ଭୁବନେଶ୍ଵର : ଆଇନ ଶୃଙ୍ଖଳା ସଜାଡିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ବଡ ପଦକ୍ଷେପ ନେଇଛନ୍ତି । ଆସନ୍ତା ଜୁଲାଇରୁ ସମୀକ୍ଷା ଓ ଯାଞ୍ଚ ପାଇଁ ଆଇପିଏସ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିରୀକ୍ଷଣ ଶେଷର ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ବାଧ୍ୟତାମୂଳକ ରହିଛି । ଏହି କ୍ରମରେ ହାଜତରେ ଘଟୁଥିବା ଥାର୍ଡ ଡିଗ୍ରୀ ତଥା ଥାନାରେ ହେଉଥିବା ଅନିୟମିତତା ଆଦି ବିଷୟରେ ମଧ୍ୟ ସମୀକ୍ଷା କରାଯିବ ।
ସ୍ପେଶାଲ ଅପରେଶନ ଏଡିଜି ସଂଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ ଦାୟିତ୍ଵ । ଅନ୍ୟ ୧୩ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ ଦିଆଯାଇଛି । ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂପୁର ଜିଲ୍ଲା, ରେଳବାଇ ଏଡ଼ିଜି ଅରୁଣ ବୋଥ୍ରା ଙ୍କୁ ଅନଗୁଳ ଜିଲ୍ଲା, ଏଡ଼ିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର, ଏଡ଼ିଜି ରାଜେଶ କୁମାରଙ୍କୁ ନୟାଗଡ, ଏଡ଼ିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର, ଆଇଜି ଏସ. ପ୍ରବୀଣଙ୍କୁ କନ୍ଧମାଳ, ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଅନୁପ ସାହୁ ପୁରୀ, ଅବିନାଶ କୁମାର ମୟୂରଭଞ୍ଜ, ସାର୍ଥକ ଷଡଙ୍ଗୀଙ୍କୁ କେନ୍ଦ୍ରପଡା ଜିଲ୍ଲାର ଦାୟିତ୍ଵ ମିଳିଛି ।


