍ୱକୁ ପରିବେଶ ଅବହେଳାର ମୂଲ୍ୟ ଦେବାକୁ ହେଉଛି। ଆଜି ମଧ୍ୟ ଅନେକ ଉନ୍ନତ ରାଷ୍ଟ୍ରଙ୍କ ଭୁଲ ନୀତି ଯୋଗୁ ଅନେକ ଅନୁନ୍ନତ ଓ ବିକାଶମୁଖୀ ଦେଶ କଷ୍ଟ ଭୋଗ କରୁଛନ୍ତି। “ଯୁଗ ଯୁଗ ଧରି କେତେକ ବିକଶିତ ଦେଶଙ୍କ ଏହି ନୀତିର କେହି ପ୍ରତିବାଦ ମଧ୍ୟ କରୁ ନ ଥିବା ପ୍ରକାଶ କରି ଏହିସବୁ ରାଷ୍ଟ୍ରଙ୍କ ସାମ୍ନାରେ ଭାରତ ଜଳବାୟୁ ନ୍ୟାୟ ସମସ୍ୟା ନେଇ ପ୍ରଶ୍ନ ଉଠାଇଥିବାରୁ ପ୍ରଧାନମନ୍ତ୍ରୀ ପ୍ରସନ୍ନତା ବ୍ୟକ୍ତ କରିଥିଲେ।”

“ଭାରତର ହଜାର ହଜାର ବର୍ଷର ପ୍ରାଚୀନ ସଂସ୍କୃତିରେ ପ୍ରଗତି ଓ ପ୍ରକୃତି ଏକାଠି ଚାଲିଛନ୍ତି।” ସେ ଏହାର ଶ୍ରେୟ ଭାରତର ପରିବେଶ ଓ ଅର୍ଥନୀତି ଉପରେ ଧ୍ୟାନକୁ ନେଇଥିଲେ। ସେ କହିଥିଲେ ଯେ ଭାରତ ଏହାର ଭିତ୍ତିଭୂମି ବିକାଶ ଦିଗରେ ଅସ୍ୱାଭାବିକ ପୁଞ୍ଜି ବିନିଯୋଗ କରିବା ସହ ଏହାର ପରିବେଶ ଉପରେ ମଧ୍ୟ ସମାନ ଧ୍ୟାନ ଦେଉଛି। ଆର୍ଥିକ ବ୍ୟବସ୍ଥା ଓ ପରିବେଶ ଉପରେ ତୁଳନା କରି ପ୍ରଧାନମନ୍ତ୍ରୀ ୪-ଜି ଓ ୫-ଜିର ସମ୍ପ୍ରସାରଣ ଯୋଗାଯୋଗ ନେଇ ଗୋଟେ ପଟେ ନିଆଯାଉଥିବା ବେଳେ ଦେଶର ବର୍ଦ୍ଧିତ ଜଙ୍ଗଲ ପରିସୀମା ଅନ୍ୟ ଗୋଟେ ପଟେ ଥିବାର ଉଦାହରଣ ଦେଇଥିଲେ। ସରକାର ଗରୀବଙ୍କ ନିମନ୍ତେ ଚାରି କୋଟି ଘର ତିଆରି କରିଥିବା ବେଳେ, ବନ୍ୟପ୍ରାଣୀ ଅଭୟାରଣ୍ୟ ସଂଖ୍ୟା ଓ ବିଶ୍ୱ ପ୍ରାଣୀ ସମ୍ପଦ ମଧ୍ୟ ସମାନ ଭାବେ ବୃଦ୍ଧି ପାଉଥିବା ସେ କହିଥିଲେ। ଶ୍ରୀ ମୋଦୀ ମଧ୍ୟ ଜଳ ଜୀବନ ମିଶନ ଓ ଜଳ ସୁରକ୍ଷା ପାଇଁ ୫୦ ହଜାର ଅମୃତ ସରୋବର ନିର୍ମାଣ, ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ ଆର୍ଥିକ ଶକ୍ତି ହେବା ସହ ଅକ୍ଷୟ ଶକ୍ତି ଦିଗରେ ବିଶ୍ୱର ପାଞ୍ଚଟି ବୃହତ ଦେଶ ସହ ଯୋଡ଼ି ହେବା, କୃଷି ରପ୍ତାନୀ ବୃଦ୍ଧି ଓ ପେଟ୍ରୋଲରେ ଶତକଡ଼ା ୨୦ ଭାଗ ଇଥାନଲ ମିଶ୍ରଣର ଉଦାହରଣ ମାନ ଦେଇଥିଲେ। ଭାରତ ମଧ୍ୟ ସିଡିଆରଆଇ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ବିକାଶ ସଂଗଠନର ମୁଖ୍ୟ ହେବା ସହ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲିଆନ୍ସର ପ୍ରମୁଖ ଦେଶ ବିବେଚିତ ହୋଇଥିବା ସେ ପ୍ରକାଶ କରିଥିଲେ।

