Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜର କୋଷ୍ଠା ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଆଜି ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ହିତାଧିକାରୀଙ୍କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିବା ସହ ସେମାନଙ୍କ ସହ ମତ ବିନିମୟ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଶୂଳିଆପଦା ବ୍ଲକ କୋଷ୍ଠା ଗ୍ରାମ ପଞ୍ଚାୟତରେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ୱର ଟୁଡୁ।

ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଥିଲେ ଯେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁଯାୟୀ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ ହେବ। ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟିରୁ ଶୁଭାରମ୍ଭ କରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ହେଉଛି ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଓ ମୌଳିକ ସୁବିଧା ଗୁଡିକୁ ଉଦ୍ଦିଷ୍ଟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏବଂ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇଥିବା ହିତାଧିକାରୀଙ୍କ ଅନୁଭୂତି ଜାଣିବା । ଏହି ଅବସରରେ ଶ୍ରୀ ଟୁଡୁ ପ୍ରତିଯୋଗୀମାନଙ୍କୁ ‘ବିକଶିତ ଭାରତ’ର ଶପଥ ପାଠ ମଧ୍ୟ କରାଇଥିଲେ।

କେନ୍ଦ୍ରୀୟ ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର ସମନ୍ୱୟ ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।

ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ଯେ ପ୍ରତ୍ୟେକ ଯୋଜନା ଲୋକଙ୍କ ପାଖରେ ଶତ ପ୍ରତିଶତ ପହଞ୍ଚିବ, ଯାହାଦ୍ୱାରା ଦେଶରେ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ନାହିଁ ।

ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଶୂଳିଆପଦା ବ୍ଲକ କୋଷ୍ଠା ଗ୍ରାମ ପଞ୍ଚାୟତରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। କୋଷ୍ଠା ଗ୍ରାମ ପଞ୍ଚାୟତରେ ସ୍ଥାପିତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ୩୦ରୁ ଅଧିକ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ୩୦୦ରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ଶୂଳିଆପଦା ବ୍ଲକ ଉନ୍ନୟନ ଅଧିକାରୀ ଅନୁପମା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୦, ୨୦୨୩ରେ) ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ ପଢ଼ିବା ପାଇଁ ତାଙ୍କୁ ଘରୁ ଦୂରକୁ ଯିବାକୁ ପଡ଼ିଥିଲା। ସେ ଆହୁରି କହିଥିଲେ ଯେ, ଘର ପାଖରେ ବିଦ୍ୟାଳୟ ନଥିବାରୁ ସେହି ସମୟରେ ଅନେକ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଥିଲେ, ଏହି ସମସ୍ୟା ଆଜି ଦେଖିବାକୁ ମିଳୁନାହିଁ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ପିଲାମାନେ ଏବେ ଶିକ୍ଷାର ଅଧିକ ସୁଯୋଗ ପାଇବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଶିକ୍ଷା ହେଉଛି ଆର୍ଥିକ ଏବଂ ସାମାଜିକ କଲ୍ୟାଣର ଚାବିକାଠି। ସେ ଅଭିଭାବକମାନଙ୍କୁ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ।

ପିଲାମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ସେମାନଙ୍କ ଭଳି ସେ ମଧ୍ୟ ଏକ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ପାଠପଢ଼ା ଯୋଗୁଁ ସେ ନାଗରିକଙ୍କ ସେବା କରିବାର ସୁଯୋଗ ପାଇଥିଲେ। ଶିକ୍ଷା ସେମାନଙ୍କୁ ସଫଳ କରିପାରିବ ବୋଲି ରାଷ୍ଟ୍ରପତି କହିଥିଲେ। ଜଣେ ଶିକ୍ଷିତ ବ୍ୟକ୍ତି ଭାବେ ସେମାନେ ନିଜ ବିକାଶ ସହିତ ଦେଶ ଓ ସମାଜର ପ୍ରଗତିରେ ଯୋଗଦାନ ଦେଇପାରିବେ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରେଳ, ଜାତୀୟ ରାଜପଥ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଭାରତ ସରକାର ବିଭିନ୍ନ ମନ୍ତ୍ରଣାଳୟ ଜରିଆରେ ବହୁମୁଖୀ ଯୋଜନା ଆରମ୍ଭ କରିଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ସମଗ୍ର ଦେଶରେ ୭୦୦ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବାରୁ ସେ ଆନନ୍ଦିତ ହୋଇଥିଲେ। ସେ କହିଥିଲେ ଯେ ଏହି ବିଦ୍ୟାଳୟଗୁଡ଼ିକରେ ସମଗ୍ର ଭାରତରେ ୩.୫ ଲକ୍ଷରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବା ସହିତ ସମାଜ ଏବଂ ରାଷ୍ଟ୍ରର ବିକାଶରେ ଯୋଗଦାନ କରିବାକୁ ସକ୍ଷମ ହେବେ ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମୟୂରଭଞ୍ଜ କୁଳିଅଣାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍‌ ୨୦ ନଭେମ୍ବର, ୨୦୨୩ ସୋମବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର କୁଳିଅଣା ଠାରେ ଏକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବେ। ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ (ଇଏମଆରଏସ୍‌) ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା । ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୪୫୨ଟି ନୂତନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଥିଲା। ୫୦% କିମ୍ବା ତା’ଠାରୁ ଅଧିକ ଏବଂ ୨୦,୦୦୦ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ୧୨ ସେପ୍ଟେମ୍ବର ୨୦୧୯ରେ ଝାଡ଼ଖଣ୍ଡ ରାଞ୍ଚିରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ବିଦ୍ୟାର୍ଥୀ ପିଛା ନିୟମିତ ଖର୍ଚ୍ଚ ୬୧,୦୦୦ ଟଙ୍କାରୁ ୧,୦୯,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପରେ ୨୦୨୨ରେ, ଇଏମଆରଏସର ନିର୍ମାଣ ଖର୍ଚ୍ଚ ଯଥାକ୍ରମେ ୨୦ କୋଟି ଟଙ୍କା ଏବଂ ୨୪ କୋଟି ଟଙ୍କାରୁ ୩୮ କୋଟି ଟଙ୍କା ଏବଂ ୪୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ (ଇଏମଆରଏସ୍‌) ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା । ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୪୫୨ଟି ନୂତନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଥିଲା। ୫୦% କିମ୍ବା ତା’ଠାରୁ ଅଧିକ ଏବଂ ୨୦,୦୦୦ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୧୨ ସେପ୍ଟେମ୍ବର ୨୦୧୯ରେ ରାଞ୍ଚି ଝାଡ଼ଖଣ୍ଡରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହାବ୍ୟତୀତ ପ୍ରତ୍ୟେକ ବିଦ୍ୟାର୍ଥୀ ପିଛା ନିୟମିତ ଖର୍ଚ୍ଚ ୬୧,୦୦୦ ଟଙ୍କାରୁ ୧,୦୯,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପରେ ୨୦୨୨ରେ, ଇଏମଆରଏସର ନିର୍ମାଣ ଖର୍ଚ୍ଚ ଯଥାକ୍ରମେ ୨୦ କୋଟି ଟଙ୍କା ଏବଂ ୨୪ କୋଟି ଟଙ୍କାରୁ ୩୮ କୋଟି ଟଙ୍କା ଏବଂ ୪୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପୁରୁଣା ଯୋଜନାରେ ୨୦୧୯ ପୂର୍ବରୁ ୨୮୮ଟି ବିଦ୍ୟାଳୟ ମଞ୍ଜୁର ହୋଇଥିବା ବେଳେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ୨୦୨୬ ମାର୍ଚ୍ଚ ସୁଦ୍ଧା ସମୁଦାୟ ୭୪୦ଟି ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି, ଏଥିରେ ୨୦୧୯ରେ ମଞ୍ଜୁର ହୋଇଥିବା ୪୫୨ଟି ବିଦ୍ୟାଳୟ ସାମିଲ ରହିଛି।

