Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା
ଆଜିର ଖବର

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

June 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା
ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

ଭୁବନେଶ୍ଵର: ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସୁରକ୍ଷା ଓ ଆଇନ-ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ନ ରହିବା ଉପରେ ଡିଜିପି ଗୁରୁତ୍ୱ ଦେଇଥିଲେ। ଭିଭିଆଇପି ସୁରକ୍ଷା ପ୍ରୋଟୋକଲ୍‌ର କଡ଼ା ଅନୁପାଳନ, ସମସ୍ତ ସୁରକ୍ଷା କର୍ମୀ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଏବଂ ଦାୟିତ୍ୱବୋଧ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ଖୁରାନିଆ ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ସମାବେଶ ସ୍ଥଳ, ହେଲିପ୍ୟାଡ୍‌, କାରକେଡ୍‌ ରୁଟ୍‌ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନ ପରିଦର୍ଶନ କରିଥିଲେ। ସମାବେଶରେ ବହୁସଂଖ୍ୟକ ଲୋକଙ୍କ ଉପସ୍ଥିତିର ସମ୍ଭାବନା ଥିବାରୁ ଭିଡ଼ ନିୟନ୍ତ୍ରଣ, ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ସହ ସାମଗ୍ରିକ ସୁରକ୍ଷା ପରିଚାଳନାକୁ ଅଧିକ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହାସହ ରାଷ୍ଟ୍ରପତିଙ୍କ ରହଣି ସ୍ଥାନ ଏବଂ ପୈତୃକ ଗ୍ରାମ ପରିଦର୍ଶନ କରି ସେଠାରେ ସୁରକ୍ଷା ବ୍ୟବସ୍ଥା, ଯୋଜନା ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଜନସାଧାରଣଙ୍କ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟକଳାପ ଯଥାସମ୍ଭବ ପ୍ରଭାବିତ ନ ହେବା ପାଇଁ ଏକ ସୁବ୍ୟବସ୍ଥିତ ଟ୍ରାଫିକ ପରିଚାଳନା ଯୋଜନା ଓ ରୁଟ୍‌ ଚାର୍ଟ ପ୍ରସ୍ତୁତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ଗୁଇନ୍ଦା ବିଭାଗକୁ ସକ୍ରିୟ ରଖିବା, ସମଗ୍ର ଜିଲ୍ଲାରେ ପାଟ୍ରୋଲିଂ ବୃଦ୍ଧି କରିବା ଏବଂ ସମସ୍ତ ସନ୍ଦେହଜନକ ଗତିବିଧି ଉପରେ କଡ଼ା ନଜର ରଖିବାକୁ ମଧ୍ୟ ସ୍ଥାନୀୟ ପୋଲିସ ଅଧିକାରୀମାନଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଓ ପ୍ରଶାସନିକ ପଦକ୍ଷେପ ଓଡ଼ିଶା ପୋଲିସ ପକ୍ଷରୁ ଗ୍ରହଣ କରାଯାଇଛି।

ଡିଜିପିଙ୍କ ସୁରକ୍ଷା ସମୀକ୍ଷା ଦ୍ରୌପଦୀ ମୁର୍ମୁ ଯୋଗେଶ ବାହାଦୁର ଖୁରାନିଆ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026

ଶ୍ରୀଲଙ୍କା ସିରିଜ ପାଇଁ ଟିମ୍ ଇଣ୍ଡିଆ: ରାହୁଲ ଦ୍ରାବିଡ ପୁଅଙ୍କୁ ମିଳିଲା ସୁଯୋଗ

June 11, 2026

ବିହାର ଏମଏଲସି ନିର୍ବାଚନ: ସମସ୍ତ ୧୦ ପ୍ରାର୍ଥୀ ନିର୍ବିରୋଧରେ ବିଜୟୀ

June 11, 2026
Latest News

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

June 11, 2026

ରେଢ଼ାଖୋଲରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026

ଶ୍ରୀଲଙ୍କା ସିରିଜ ପାଇଁ ଟିମ୍ ଇଣ୍ଡିଆ: ରାହୁଲ ଦ୍ରାବିଡ ପୁଅଙ୍କୁ ମିଳିଲା ସୁଯୋଗ

June 11, 2026

ବିହାର ଏମଏଲସି ନିର୍ବାଚନ: ସମସ୍ତ ୧୦ ପ୍ରାର୍ଥୀ ନିର୍ବିରୋଧରେ ବିଜୟୀ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.