ମିଶନ ଲାଇଫ ଯଥା ପରିବେଶ ନିମନ୍ତେ ଜୀବନଶୈଳୀ ଅଭିଯାନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ଜନ ଆଂଦୋଳନରେ ପରିଣତ ହୋଇଛି। ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ନିମନ୍ତେ ଏହି ଅଭିଯାନ ଏକ ଜନସଚେତନତା ଜାଗ୍ରତ କରିବାରେ ସହାୟକ ହୋଇଛି। ଗୁଜରାଟର କେଭାଡିଆ- ଏକତା ନଗରୀରେ ଗତବର୍ଷ ଯେତେବେଳେ ଏହି ଅଭିଯାନ ଆରମ୍ଭ ହେଲା, ସେତେବେଳେ ଲୋକମାନଙ୍କ ମଧ୍ୟରେ ଏକ ବିସ୍ମୟ ଥିଲା। ମାତ୍ର ମାସକ ଆଗରୁ ଏହି ଅଭିଯାନ ଆରମ୍ଭ ହେବା ପରେ ମାତ୍ର ୩୦ ଦିନ ମଧ୍ୟରେ ଦୁଇ କୋଟି ଜନସାଧାରଣ ଏହାର ଅଂଶ ହୋଇଯାଇଛନ୍ତି। ଏ ସମ୍ପର୍କରେ ଆୟୋଜିତ ଶୋଭାଯାତ୍ରା ଓ କୁଇଜମାନ ମୋ ନଗରୀକୁ ଜୀବନ ଦିଅ ଉପରେ କରାଯାଇଛି। ଲକ୍ଷ ଲକ୍ଷ ଜନସାଧାରଣ ହ୍ରାସ, ପୁନଃ ବ୍ୟବହାର ଓ ପୁନଃ ପ୍ରକ୍ରିୟାକରଣକୁ ଦୈନନ୍ଦିନ ଜୀବନରେ ଆବଶ୍ୟକତା ଭାବେ ଆପଣେଇଛନ୍ତି। ମିଶନ ଲାଇଫର ମୌଳିକ ନୀତି ହେଉଛି ବିଶ୍ୱରେ ପରିବର୍ତ୍ତନ ନିମନ୍ତେ ନିଜ ହାବଭାବରେ ପରିବର୍ତ୍ତନ ବୋଲି ସେ କହିଥିଲେ। “ମିଶନ ଲାଇଫ ସମଗ୍ର ମାନବତାର ଉଜ୍ଜ୍ୱଳ ଭବିଷ୍ୟତ ଓ ଆମର ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ଉଦ୍ଦିଷ୍ଟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

“ଜଳବାୟୁ ପରିବର୍ତ୍ତନ ସଚେତନତା କେବଳ ଭାରତ ମଧ୍ୟରେ ସୀମିତ ନୁହେଁ, ସମଗ୍ର ବିଶ୍ୱରେ ଏହି ପଦକ୍ଷେପ ନେଇ ବୈଶ୍ୱିକ ସମର୍ଥନ ମଧ୍ୟ ବୃଦ୍ଧି ପାଉଛି” ବୋଲି ସେ କହିଥିଲେ। ସେ ସମଗ୍ର ବିଶ୍ୱକୁ କିପରି ଗତ ବର୍ଷ ପରିବେଶ ଦିବସରେ ଅନୁରୋଧ କରିଥିଲେ ତା’ର ସ୍ମୃତିଚାରଣ କରି ଜଳବାୟୁ ସମ୍ପର୍କିତ ବ୍ୟାବହାରିକ ପରିବର୍ତ୍ତନ ନେଇ ନିବେଦନ କରିବା ବିଷୟ କହିଥିଲେ। ହଜାର ହଜାର ସହକର୍ମୀ, ଛାତ୍ରଛାତ୍ରୀ, ଗବେଷକ, ବିଭିନ୍ନ କ୍ଷେତ୍ରରେ ଥିବା ବିଶେଷଜ୍ଞ, ବୃତ୍ତିଧାରୀ, ସ୍ୱେଚ୍ଛାସେବୀ ସଂଗଠନ ଓ ପ୍ରାୟ ୭୦ଟି ଦେଶର ନାଗରିକ ତାଙ୍କର ମତକୁ ସମର୍ଥନ କରିଥିଲେ। ଯେଉଁମାନେ ସେମାନଙ୍କ ମତ ପାଇଁ ପୁରସ୍କୃତ ହୋଇଥିଲେ ସେ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

