Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଙ୍ଗଲରୁ ଅସହାୟ ମା’ଙ୍କୁ ଉଦ୍ଧାର କଲା ପୋଲିସ: ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଉଚ୍ଚ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ
ଆଜିର ଖବର

ଜଙ୍ଗଲରୁ ଅସହାୟ ମା’ଙ୍କୁ ଉଦ୍ଧାର କଲା ପୋଲିସ: ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଉଚ୍ଚ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ

June 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁର ସାଂସଦ
କାରାଗାର ଓ ଜାମିନ ପ୍ରକ୍ରିୟାରେ ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲେ ବ୍ରହ୍ମପୁର ସାଂସଦ

ଭୁବନେଶ୍ଵର: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କଦଳିଆ ଗ୍ରାମର ଜଣେ ୮୫ ବର୍ଷୀୟା ବୃଦ୍ଧା ମା’ ସ୍ୱର୍ଗତଃ ରୁକୁଣୀ ପାତ୍ରଙ୍କୁ ତାଙ୍କର ନିଜ ପୁଅମାନେ ଜଙ୍ଗଲରେ ବେସହାରା ଭାବେ ଛାଡ଼ିଦେବା ଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ବିନା ଖାଦ୍ୟ ପେୟରେ ଦୁଇ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ବୃଦ୍ଧା ମା’ଙ୍କୁ ସ୍ଥାନୀୟ ବାଙ୍ଗିରିପୋଷି ପୋଲିସ ଦଳ ଅତି ସନ୍ତର୍ପଣରେ ଉଦ୍ଧାର କରି ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।

ଏହି ସମ୍ବେଦନଶୀଳ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ, ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ସେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସରକାରୀ ପତ୍ର (Ref No: MP/BAM/2026/06-114) ଲେଖି ମୟୂରଭଞ୍ଜ ପୋଲିସ ଏବଂ ବାଙ୍ଗିରିପୋଷି ପୋଲିସ ଟିମର ଏହି ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସାଂସଦ ଡଃ ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି ଯେ, “ଯେଉଁ ବୟସରେ ଜଣେ ମା’ର ସେବା ଓ ଯତ୍ନ ନେବାର ଆବଶ୍ୟକତା ରହିଛି, ସେହି ସମୟରେ ନିଜ ଜନ୍ମଦାତ୍ରୀଙ୍କୁ ଜଙ୍ଗଲରେ ମରିବା ପାଇଁ ଛାଡ଼ିଦେବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ମାତ୍ର ବାଙ୍ଗିରିପୋଷି ଥାନା ଅଧିକାରୀ (IIC) ପଞ୍ଚାନନ ମହାନ୍ତି ଏବଂ ତାଙ୍କ ପୋଲିସ ଦଳ ସୂଚନା ପାଇବା ମାତ୍ରେ ତତ୍ପରତା ପ୍ରକାଶ କରି ଜଙ୍ଗଲ ଭିତରୁ ବୃଦ୍ଧା ମା’ଙ୍କୁ ଉଦ୍ଧାର କରିଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଯୋଗାଇବା ସହ ସୁସ୍ଥ ହେବା ପରେ ବାରିପଦା ବୃଦ୍ଧାଶ୍ରମରେ ସୁରକ୍ଷିତ ଭାବେ ଅବସ୍ଥାପିତ କରିଛନ୍ତି। ପୋଲିସବାହିନୀର ଏଭଳି ସେବା ମନୋଭାବ ସମାଜରେ ଆଇନ ପ୍ରତିଷ୍ଠା ସହ ମାନବିକତାର ବିଶ୍ୱାସକୁ ଆହୁରି ଦୃଢ଼ କରିଛି।”

ଏଥିସହ ପୂର୍ବରୁ ମଧ୍ୟ ପୂର୍ବତନ ଆଇଆଇସି ବିରେନ୍ଦ୍ର ସେନାପତି ବୃଦ୍ଧାଙ୍କୁ ଉଦ୍ଧାର କରି ସହାୟତା କରିଥିବା ବିଷୟକୁ ସାଂସଦ ପ୍ରଶଂସା କରିଛନ୍ତି। ସାଂସଦଙ୍କ ପ୍ରମୁଖ ଦାବି:

