Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ସିପାହୀ
ଆଜିର ଖବର

ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ସିପାହୀ

June 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମ୍ସ ଭୁବନେଶ୍ବର
ଏମ୍ସ ଭୁବନେଶ୍ବର ଷଷ୍ଠ ସମାବର୍ତ୍ତନ ଉତ୍ସବ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୭ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ସିପାହୀ ଆଶୁତୋଷ ମୃଦୁଙ୍ଗିଆ। ମୃତ ଆଶୁତୋଷ ଗତ ଦୁଇ ବର୍ଷ ତଳେ ମହିଳା ସିପାହୀ ସନ୍ଧ୍ୟା ନାୟକଙ୍କୁ ବାହା ହୋଇଥିଲେ। ତାଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ପାଣ୍ଡବ ନଗର ଓ ସେ ମୋଟର ଯାନ ବିଭାଗ ସିପାହୀ ଭାବେ କାର୍ଯ୍ୟରତ ଥିଲେ। କିନ୍ତୁ ପତ୍ନୀ ସନ୍ଧ୍ୟାଙ୍କ ମନୋମାଳିନ୍ୟ ହେବା ପରେ ଗର୍ଭବତୀ ସନ୍ଧ୍ୟାଙ୍କୁ ମାଡ ମାରି ଗର୍ଭ ନଷ୍ଟ କରିବା ଅଭିଯୋଗରେ ସେ ଜେଲ୍ ଯାଇ ଜାମିନରେ ଆସିଥିଲେ।

ଗତ ୭ ତାରିଖ ଦିନ ବିଜିପୁର ପୋଲିସ କଲୋନୀରେ ରହୁଥିବା ସନ୍ଧ୍ୟାଙ୍କ କ୍ଵାର୍ଟରରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେହି ଦଗ୍ଧାଭିଭୁତ ଶରିରରେ ଜନୈକ ହାବିଲଦାରଙ୍କ ଘରକୁ ଚାଲିଯାଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ବର୍ଣ୍ଣକେୟାର ୟୁନିଟ୍ ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।

ସୁଚନା ଥାଉକି ମୃତ ଆଶୁତୋଷ ଚିକିତ୍ସା ସମୟରେ ତାଙ୍କ ସ୍ତ୍ରୀ ସନ୍ଧ୍ୟା ଓ ଶାଳକ ଦିବସ ନାୟକ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ବୋଲି ପୋଲିସକୁ ବୟାନ୍ ଦେଇଥିବା ଜଣାପଡ଼ିଛି।

ଏତଦବ୍ୟତୀତ ମୃତ ଆଶୁତୋଷଙ୍କ ଭଉଣୀ ମଧ୍ୟ ଭାଉଜ ସନ୍ଧ୍ୟା ଓ ଦିବସ ନାମରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ସନ୍ଧ୍ୟା ଓ ତାଙ୍କ ଭାଇଙ୍କୁ ଥାନାକୁ ନେଇ ପଚରାଉଚୁରା କରିଥିଲେ ଓ ଏହା ସହିତ କ୍ୱର୍ଟରରେ ରହୁଥିବା ପଡୋଶୀକୁ ଜେରା କରିବା ସହ ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱରରୁ ତାଙ୍କ ମୃତଦେହକୁ ନିଜ ଘରକୁ ଆଣିବା ବେଳେ ଅଞ୍ଚଳବାସୀଙ୍କ ତରଫରୁ ରାସ୍ତାରୋକ ଆନ୍ଦୋଳନ ସହ ନ୍ୟାୟ ଦାବି କରାଯାଇଥିଲା। ଏସପି ଡଃ ଶ୍ରବଣ ବିବେକ ଏମ୍ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅନୁରୋଧ କରିଥିଲେ।

ଆଖି ବୁଜିଲେ ସିପାହୀ ଆଶୁତୋଷ ମୃଦୁଙ୍ଗିଆ ବଡ଼ବଜାର ଥାନା ମୃତ୍ୟୁ ସହ ସଂଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.