ଅଭିଭାଷଣର ପରିସମାପ୍ତି ଘଟାଇ ପ୍ରଧାନମନ୍ତ୍ରୀ ମିଶନ ଲାଇଫ ଦିଗରେ ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପ ଭବିଷ୍ୟତରେ ପରିବେଶ ସୁରକ୍ଷା ପାଇଁ ଢାଲ ଭାବେ କାର୍ଯ୍ୟ କରିବ ବୋଲି କହିଥିଲେ। ମିଶନ ଲାଇଫ ନେଇ ଚିନ୍ତାଧାରା ଓ ନେତୃତ୍ୱ ନେଇ ସହାୟକ ହେବା ସହ ଆଂଦୋଳନକୁ ମଜଭୁତ କରିବ ବୋଲି ଶ୍ରୀ ମୋଦୀ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ପରିବେଶ ଦିବସ ମାଧ୍ୟମରେ ପରିବେଶ ସଚେତନତାର ପ୍ରୟାସ

ରଣପୁର: ପୃଥିବୀ ପୃଷ୍ଠକୁ ମଣିଷ ରହିବା ଯୋଗ୍ୟ କରିବାକୁ ହେଲେ ପ୍ରକୃତି ଏବଂ ପରିବେଶକୁ ସୁରକ୍ଷିତ ରଖିବାକୁ ପଡ଼ିବ। ଆମ ପରିବେଶ ଜୀବଜଗତକୁ ବଞ୍ଚାଇ ରଖିବା ପାଇଁ ପାଣି, ପବନ, ଖାଦ୍ୟ ଭଳି ଅନେକ ଜରୁରି ତତ୍ତ୍ୱ ଉପଲବ୍ଧ କରାଇଥାଏ। କିନ୍ତୁ ଏକାଧିକ ମନୁଷ୍ୟକୃତ କାରଣ ପାଇଁ ଆମ ପରିବେଶ ପ୍ରଦୂଷିତ ତଥା ନଷ୍ଟ ହେବାରେ ଲାଗିଛି। ଜଳବାୟୁ ବିଗିଡ଼ିବା ସହ ବିଶ୍ୱତାପନ ବଢ଼ୁଛି। ସାମୁଦ୍ରିକ ପରିବେଶ ମଧ୍ୟ ନଷ୍ଟ ହେଉଛି। ଏଥିଯୋଗୁ ପ୍ରକୃତିକୁ ବିପୁଳ କ୍ଷତି ହେଉଛି। ତେଣୁ ପରିବେଶକୁ ସୁରକ୍ଷିତ ରଖିବା ପ୍ରତିଟି ମଣିଷର କର୍ତ୍ତବ୍ୟ ଏବଂ ସଭିଏ ଏଥିପ୍ରତି ସଚେତନ ହେବା ଜରୁରି। ଏ ନେଇ ଜନସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଏହି ଦିନ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରରେ ଜନସଚେତନତା ବଣ୍ଟାଯାଏ।

ଏହି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରଣପୁର ଶିକ୍ଷା ବ୍ଲକର ନରସିଂହପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ବିଭିନ୍ନ ଉପାୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହା ସହ ବିଭିନ୍ନ ନୃତ୍ୟ, ନାଟକ, ବକ୍ତୃତା ପ୍ରତିଯୋଗିତା କରାଯାଇ ପିଲାମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଇଛି। କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।

ଏହି ଅଵସରରେ ଆମ୍ବ, ଅମୃତଭଣ୍ଡା, ପଣସ, କଦଳୀ ଆଦି ବୃକ୍ଷ ରୋପଣ କରାଯାଇଛି।  ସି.ଆର.ସି.ସି. ସୁଶୀଲ କୁମାର ରଣା ବିଭିନ୍ନ ବିଦ୍ୟାଳୟ ବୁଲି ଏହାର ପର୍ଯ୍ୟବେକ୍ଷଣ କରିଛନ୍ତି। ସେଗୁଡିକ ମଧ୍ୟରୁ ନରସିଂହପୁର ୟୁ.ଜି.ଏମ.ଇ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାୟପୁର ପ୍ରାଥମିକ ବିଦ୍ୟାଳୟ, ହଂସରା ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ହୋଇଛି।

ସେହିପରି ମଝିଆଖଣ୍ଡ, ଗୌରାଙ୍ଗପୁର, ରଣପୁର, ସୁନାଖଳା, କାସନ୍ଦା, ସରଙ୍ଗାଧରପୁର ଆଦି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି।

