Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା
ଆଜିର ଖବର

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା
ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

ନୂଆଦିଲ୍ଲୀ: କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଙ୍ଗଳବାର ‘ବିକଶିତ ଭାରତ ଜି ରାମ ଜି’ କାର୍ଯ୍ୟାନ୍ୱୟନ ସମ୍ପର୍କରେ ରାଜ୍ୟ ଗ୍ରାମୀଣ ବିକାଶ ମନ୍ତ୍ରୀମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ, ଭାରତ ସରକାର ଗ୍ରାମୀଣ ନିଯୁକ୍ତି, ଶ୍ରମିକ ସୁରକ୍ଷା ଏବଂ ଗ୍ରାମଗୁଡ଼ିକର ସାମଗ୍ରିକ ବିକାଶକୁ ନୂତନ ପ୍ରେରଣା ଦେବା ପାଇଁ ବ୍ୟାପକ ଆର୍ଥିକ ଏବଂ ନୀତିଗତ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ବୈଠକକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଥିଲେ ଯେ ଆସନ୍ତା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେଉଥିବା ଏହି ଐତିହାସିକ ନୂତନ ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁଗମ ଏବଂ ଶ୍ରମିକ – କୈନ୍ଦ୍ରିକ ପରିବର୍ତ୍ତନକୁ ସୁନିଶ୍ଚିତ କରିବା ଉଚିତ। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

ବୈଠକ ସମୟରେ, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ, ଏହା କେବଳ ଏକ ଯୋଜନାରେ ପରିବର୍ତ୍ତନ ନୁହେଁ, ବରଂ କୋଟି କୋଟି ଶ୍ରମିକଙ୍କ ଜୀବନ ଏବଂ ଜୀବିକା ସହିତ ଜଡିତ ବିଷୟ। “ଜଣେ ଶ୍ରମିକ ଗୋଟିଏ ଦିନ ପାଇଁ ମଧ୍ୟ କାମ ନକରି ରହିବା ଉଚିତ୍ ନୁହେଁ” ବୋଲି ସେ କହିଥିଲେ। ନିଯୁକ୍ତି ସୃଷ୍ଟି, ମଜୁରୀ ପ୍ରଦାନ କିମ୍ବା ଆଇନଗତ ଅଧିକାର ସମ୍ପର୍କରେ କୌଣସି ବାଧାକୁ ସହ୍ୟ କରାଯିବ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ସେ ସୂଚନା ଦେଇଥିଲେ ଯେ କେନ୍ଦ୍ର ସରକାର ପୂର୍ବରୁ ଏମଜିଏନଆରଇଜିଏ (ମନରେଗା) ଅଧୀନରେ ୩୦,୦୦୦ କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି। ଆଜି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୯୫,୬୯୨ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ ମଧ୍ୟ ଜାରି କରାଯାଇଛି। ଏହା ସହିତ, ମୋଟ ଆବଣ୍ଟନ ୧.୨୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ।

ଏହି ପାଣ୍ଠି ଦେଶବ୍ୟାପୀ ପ୍ରାୟ ୨.୮୦ ଲକ୍ଷ ଗ୍ରାମ ପଞ୍ଚାୟତରେ ପହଞ୍ଚିବ, ଯାହା ଦ୍ୱାରା ପ୍ରତ୍ୟେକ ପଞ୍ଚାୟତକୁ ଅନେକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ମିଳିବ ବୋଲି ଶ୍ରୀ ଚୌହାନ କହିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପାଣ୍ଠିକୁ ଆଇନର ବ୍ୟବସ୍ଥା ଅନୁଯାୟୀ ନିର୍ଦ୍ଧାରିତ ବିକାଶ କାର୍ଯ୍ୟ ପାଇଁ ବ୍ୟବହାର କରାଯିବା ଉଚିତ, ଯାହା ଦ୍ୱାରା ନିଯୁକ୍ତି ସୃଷ୍ଟି ଏବଂ ଗ୍ରାମୀଣ ସମ୍ପତ୍ତି ସୃଷ୍ଟି ଉଭୟ ସୁନିଶ୍ଚିତ ହେବ।