ନବୋଦୟ ବିଦ୍ୟାଳୟ ଅନୁରୂପ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଶିକ୍ଷା ସମିତି (ଏନଇଟିଏସ୍) ଜରିଆରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ଯୋଜନା କାର୍ଯ୍ୟକାରୀ କରୁଛି। ଏନଇଟିଏସ ଏହି ବିଦ୍ୟାଳୟଗୁଡ଼ିକ ପାଇଁ ୩୮,୦୦୦ରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛି।

ଏହି ବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଗୋଟିଏ ବିଦ୍ୟାଳୟ ପିଛା ପ୍ରାୟ ୧୫୦ ଏକର ଜମି ମାଗଣାରେ ଯୋଗାଇ ଦେବାକୁ ପଡ଼ିବ। ଓଡ଼ିଶାରେ ମୋଟ ୧୧୪ଟି ବିଦ୍ୟାଳୟ ନିର୍ମାଣ ହେବାକୁ ଥିବା ବେଳେ ସେଥି ମଧ୍ୟରୁ ୧୦୬ଟି ମଞ୍ଜୁର ହୋଇଛି। ଏହି ୧୧୪ଟି ବିଦ୍ୟାଳୟ ମଧ୍ୟରୁ ୨୭ଟି ବିଦ୍ୟାଳୟ ପୁରୁଣା ଯୋଜନାରେ ଏବଂ ୮୭ଟି ବିଦ୍ୟାଳୟ ନୂଆ ଯୋଜନାରେ ରହିଛି। ୮ଟି ସ୍ଥାନରେ ଜମି ଯୋଗାଡ଼ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୩୨ଟି ସ୍ଥାନରେ ସ୍କୁଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୩୧ଟି ସ୍କୁଲର କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ୪ଟିର ନିର୍ମାଣ କାମ ନୂଆ ଯୋଜନାରେ ଜାରି ରହିଛି।

ମାନ୍ୟବର ରାଷ୍ଟ୍ରପତି ମୟୂରଭଞ୍ଜର କୁଳିଅଣାରେ ନିର୍ମିତ ଏକଲବ୍ୟ ବିଦ୍ୟାଳୟକୁ ଉଦ୍‌ଘାଟନ କରିବେ। ଏଥିପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୩୮ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି। ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା  ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଷ୍ଟିଲ କନଷ୍ଟ୍ରକସନ୍ ଲିମିଟେଡ୍ (ଏଚଏସସିଏଲ) ଦ୍ୱାରା ଏହାର ନିର୍ମାଣ କରାଯାଉଛି।

ଓଡ଼ିଶାରେ ମଞ୍ଜୁର ହୋଇଥିବା ୮୭ଟି ନୂଆ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରୁ କେବଳ ମୟୂରଭଞ୍ଜ ଜିଲ୍ଲାର ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ମିଶାଇ ୧୯ଟି ବିଦ୍ୟାଳୟ ରହିଛି, ଯାହା ଭାରତର ଯେକୌଣସି ଜିଲ୍ଲା ପାଇଁ ସର୍ବାଧିକ । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରାଯାଇ ଓଡ଼ିଶାର ୪୮ଟି ସ୍ଥାନରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜରୁ ସାଂସଦ ଅଛନ୍ତି ଏବଂ ଏଥିପାଇଁ ସହଯୋଗ ଯୋଗାଇ ଦେଉଛନ୍ତି। କୁଳିଅଣା  ଇଏମଆରଏସ କ୍ୟାମ୍ପସ ପ୍ରାୟ ୧୨ ଏକର ଜମିରେ ନିର୍ମିତ ହୋଇଛି। ଏଥିରେ ୨୪୦ ଜଣ ଛାତ୍ରୀ ଓ ୨୪୦ ଜଣ ଛାତ୍ରଙ୍କୁ ମିଶାଇ ୪୮୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧୬ଟି ଶ୍ରେଣୀଗୃହ ରହିଛି। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ହଷ୍ଟେଲ, ମେସ୍, ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଆବାସିକ ଗୃହ, ପ୍ରଶାସନିକ କାର୍ଯ୍ୟାଳୟ, ଖେଳ ପଡ଼ିଆ, କମ୍ପ୍ୟୁଟର ଓ ବିଜ୍ଞାନ ପରୀକ୍ଷାଗାର ରହିଛି। ଏହି ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଏହି ବିଦ୍ୟାଳୟଗୁଡ଼ିକ  ମାଇଲଖୁଣ୍ଟ ସାବ୍ୟସ୍ତ ହେବେ।