ବିଶ୍ୱ ପରିବେଶ ଦିବସର ଆରମ୍ଭ ୧୯୭୨ରେ ହୋଇଥିଲା। ଜାତିସଂଘ ୧୯୭୨ ଜୁନ୍‌ ୫ରେ ପ୍ରଥମ କରି ପରିବେଶ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲା। ସୁଇଡେନ୍‌ର ରାଜଧାନୀ ଷ୍ଟକ୍‌ହୋମ୍‌ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଏଠାରେ ଆୟୋଜିତ ପ୍ରଥମ ପରିବେଶ ସମ୍ମିଳନୀରେ ୧୧୯ ଦେଶ ଭାଗ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିପର୍ଯ୍ୟୟ ମୁକାବିଲା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରକୃତି ଭିତ୍ତିକ ସମାଧାନ ଉପରେ ଗୁୁରୁତ୍ୱାରୋପ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ପାଇଁ ପ୍ରକୃତି ଭିତିକ ସମାଧାନ (ଏନ୍‌ବିଏସ୍‌)ର ପ୍ରସାର ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ବିବିଧ କାର୍ଯ୍ୟ୍ରକମ ହାତକୁ ନିଆଯାଇଛି।

ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ଦୁଇ ସପ୍ତାହବ୍ୟାପୀ ବିଶିଷ୍ଟ ଅଭିଯାନର ଅଂଶ ଭାବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ହେନ୍ତାଳବଣର ସଂରକ୍ଷଣ ବିଷୟରେ ସଚେତନତା ବଢ଼ାଇବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଥିବା ଏହି କର୍ମଶାଳାଗୁଡ଼ିକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ, ଗୋଷ୍ଠୀ ସଦସ୍ୟଙ୍କ ସମେତ ପିଆର୍‌ଆଇ ସଦସ୍ୟ, ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା କମିଟିର ସଦସ୍ୟ ଓ ଏସ୍‌ଏଚ୍‌ଜିଗୁଡ଼ିକର ନେତୃବୃନ୍ଦ ଯୋଗ ଦେଇଥିଲେ। ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ର ସାହାଡାବେଦୀ ତଥା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ର ଖରାସାହାପୁର ଓ କବୀରପୁର ଗ୍ରାମରେ ଅନୁ୍‌ଷ୍ଠିତ କର୍ମଶାଳାରେ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଚାରି ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ବାଲେଶ୍ୱର, ଭଦ୍ରକ,ଜଗତସିଂହପୁର ଓ ଗଞ୍ଜାମରେ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ରହିଛି।

ଏହି ବାତ୍ୟା ପ୍ରବଣ ଜିଲ୍ଲାଗୁଡ଼ିକରେ ଥିବା ପାଂଚଟି ଉଚ୍ଚ ବିପଦସଙ୍କୁଳ ଗ୍ରାମରେ ହେନ୍ତାଳରୋପଣ (ବିଶେଷ କରି ରିଜୋଫୋରା, କାଣ୍ଡେଲିଆ କାଣ୍ଡେଲ ଓ ବ୍ରୁଗୁଏରା ଗାଇମ୍ନୋରିଜା ପ୍ରଜାତି) ଏବଂ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି। ୨୦୨୩ ଜୁନ୍ ୫, ବିଶ୍ୱ ପରିବେଶ ଦିବସରୁ ଏହି ହେନ୍ତାଳ ଓ ବୃକ୍ଷ ରୋପଣ ଆରମ୍ଭ ହେବା ସହ ଫାଉଣ୍ଡେସନ ପକ୍ଷରୁ ୫୧,୦୦୦ ହେନ୍ତାଳ (ହାଇପୋକୋଟାଇଲ) ରୋପଣ କରାଯିବ। ବାଲେଶ୍ୱରର ବାହାନଗା ବ୍ଲକ୍‌ର ଖରାସାହାପୁର, ଭଦ୍ରକର ବାସୁଦେବପୁର ବ୍ଲକ୍‌ର ମୋହନପୁର, ଜଗତସିଂହପୁରର ଏରସମା ବ୍ଲକ୍‌ର ସାହାଡାବେଦୀ ଓ ଗଞ୍ଜାମର ଚିକିଟି ବ୍ଲକ୍‌ର ପତିସୁନାପୁର ଗ୍ରାମରେ ଏହି ବୃକ୍ଷରୋପଣ କରାଯିବ।