କେନ୍ଦ୍ର ସରକାର କେବଳ ପାଣ୍ଠି ଯୋଗାଇ ଦେଉନାହାନ୍ତି ବରଂ ସମୟସୀମା ମଧ୍ୟରେ ମଜୁରୀ ପ୍ରଦାନ, ଶ୍ରମିକଙ୍କ ଅଧିକାରର ସୁରକ୍ଷା ଏବଂ ବିକାଶମୂଳକ କାର୍ଯ୍ୟର ନିରବଚ୍ଛିନ୍ନ କାର୍ଯ୍ୟକାରୀତା ନିଶ୍ଚିତ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ସେ ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ସଂଖ୍ୟକ ପ୍ରକଳ୍ପ ପାଇଁ ଆଗୁଆ ଅନୁମୋଦନ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ୧ ଜୁଲାଇରୁ କାମ ଶୀଘ୍ର ଆରମ୍ଭ ହୋଇପାରିବ।

ଡିଜିଟାଲ ଏବଂ ପ୍ରଶାସନିକ ପ୍ରସ୍ତୁତି ବିଷୟରେ ଆଲୋଚନା କରି ଶ୍ରୀ ଚୌହାନ ଉଲ୍ଲେଖ କରିଛନ୍ତି ଯେ ଅନେକ ରାଜ୍ୟ ଡିବିଟି, ଏସଏମଏସ୍- ଆଧାରିତ ସୂଚନା ପ୍ରଣାଳୀ, ଇ – କେୱାଇସି ଏବଂ ଚେହେରା ପ୍ରମାଣୀକରଣ (ଫେସ୍ ଅଥେଣ୍ଟିକେସନ୍) ଭଳି ପ୍ରକ୍ରିୟାରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ଏହା ନୂତନ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନକୁ ସୂଚିତ କରେ।

ସେ ସୂଚନା ଦେଇଛନ୍ତି ଯେ ୨୬ଟି ରାଜ୍ୟ ପୂର୍ବରୁ ‘ବିକଶିତ ଭାରତ – ଗ୍ରାମୀଣ ଭାରତ’ ଲକ୍ଷ୍ୟ ସହିତ ସମନ୍ୱିତ ବଜେଟ ବ୍ୟବସ୍ଥା କରିଛନ୍ତି। ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ମିଜୋରାମକୁ ଏହି ପ୍ରକ୍ରିୟା ଯଥାଶୀଘ୍ର ସମାପ୍ତ କରିବାକୁ ଅନୁରୋଧ କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଲେଖିବେ।

ରାଜ୍ୟଗୁଡ଼ିକୁ ଯଥାଶୀଘ୍ର ରାଜ୍ୟସ୍ତରୀୟ ବିଜ୍ଞପ୍ତି ଜାରି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଜ୍ଞପ୍ତି ଜାରି କରିବା ପାଇଁ ମିଜୋରାମ, ପୁଡୁଚେରୀ ଏବଂ ଆନ୍ଧ୍ର ପ୍ରଦେଶକୁ ପ୍ରଶଂସା କରି, ସେ ଅନ୍ୟ ରାଜ୍ୟଗୁଡ଼ିକୁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ସେ ରାଜ୍ୟଗୁଡ଼ିକୁ କୃଷି ଋତୁ ସମ୍ପର୍କରେ ବିଜ୍ଞପ୍ତି ଜାରି କରିବା, ୧୦୦% ଇ – କେୱାଇସି ସୁନିଶ୍ଚିତ କରିବା ଏବଂ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଦକ୍ଷତା ବିକାଶ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଶିବରାଜ ସିଂହ ଚୌହାନ କହିଥିଲେ ଯେ, ଗ୍ରାମ ପଞ୍ଚାୟତ ଏବଂ ଗ୍ରାମସଭା ମାଧ୍ୟମରେ କାର୍ଯ୍ୟ ଚୟନ କରାଯିବ ଏବଂ ଏହି ପ୍ରସ୍ତାବଗୁଡ଼ିକ ଉପରେ ଆଧାର କରି ଚୂଡ଼ାନ୍ତ କରାଯିବ। ସେ ଆହୁରି ନିର୍ଦ୍ଦେଶ ଦେଇଥିଲେ ଯେ ୧ ଜୁଲାଇ ପର୍ଯ୍ୟନ୍ତ ମନରେଗା ଅଧୀନରେ ନିଯୁକ୍ତି ସୃଷ୍ଟି ଏବଂ ମଜୁରୀ ପ୍ରଦାନରେ ଯେପରି କୌଣସି ସମସ୍ୟା କିମ୍ବା ବାଧା ସୃଷ୍ଟି ହେବ ନାହିଁ।

