ଭୁବନେଶ୍ଵର: ୫ ବିଭାଗର ୧୦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ମହିଳା କର୍ମଜୀବିଙ୍କ ପାଇଁ ହଷ୍ଟେଲ ନିର୍ମାଣ ହେବ । ୫୦୦ କୋଟି ବ୍ୟୟରେ ଜଳତଟ ବିକାଶ ଯୋଜନାକୁ ଅନୁମୋଦନ । ସହରରେ ନଦୀ ତଟ ଓ ଜଳଭଣ୍ଡାରକୁ ପୁନର୍ଜୀବିତ କରିବାକୁ ଲକ୍ଷ୍ୟ ରହିଛି । ଦୟା ନଦୀ ଓ ଗାଙ୍ଗୁଆ ନାଳର ପାଣିର ଗୁଣବତ୍ତାକୁ ପୁନରୁଦ୍ଧାର କରିବା ଲକ୍ଷ୍ୟ । ପିଏମ ଆବାସ ଯୋଜନାରେ EWS ହିତାଧିକାରୀଙ୍କୁ ଷ୍ଟାମ୍ପ ଓ ରେଜିଷ୍ଟେସନ ଶୁଳ୍କ ଛାଡ ।
ଐତିହାସିକ ଯୋଜନା ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ’ କୁ ମଞ୍ଜୁରୀ । ୫୫୦୦ ଏକର ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କରେ ସାମିଲ କରାଯିବ । ଯୋଜନାରେ ୫ ବର୍ଷରେ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ । ମରାମତି ଓ ପୁନରୁଦ୍ଧାର ହେବ ସମ୍ବଲପୁର ଅଯୋଧ୍ୟା ସାଗର ୱେୟାର । ୪୪୦ କୋଟି ଟଙ୍କା ଖର୍ଚ୍ଚ ହେବ, ୩୦ ମାସରେ ସାରିବାକୁ ଲକ୍ଷ୍ୟ ।