ଏହି ବୃକ୍ଷରୋପଣ କାର୍ଯ୍ୟ ୨୦୨୩ ଜୁନ୍ ୫ରୁ ୧୫ ମଧ୍ୟରେ ହେବ। ଏଥିସହିତ, ଓଡ଼ିଶାର ବାଲେଶ୍ୱର ଜିଲ୍ଲାର କବୀରପୁର ଓ ଖରାସାହାପୁର ସମେତ ଭଦ୍ରକ ଜିଲ୍ଲାର ମୂଳଡିହ ଗ୍ରାମରେ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ଗଛ ରୋପଣ କରିବାର ଯୋଜନା ରହିଛି। ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀଙ୍କ ସମେତ ବାଲେଶ୍ୱରର ଭୂମିପୂତ୍ର ସେବା ପ୍ରତିଷ୍ଠାନ ଓ ରୁରାଲ୍ ଡେଭେଲପ୍‌ମେଂଟ୍ ସେଂଟର, ଜଗତସିଂହପୁରର ଦୋଳଗୋବିନ୍ଦ ଯୁବ କ୍ଲବ୍ ଓ ଗଂଜାମର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସୋସାଇଟି ଭଳି ସଂଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବିଶ୍ୱ ପରିବେଶ ଦିବସ, ୨୦୨୩ରେ ଆଠଟି ରାଜ୍ୟର ୨୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧିନରେ ଏହି ଧରଣର ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସେଣ୍ଡାଇ ଫ୍ରେମ୍‌ୱର୍କ ୨୦୧୫-୨୦୩୦ ର ସହନଶୀଳତା ବିଷୟ ଅନୁସାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବର୍ତମାନ ପ୍ରକୃତି-ଭିତିକ ସମାଧାନ (ଏନ୍‌ବିଏସ୍‌) ଉପରେ ଗୁରୁତ୍ୱାରୋପ କରାଯାଉଛି। ସେହି ଅନୁସାରେ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଓ ସେମାନଙ୍କୁ ସଚେତନ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶ୍ୱ ପରିବେଶ ଦିବସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ରହିଛି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏହି ଅଭିଯାନଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜୈବବିବିଧତାରେ ଉନ୍ନତି, ମୃତିକା କ୍ଷୟକୁ ରୋକିବା ଏବଂ ଏହି ଉଚ୍ଚ ସମ୍ବେଦନଶୀଳ ଅଂଚଳରେ ପ୍ରବଳ ବେଗର ପବନରୁ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିବା ଲାଗି ଜୈବ-ସୁରକ୍ଷା ବଳୟ ସ୍ଥାପନ କରିବା।

ଆନ୍ତର୍ଜାତିକ ବିପର୍ଯ୍ୟୟ ଡାଟାବେସ୍ (ଇଏମ୍‌ଡିଏଟି) ଅନୁସାରେ ୧୯୭୦ରୁ ୨୦୧୯ ମଧ୍ୟରେ ଭାରତରେ ଘଟିଥିବା ପ୍ରାୟ ୮୬% ବିପର୍ଯ୍ୟୟ ଘଟଣା ଓ ୯୮% ବିପର୍ଯ୍ୟୟ କ୍ଷୟକ୍ଷତିର କାରଣ ହେଉଛି ଜଳୀୟ-ପାଣିପାଗ ଜନିତ ଅତି ପ୍ରବଳ ମାତ୍ରାର ବିପର୍ଯ୍ୟୟ ଘଟଣା। ଜଳବାୟୁ ପରିବର୍ତନ, ଜୀବଜଗତର ଅବକ୍ଷୟ, ଓ ଅନୁପଯୁକ୍ତ ଜମି ବ୍ୟବହାର ଯୋଜନା ଯୋଗୁଁ ଏହି ଧାରା ଆଗକୁ ଜାରି ରହିବ ଏବଂ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶଙ୍କା କରାଯାଉଛି। ବର୍ଦ୍ଧିତ ପ୍ରମାଣରୁ ଏହା ପ୍ରତିୟମାନ ହେଉଛି ଯେ ପ୍ରାକୃତିକ ଆର୍ଦ୍ରଭୂମିର ଦ୍ରୁତ ଅବକ୍ଷୟ ସମେତ ଜୀବନଜଗତ ଅବକ୍ଷୟ ହେଉଛି ଜଳ-ସମ୍ପର୍କିତ ବିପଦକୁ ବଢ଼ାବାର ଏକ ପ୍ରମୁଖ କାରଣ। ଫଳ ସ୍ୱରୂପ, ପ୍ରକୃତି ଭିତିକ ସମାଧାନ ଭଳି ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ରଣନୀତି ସାମାଜିକ ବିକାଶ ଲକ୍ଷ୍ୟ ପ୍ରତି ମହତ୍ୱପୂର୍ଣ୍ଣ ଯାଗଦାନ ପ୍ରଦାନ କରିବ ସହିତ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ଓ ଜୀବନଜଗତ ସହନଶୀଳତାକୁ ସୁନିଶ୍ଚିତ କରିବ।

 

Categories
ଆଜିର ଖବର ଜାତୀୟ ଖବର

ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ କେନ୍ଦ୍ରର ରାଜ୍ୟମାନଙ୍କୁ ପତ୍ର

ନୂଆଦିଲ୍ଲୀ: ଜୁନ୫,୨୦୨୨ ବିଶ୍ୱ ପରିବେଶ ଦିବସ। ଦେଶକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ (ଏସୟୁପି) ମୁକ୍ତ କରିବା ନିମନ୍ତେ ଓ ସ୍ୱଚ୍ଛ ଓ ସବୁଜ ଜନାଦେଶ ଜରିଆରେ ପରିବେଶର ଉନ୍ନତି ପାଇଁ ଲାଗିପଡିବେ।