ବୈଠକ ସମୟରେ, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଭିନ୍ନ ରାଜ୍ୟ ପାଇଁ ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ ସମ୍ପର୍କରେ ଘୋଷଣା କରିଥିଲେ। ଆବଣ୍ଟନଗୁଡ଼ିକ ନିମ୍ନଲିଖିତ ପ୍ରକାରର ଅଟେ : ଆନ୍ଧ୍ର ପ୍ରଦେଶ ୭,୭୦୭.୨୧ କୋଟି ଟଙ୍କା, ଅରୁଣାଚଳ ପ୍ରଦେଶ ୫୬୦.୭୦ କୋଟି ଟଙ୍କା, ଆସାମ ୧,୯୨୯.୨୪ କୋଟି ଟଙ୍କା, ବିହାର ୬,୭୧୫.୮୩ କୋଟି ଟଙ୍କା, ଛତିଶଗଡ଼ ୩,୩୫୪.୮୫ କୋଟି ଟଙ୍କା, ଗୋଆ ୩.୭୦ କୋଟି ଟଙ୍କା, ଗୁଜରାଟ ୧,୫୪୦.୫୪ କୋଟି ଟଙ୍କା, ହରିୟାଣା ୫୯୦.୨୩ କୋଟି ଟଙ୍କା, ହିମାଚଳ ପ୍ରଦେଶ ୧,୨୦୧.୭୮ କୋଟି ଟଙ୍କା, ଝାଡ଼ଖଣ୍ଡ ୨,୭୦୫.୬୪ କୋଟି ଟଙ୍କା, କର୍ଣ୍ଣାଟକ ୫,୭୦୯.୦୯ କୋଟି ଟଙ୍କା, କେରଳମ୍  ୩,୧୩୬.୪୪ କୋଟି ଟଙ୍କା, ମଧ୍ୟ ପ୍ରଦେଶ ୬,୨୫୨.୦୩ କୋଟି ଟଙ୍କା, ମହାରାଷ୍ଟ୍ର ୪,୪୨୦.୩୨ କୋଟି ଟଙ୍କା, ମଣିପୁର ୫୮୧.୯୯ କୋଟି ଟଙ୍କା, ମେଘାଳୟ ୧,୧୫୫.୦୯ କୋଟି ଟଙ୍କା, ମିଜୋରାମ ୬୧୧.୬୫ କୋଟି ଟଙ୍କା, ନାଗାଲାଣ୍ଡ ୨୮୭.୮୫ କୋଟି ଟଙ୍କା, ଓଡ଼ିଶା ୩,୭୬୩.୮୦ କୋଟି ଟଙ୍କା, ଏବଂ ପଞ୍ଜାବ ୧,୩୩୧.୬୧ କୋଟି ଟଙ୍କା।