Categories
ବିଶେଷ ଖବର

ହାଟବଦ୍ରା ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ମେ ୪, ୨୦୨୩)ରେ ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ଏକ ରୋଗ। ଏହା ଏକ ସାମାଜିକ, ଆର୍ଥିକ, ଶାରୀରିକ ଏବଂ ମାନସିକ ଅଭିଶାପ। ନିଶା ପରିବାର ଓ ସମାଜରେ ଉତ୍ତେଜନା ସୃଷ୍ଟି କରିଥାଏ। ତେଣୁ ନିଶାର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଲୋକମାନେ ନିଶାର କୁପ୍ରଭାବ ବିଷୟରେ ଜାଣିବା ପରେ ଏହାକୁ ନିଶ୍ଚିତ ଭାବେ ଛାଡ଼ିବା ଲାଗି ଚେଷ୍ଟା କରିବେ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ସମାଜର ସବୁଠୁ ବଡ଼ ଶତ୍ରୁ। ତେଣୁ ଲୋକମାନଙ୍କୁ ଏହା ବିଷୟରେ ସଚେତନ କରିବା ଏକ ମହତ କାର୍ଯ୍ୟ। ଆଧ୍ୟାତ୍ମିକତା ମାଧ୍ୟମରେ ଏକ ସୁସ୍ଥ ସମାଜ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ରହିଥିବାରୁ ସେ ବ୍ରହ୍ମ କୁମାରୀ କେନ୍ଦ୍ରକୁ ପ୍ରଶଂସା କରିଥିଲେ। ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ସଫଳତା ପାଇଁ ସେ କାମନା କରିଥିଲେ।

ପୂର୍ବରୁ, ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମରେ ପହଞ୍ଚି ସ୍ୱର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ସେ ଗାଁରେ ଏକ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଏବଂ ଗୋଷ୍ଠୀ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବା ସହିତ ଗାଁ ଲୋକଙ୍କ ସହିତ ମତବିନିମୟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୟୂରଭଞ୍ଜ ଜିଲ୍ଲାର ଦୁର୍ଗମ ଗ୍ରାମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ବ୍ୟବହାର ଅନୁଭୂତି ହାସଲ