ପ୍ରଧାନମନ୍ତ୍ରୀ ୨୯ ମେ, ୨୦୨୨ ଦିନ ତାଙ୍କର ୮୯ତମ ମନ୍ କୀ ବାତ୍‌ରେ ଦେଶକୁ ସମ୍ବୋଧିତ କଲାବେଳେ ଦେଶବାସୀଙ୍କୁ ବିଶ୍ୱ ପରିବେଶ ଦିବସରେ ସ୍ୱଚ୍ଛତା ଓ ବୃକ୍ଷରୋପଣ ଦିଗରେ କିଛି କରିବାକୁ ନିବେଦନ କରିଥିଲେ।

ଦୁଇଟି ଜନାଦେଶ ବିଶ୍ୱ ପରିବେଶ ଦିବସ ଓ ଜୁନ ୩୦, ୨୦୨୨ ସୁଦ୍ଧା ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ (ଏସୟୁପି) ର ସମାପ୍ତି ଘଟାଇବା ଲକ୍ଷ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମାର୍ଗଦର୍ଶିକା ଜାରି କରି ଏହି ଦୁଇଟି ଜନାଦେଶକୁ ସଫଳ କରିବା ପାଇଁ ବିବିଧ କାର୍ଯ୍ୟକଳାପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିମଧ୍ୟରେ ବଡ ଧରଣର ସଫେଇ ଅଭିଯାନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ଉପରେ ବିଶେଷ ଧ୍ୟାନ ଓ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ଅନ୍ତର୍ଭୁକ୍ତ। ଏଥିରେ ସମସ୍ତ ନାଗରିକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ଏନଜିଓ/ସିଏସଓ, ଏନଏସ୍‌ଏସ୍ ଓ ଏନସିସି କ୍ୟାଡେଟ, ଆରଡବ୍ଲୁଏଏସ, ବଜାର ସଂଘ, ବାଣିଜ୍ୟିକ ପ୍ରତିଷ୍ଠାନମାନେ ଅଂଶ୍ରଗ୍ରହଣ କରିବେ।

ଦେଶବ୍ୟାପୀ ଏସୟୁପି ନିଷେଧ ପାଇଁ ଅଙ୍ଗୀକାରବଦ୍ଧ ଦେଶରେ ଅସଂଖ୍ୟ ପ୍ରସ୍ତାବ ଆସିଥିଲା। ସ୍ୱଚ୍ଛ ଭାରତ ଅଭିଯାନ-ଅର୍ବାନ ୨.୦ କାର୍ଯ୍ୟକ୍ରମ ଦେଶର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ତ୍ୱରାନ୍ୱିତ ହେଉଥିବାବେଳେ ଅଭିଯାନ ଅଧୀନରେ ଏସୟୁପି ବା ପ୍ଲାଷ୍ଟିକ ବର୍ଜ୍ୟ ପରିଚଳନାକୁ ଅଗ୍ରାଧିକାର ଦିଆଯାଉଛି। ଅଭିଯାନ ଅଧୀନରେ ପ୍ରତ୍ୟେକ ସ୍ୱାୟତ୍ତ ଶାସନ ସଂସ୍ଥା ଶତ ପ୍ରତିଶତ ବର୍ଜ୍ୟବସ୍ତୁ ଅଲଗା କରିବ। ପ୍ଲାଷ୍ଟିକ ବର୍ଜ୍ୟ ସାମଗ୍ରୀ ସମେତ ଶୁଖିଲା ବର୍ଜ୍ୟବସ୍ତୁକୁ ପୁନଃ ପ୍ରକ୍ରିୟାକରଣ କରି ତାହାକୁ ମୂଲ୍ୟଯୁକ୍ତ ପଦାର୍ଥରେ ପରିଣତ କରିବେ ଯେପରିକି ପ୍ଲାଷ୍ଟିକ କାର୍ଯ୍ୟ ସାମଗ୍ରୀ ଖତଗଦା ବା ଜଳାଶ୍ରୟ ଇତ୍ୟାଦିରେ ନ ମିଶେ ତାହା ଦେଖିବାକୁ ହେବ।