ସେହିପରି, ରାଜସ୍ଥାନ (୭,୫୮୧.୮୭ କୋଟି ଟଙ୍କା), ସିକିମ (୯୭.୫୭ କୋଟି ଟଙ୍କା), ତାମିଲନାଡୁ (୭,୯୫୭.୫୭ କୋଟି ଟଙ୍କା), ତେଲେଙ୍ଗାନା (୪,୨୨୯.୭୪ କୋଟି ଟଙ୍କା), ତ୍ରିପୁରା (୧,୦୪୧.୦୭ କୋଟି ଟଙ୍କା), ଉତ୍ତର ପ୍ରଦେଶ (୧୨,୨୨୧.୪୮ କୋଟି ଟଙ୍କା), ଉତ୍ତରାଖଣ୍ଡ (୬୨୬.୪୩ କୋଟି ଟଙ୍କା), ଏବଂ ପଶ୍ଚିମବଙ୍ଗ (୮,୫୦୮.୦୦ କୋଟି ଟଙ୍କା), ପାଇଁ ଆବଣ୍ଟନ କରାଯାଇଛି, ଯାହା ରାଜ୍ୟଗୁଡ଼ିକର ମୋଟ ଆବଣ୍ଟନକୁ ୯୨,୫୫୦.୧୭ କୋଟି ଟଙ୍କାରେ ପହଞ୍ଚାଇଛି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ, ନିମ୍ନଲିଖିତ ଭାବରେ ଆବଣ୍ଟନ କରାଯାଇଛି : ପୁଡୁଚେରୀ (୪୦.୫୬ କୋଟି ଟଙ୍କା), ଜାମ୍ମୁ ଏବଂ କାଶ୍ମୀର (୧,୧୫୧.୦୨ କୋଟି ଟଙ୍କା), ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ (୪.୪୪ କୋଟି ଟଙ୍କା),ଲଦାଖ (୮୫.୯୮ କୋଟି ଟଙ୍କା), ଦାଦ୍ରା ଏବଂ ନଗର ହାବେଳି ଏବଂ ଦାମନ ଏବଂ ଡିଉ (୯.୦୨ କୋଟି ଟଙ୍କା), ଏବଂ ଲାକ୍ଷାଦ୍ୱୀପ (୦.୩୨ କୋଟି ଟଙ୍କା) ଯାହା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ମୋଟ ଆବଣ୍ଟନକୁ ୧,୨୯୧.୩୨ କୋଟି ଟଙ୍କାରେ ପହଞ୍ଚାଇଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଏହି ବ୍ୟବସ୍ଥା ବ୍ୟତୀତ, କେନ୍ଦ୍ରୀୟ ପ୍ରଶାସନ ଏବଂ ସାମାଜିକ ଅଡିଟ୍ ପାଇଁ ୧,୮୫୦.୬୨ କୋଟି ଟଙ୍କା ରଖାଯାଇଛି, ଯାହା ଫଳରେ ମୋଟ ମଧ୍ୟବର୍ତ୍ତୀ ଆବଣ୍ଟନ ୯୫,୬୯୨.୩୧ କୋଟି ଟଙ୍କା ହେବ। ଏହା ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବ।

ଶ୍ରୀ ଚୌହାନ କହିଛନ୍ତି ଯେ “ବିକଶିତ ଭାରତ” ଲକ୍ଷ୍ୟ ହାସଲ କରିବା ଦିଗରେ ଯାତ୍ରାର ଏକ ଅଂଶ ଭାବରେ “ବିକଶିତ ଗାଁ” ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ସେ ଉଲ୍ଲେଖ କରିଛନ୍ତି ଯେ ଏହାର ସଫଳତା ରାଜ୍ୟଗୁଡ଼ିକର ପ୍ରତିବଦ୍ଧତା, ପ୍ରସ୍ତୁତି ଏବଂ ସକ୍ରିୟ ଅଂଶଗ୍ରହଣ ଉପରେ ନିର୍ଭର କରିବ।

ସେ ସମସ୍ତ ରାଜ୍ୟଙ୍କୁ ଜୁନ୍ ୨୮ ଏବଂ ୨୯ ତାରିଖରେ ନୂଆଦିଲ୍ଲୀର ପୁସା ପ୍ରତିଷ୍ଠାନରେ ହେବାକୁ ଥିବା ଜାତୀୟ ଗ୍ରାମୀଣ ବିକାଶ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ। ସେଠାରେ ଏହି ପଦକ୍ଷେପର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ବିଷୟରେ ବିସ୍ତୃତ ଆଲୋଚନା କରାଯିବ।

ଶିବରାଜ ସିଂହ ଚୌହାନ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ସମସ୍ତ ରାଜ୍ୟର ସହଯୋଗରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଏହି ପଦକ୍ଷେପ ଗ୍ରାମୀଣ ଭାରତର ରୂପାନ୍ତରଣରେ ଏବଂ କୋଟି କୋଟି ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ଉତ୍ତମ ଜୀବିକା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

କେନ୍ଦ୍ର କୃଷିମନ୍ତ୍ରୀ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପ୍ରସ୍ତୁତି ସମୀକ୍ଷା ଭିବି ଜି ରାମ ଜି ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026
Latest News

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026

ଜୁନ ୧୦ ତାରିିଖ ବୁଧବାର ଦିନ କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 10, 2026

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.