ଖୋର୍ଦ୍ଧା: ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ପିଣ୍ଡକି ବାହୁ ବଳେନ୍ଦ୍ର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜୁନ 18 ଓ ଜୁନ 19 ତାରିଖରେ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ‘Table Top Excercise O Mock Drill’ ପାଇଁ ଏକ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, ସମସ୍ତ ବ୍ଲକ ର BDO, ତହସିଲଦାର, ମୁନିସିପାଲିଟି ଓ ବିଜ୍ଞାପିତ ପରିଷଦଗୁଡ଼ିକର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସମସ୍ତ ଆନୁସଙ୍ଗିକ ବିଭାଗର ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ସ୍ଵାଗତ କରି ଚଳିତ ବର୍ଷ ‘Table Top Excercise O Mock Dril’ କୁ ସଫଳ ଭାବରେ କରିବା ନେଇ ଗୁରୁତ୍ୱ ଆରୋପ କରିଥିଲେ। ଏଥିସହ ବିପର୍ଯ୍ୟୟ ପରିଚାଳନାରେ ମକ୍ ଡ୍ରିଲ ଭୂମିକା ବାବଦରେ ଆଲୋଚନା କରିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଥିବା ସମସ୍ତ 51 ଟି ବନ୍ୟା/ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ସମସ୍ତ ସ୍ଵେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, କମିଟିର ସଦସ୍ୟ/ ସଦସ୍ୟା ଓ ସାଧାରଣ ଲୋକଙ୍କୁ ସାମିଲ କରି ମକ୍ ଡ୍ରିଲକୁ ସଫଳ କରିବାକୁ ଆହ୍ଵାନ ଦେଇଥିଲେ।
ଶେଷରେ ଡେପୁଟି କଲେକ୍ଟର, ଜରୁରୀକାଳୀନ ବିଭାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ହୋଇଥିଲା।