୧. ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସେବାକାର୍ଯ୍ୟ ପାଇଁ ବାଙ୍ଗିରିପୋଷି ଆଇଆଇସି ପଞ୍ଚାନନ ମହାନ୍ତି ଏବଂ ସମଗ୍ର ପୋଲିସ ଦଳକୁ ସରକାରୀ ସ୍ତରରେ ସମ୍ମାନିତ ଓ ପୁରସ୍କୃତ କରନ୍ତୁ।

୨. ଜନ୍ମଦାତ୍ରୀ ମା’ଙ୍କୁ ଏଭଳି ଅମାନୁଷିକ ଭାବେ ଜଙ୍ଗଲରେ ଫିଙ୍ଗିଦେଇଥିବା ଦୋଷୀ ପୁତ୍ର ଓ ପରିବାରବର୍ଗଙ୍କ ବିରୁଦ୍ଧରେ ‘ସିନିୟର ସିଟିଜେନ୍ ଆକ୍ଟ’ ଅଧୀନରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଏହି ପତ୍ରର ନକଲ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (DGP), ମୟୂରଭଞ୍ଜ ଏସପି, ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ସମ୍ପୃକ୍ତ ବାଙ୍ଗିରିପୋଷି ଥାନା ଅଧିକାରୀଙ୍କୁ ମଧ୍ୟ ଅବଗତି ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି। ମୟୂରଭଞ୍ଜ ପୋଲିସର ଏହି ପଦକ୍ଷେପ ଆଜି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସର୍ବସାଧାରଣରେ ପ୍ରଶଂସିତ ହୋଇଛି।

ଅସହାୟ ମା କଦଳିଆ ଗ୍ରାମ ବାଙ୍ଗିରିପୋଷି ପୋଲିସ ବ୍ରହ୍ମପୁର ସାଂସଦ ମୟୂରଭଞ୍ଜ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ପଦ୍ମଶ୍ରୀରେ ସମ୍ମାନିତ ହେବେ ‘‘ଝାଡ଼ୁ ଯୋଦ୍ଧା’’: ଜାଣନ୍ତୁ ସେ କିଏ?

June 17, 2026

ଭାରତ ଆଜି ବିଶ୍ୱର ଅନ୍ୟତମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି: ଭଦ୍ରକ ସାଂସଦ

June 17, 2026

ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ମାମଲା: ସରକାରଙ୍କ ଆଦେଶ ବିରୁଦ୍ଧରେ କୋର୍ଟ ପହଞ୍ଚିଲା କମ୍ପାନୀ

June 17, 2026

ଝୁଲନ୍ତା ଅବସ୍ଥାରେ ମିଳିଲା ଏମ୍ସ ଭୁବନେଶ୍ଵର ଡାକ୍ତରଙ୍କ ମୃତଦେହ

June 17, 2026
Latest News

ଜଙ୍ଗଲରୁ ଅସହାୟ ମା’ଙ୍କୁ ଉଦ୍ଧାର କଲା ପୋଲିସ: ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଉଚ୍ଚ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ

June 17, 2026

ପଦ୍ମଶ୍ରୀରେ ସମ୍ମାନିତ ହେବେ ‘‘ଝାଡ଼ୁ ଯୋଦ୍ଧା’’: ଜାଣନ୍ତୁ ସେ କିଏ?

June 17, 2026

ଭାରତ ଆଜି ବିଶ୍ୱର ଅନ୍ୟତମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି: ଭଦ୍ରକ ସାଂସଦ

June 17, 2026

ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ମାମଲା: ସରକାରଙ୍କ ଆଦେଶ ବିରୁଦ୍ଧରେ କୋର୍ଟ ପହଞ୍ଚିଲା କମ୍ପାନୀ

June 17, 2026

ଝୁଲନ୍ତା ଅବସ୍ଥାରେ ମିଳିଲା ଏମ୍ସ ଭୁବନେଶ୍ଵର ଡାକ୍ତରଙ୍କ ମୃତଦେହ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.