ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ପାଣ୍ଡରାସିଂହା ଛକରେ ସୋମବାର ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଏକ ଗ୍ୟାରେଜ ଭିତରକୁ ପଶି ଗୁଳିମାଡ଼ କରିଥିବାବେଳେ ଏଥିରେ ଗ୍ୟାରେଜ ମାଲିକଙ୍କ ମୃତ୍ୟୁ ଘଟିଛି। ତେବେ କିଏ ଓ କାହିଁକି ଫାୟାରିଂ କଲା ସ୍ପଷ୍ଟ ହୋଇପାରିନାହିଁ । ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଚାଞ୍ଚଲ୍ୟ ଖେଳିଯାଇଛି।