୪୭୦୪ ସ୍ୱାୟତ୍ତ ଶାସନ ସଂସ୍ଥା ମଧ୍ୟରୁ ୨୫୯୧ ଜଣ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏମଓଇଏଫ ଆଣ୍ଡ ସିସି ନିର୍ଦ୍ଦେଶକ୍ରମେ ଏସୟୁପି ନିଷେଧ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ କରି ସାରିଥିବାବେଳେ, ଅବଶିଷ୍ଟ ୨୧୦୦ ରୁ ଅଧିକ ସ୍ୱାୟତ୍ତଶାସନ ସଂସ୍ଥା ଯେପରି ଏହା ଜୁନ ୩୦, ୨୦୨୨ ସୁଦ୍ଧା ପ୍ରକାଶ କରିବେ ତାହା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ସୁନିଶ୍ଚିତ କରିବେ। ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ଏସୟୁପି ହଟସ୍ପଟମାନ ଚିହ୍ନଟ କରି ସେଗୁଡିକୁ ହଟାଇ ଦେବେ। ଏଥିରେ ସେମାନେ ରାଜ୍ୟ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହାୟତା ନେବା ସହ ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ପ୍ରବର୍ତ୍ତନବାହିନୀ ଗଠନ ସହ ଆକସ୍ମିକ ନିରୀକ୍ଷଣ ଓ ଭାରି ଅର୍ଥଦଣ୍ଡ ଏହାର ଖିଲାପକାରୀଙ୍କ ଉପରେ କରି ଏସୟୁପି ନିଷେଧ ଦିଗରେ କାର୍ଯ୍ୟ କରିବେ।

ପିଡବ୍ଲୁଏମ ସଂଶୋଧିତ ନିୟମ ୨୦୨୧ ଅନୁସାରେ ପ୍ରସ୍ତୁତି ଆମଦାନୀ, ଭଣ୍ଡାରଣ, ବଣ୍ଟନ, ବିକ୍ରୟ ଓ ପଲିଥିନ ବ୍ୟାଗ ପ୍ରକ୍ରିୟାକୃତ ପ୍ଳାଷ୍ଟିକ ୭୫ମାଇକ୍ରନରୁ କମ୍ (୭୫ ଅର୍ଥାତ୍ ୦.୦୭୫୩ ମୋଟୋଇ) ୩୦ ସେପ୍ଟେମ୍ବର ୨୦୨୧ଠାରୁ ନିଷେଧ କରାଯାଇଛି। ପୂର୍ବରୁ ୫୦ମାଇକ୍ରମ ପିଡବ୍ଲଏମ ନିୟମ, ୨୦୧୬ ଅଧୀନରେ ସୁପାରିଶ କରାଯାଇଥିଲା। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ନାଗରିକମାନେ ଏଣିକି ରାସ୍ତାକଡ ବିକ୍ରେତା, ସ୍ଥାନୀୟ ଦୋକାନୀ, ପରିବା ବିକ୍ରେତା ଇତ୍ୟାଦିଙ୍କଠାରୁ ପ୍ଲାଷ୍ଟିକ କ୍ୟାରୀ ବ୍ୟାଗ ନ ନେଇ ବିକଳ୍ପ ବ୍ୟବସ୍ଥା କରିବା ଆବଶ୍ୟକ।

ପିଡବ୍ଲଏମ (ସଂଶୋଧିତ)ନିୟମ ୨୦୨୧ ଅନୁସାରେ ଆଇନକୁ ଲାଗୁ କରିବା ପାଇଁ ପ୍ରଶଂସାସୂଚକ ପଦକ୍ଷେପମାନ ନିଆ ହେବ। ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ଏସୟୁପି ବିକଳ୍ପ(କପଡା, ଝୋଟ, ମାଟିରେ ମିଶିଯାଉଥିବା ଖାଇବା ସାଜ) ଇତ୍ୟାଦି ଯେପରି ବଜାରରେ ଉପଲବ୍ଧ ହୁଏ ଓ ପ୍ଲାଷ୍ଟିକ ବିକଳ୍ପ ସାମଗ୍ରୀ ଉପରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ବାଣିଜ୍ୟିକ ସଂସ୍ଥା ଯେଉଁମାନେ ବୋତଲଯୁକ୍ତ ପାନୀୟ କାରବାର କରୁଛନ୍ତି, ସେମାନଙ୍କୁ ବୋତଲ ବ୍ୟାଙ୍କ ସ୍ଥାପନା ନିମନ୍ତେ ଅନୁରୋଧ କରାଯାଇପାରିବ ଏବଂ ସେମାନେ ପୁନଃବ୍ୟବହରକ୍ଷମ ରିହାତି ମୂଲ୍ୟ ପ୍ଲାଷ୍ଟିକ ବୋତଲ ବୁଥ ବିଭିନ୍ନ ସ୍ଥାନରେ ‌ସ୍ଥାପନ କରି ତାଙ୍କର ଉତ୍ପାଦ ଦାୟିତ୍ୱଭାବେ ବହନ କରିବେ। ଏଥିରେ ସ୍ୱାୟତ୍ତ ଶାସନ ସଂସ୍ଥାଗଣ ଝୋଲା, ବାସନକୁସନ, ଟୁଙ୍ଗୀ ବା ଭଣ୍ଡାର ସ୍ଥାପନ କରି ନାଗରିକମାନଙ୍କୁ ଏସୟୁପିର ବିକଳ୍ପ ପ୍ରଦାନ କରିପାରିବେ। ଏହି ସବୁ ବ୍ୟବସ୍ଥା ସାଧାରଣ ସଭା ଓ ପର୍ବପର୍ବାଣୀରେ କରାଯାଇ ଏସୟୁପି ବ୍ୟବହାର ରୋକାଯିବ।

