ସୁନ୍ଦରଗଡ଼: ଆଜି ସକାଳେ ସୁନ୍ଦରଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଜୁ ଏକ୍ସପ୍ରେସ ୱେର ତାରିଣୀ ମନ୍ଦିର ଓ କୁନାଲ ପେଟ୍ରୋଲ ପମ୍ପ ମଝିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ବାଇକକୁ ଧକ୍କା ଦେଇଛି । ଧକ୍କା ପରେ ବାଇକଟି କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ଯାଇଥିବାବେଳେ ଯୁବକ ଛିଟକି ପଡ଼ି ପ୍ରାଣ ହରାଇଛନ୍ତି । ଧକ୍କା ଏତେ ଜୋରଦାର ଥିଲା ଯେ ଯୁବକଙ୍କ ହାତ ଛିଣ୍ଡି ଦୂରକୁ ଛିଟକି ପଡ଼ିଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ଟ୍ରେଲରଟି ଘଟଣାସ୍ଥଳରୁ ପଳାଇ ଯାଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବାବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