ଏହି ପଦକ୍ଷେପଗୁଡିକୁ ସ୍ୱଚ୍ଛତା ରଥ ଜରିଆରେ ସର୍ବସାଧାରଣ ସ୍ଥାନ, ବଜାରଘାଟ ଓ ଅନ୍ୟାନ୍ୟ ଭିଡ ଯାଗାରେ ସଚେତନତା ସୃଷ୍ଟି ଏସୟୁପି ବ୍ୟବହାର ବିକଳ୍ପ ପାଇଁ କରାଯାଇପାରିବ। ରାଜ୍ୟ ଓ ସ୍ୱାୟତ୍ତଶାସନ ସଂସ୍ଥାଗୁଡିକୁ ନିକଟବର୍ତ୍ତୀ ସିମେଣ୍ଟ କାରଖାନା ଓ ଅନ୍ୟାନ୍ୟ ଶିଳ୍ପସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷର କରି ପ୍ଲାଷ୍ଟିକ ବର୍ଜ୍ୟ ଯେପରି ସିମେଣ୍ଟ କାରଖାନାରେ ବିକଳ୍ପ ଇନ୍ଧନ ବା ରାସ୍ତା ନିର୍ମାଣ ବାବଦ ଖର୍ଚ୍ଚ ହୁଏ ସେଥିପାଇଁ ପରାମର୍ଶ ଦିଆଯାଇଛି। ରାସ୍ତା ନିର୍ମାଣ ପାଇଁ ସ୍ୱାୟତ୍ତ ଶାସନ ସଂସ୍ଥା ବା ସେମାନଙ୍କ ପୂର୍ତ୍ତ ବିଭାଗକୁ ଏକ ସବିଶେଷ ଏସୟୁପି ବ୍ୟବହାର ଯୋଗ୍ୟ ଯୋଜନା ପ୍ରସ୍ତୁତ କରିବାକୁ ହେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମାର୍ଗଦର୍ଶିକା ବିପୁଳ ଜନ ସହଭାଗିତା ପାଇଁ ଇଙ୍ଗିତ ଦେଉଛି। ସେଥିପାଇଁ ବିଭିନ୍ନ ଶ୍ରେଣୀର ନାଗରିକ, ମେୟର, ୱାର୍ଡ ପରିଷଦ ସଭ୍ୟ ଭଳି ନିର୍ବାଚିତ ପ୍ରତିନିଧି, ସ୍ୱେଚ୍ଚାସେବୀ ସଂଗଠନ, ସ୍ଥାନୀୟ ଏନଜିଓ, ସିଏସଓ, ଆବାସିକ କଲ୍ୟାଣ ସଂଘ, ବଜାରସଂଘ ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ଯୁବା ସଂଗଠନ ମିଳିମିଶି ଏସୟୁପି ନିଷେଧ ଓ ଏହାକୁ ଲାଗୁ କରିବା ନେଇ ଉଦ୍ୟମ କରିବେ। ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ପ୍ଲାଷ୍ଟିକ ବ୍ୟବହାର ନିରୁତ୍ସାହିତ କରିବାକୁ ନାଗରିକମାନଙ୍କୁ ଶପଥପାଠ କରାଇବେ ବା ଏଥିପାଇଁ ଉତ୍ସାହିତ କରିବେ।

ଏହି ସମସ୍ତ ପଦକ୍ଷେପ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ସ୍ୱାୟତଶାସନ ସଂସ୍ଥାଗୁଡିକ ଦ୍ୱାରା ଏକ ସବିଶେଷ ପ୍ରୋଟୋକଲ ଜରିଆରେ ନଥିଭୁକ୍ତ ହୋଇ ସର୍ବୋଚ୍ଚ ସ୍ତରରେ ନିରୀକ୍ଷଣ ହେବ।

ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ତ୍ୱରାନ୍ୱିତ ହେଉଥିବାବେଳେ ଏହା ଆବର୍ଜନା ମୁକ୍ତ ନଗରୀ ସୃଷ୍ଟି ପାଇଁ ସଂକଳ୍ପବଦ୍ଧ। ବିସ୍ତୃତ ପରିମଳ ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନା ଦ୍ୱାରା ଦେଶରେ ଏହା କରାଯାଇପାରିବ।