ଭୁବନେଶ୍ୱର: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଥିବା ଦୁର୍ଗମ ଗ୍ରାମ ପାହାଡ଼ପୁରର ଏସଏଲ୍‌ଏସ୍ ମେମୋରିଆଲ ରେସିଡେନ୍ସିଆଲ୍ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ତେବାସୀମାନଙ୍କ ପାଇଁ ଆଜି ଥିଲା ବାସ୍ତବରେ ଏକ ସ୍ମରଣୀୟ ମୁହୂର୍ତ ଏବଂ ଏକ ଜୀବନବ୍ୟାପୀ ଅନନ୍ୟ ଅନୁଭୂତି, କାରଣ ସେମାନେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ଦ୍ୱାରା ପରିଚାଳିତ ଶିକ୍ଷା ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ଲାଇଭ୍ ପ୍ରଦର୍ଶନ ଅଧିବେଶନର ଅଂଶ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରର ଏସ୍‌ଏଲ୍‌ଏସ୍ ମେମୋରିଆଲ୍ ରେସିଡେନ୍‌ସିଆଲ୍ ସ୍କୁଲ ଓଡ଼ିଶାର ପ୍ରଥମ ସ୍ଥାନ ତଥା ପ୍ରଥମ ସ୍କୁଲ ଭାବେ ହାଇ ସ୍ପିଡ୍ ୫ଜି ପ୍ରଯୁକ୍ତିର ରୂପାନ୍ତରଣ ଅନୁଭୂତି ହାସଲ କରିଛି ଏବଂ ଶିକ୍ଷା କ୍ଷେତ୍ରରେ ସଫଳ ଲାଇଭ୍ ୫ଜି ପ୍ରୟୋଗର ପ୍ରଦର୍ଶନରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିଛି। ଜିଓ ୫ଜି ନେଟୱର୍କ ଜରିଆରେ ଛାତ୍ରଛାତ୍ରୀମାନେ ମୁମ୍ବାଇର ଧୀରୁଭାଇ ଅମ୍ବାନି ଇଂଟରନ୍ୟାସନାଲ ସ୍କୁଲ ଦ୍ୱାରା ପରିଚାଳିତ ହୋଇଥିବା ଏକ ଲାଇଭ୍ ପାଠପଢ଼ା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ଏଥି ସହିତ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସ ପରିସରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଅତିଥିମାନଙ୍କ ସହ ଛାତ୍ରଛାତ୍ରୀମାନେ ଜିଓ ୫ଜି ନେଟ୍‌ୱର୍କ ଜରିଆରେ ଯୋଡ଼ି ହୋଇଥିଲେ। ଏଥି ସହିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ଯଶୀପୁର ବିଧାୟକ ରାମ ସିଂହ ଖୁଂଟିଆ, ଭାରତ ସରକାରଙ୍କ ଟେଲିକମ୍ ବିଭାଗର ବରିଷ୍ଠ ଡିଡିଜି ବିଜୟ କୁମାର ନାୟକ, ରିଲାଏନ୍ସ ଜିଓର ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ, ସ୍କୁଲର ପ୍ରିନ୍‌ସିପାଲ୍ ଜନ୍ମେଜୟ ଗିରିଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ତଥା ସ୍ଥାନୀୟ ଲୋକ ସ୍କୁଲରେ ଅନୁଷ୍ଠିତ ଏହି ଐତିହାସିକ ମୁହୂର୍ତକୁ ଦେଖିଥିଲେ।

ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଉଦଘାଟନୀ ଅଧିବେଶନରେ ନିଜ ବକ୍ତବ୍ୟ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଥିଲେ ଯେ ୫ଜି ସହିତ ଭାରତ ସବ୍‌କା ଡିଜିଟାଲ୍ ସାଥ୍ ଓ ସବ୍‌କା ଡିଜିଟାଲ୍ ବିକାଶ ଦିଗରେ ଦୀର୍ଘ ଓ ଦ୍ରୁତ ଗତିରେ ଆଗକୁ ବଢ଼ିବ। ଯଦିଓ ଭାରତରେ ୫ଜି ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଛି ତେବେ ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ ଯେ ଭାରତର କୋଣ ଅନୁକୋଣରେ ୫ଜି ସେବା ପହଂଚାଇବାରେ ଭାରତ ପ୍ରଥମ ହେବ। ଏକ ଶିଳ୍ପ ଭାବେ ଆମେ ସୁନିଶ୍ଚିତ କରୁୁଛୁ ଯେ ବିଶ୍ୱର ଅନ୍ୟ ଯେକୌଣସି ଦେଶ ତୁଳନାରେ ଆମେ ଉଚ୍ଚ ଗୁଣାତ୍ମକ ମାନ ଓ ସବୁୁଠୁ ସୁଲଭ ମୂଲ୍ୟରେ ସେବା ପ୍ରଦାନ କରିବୁ। ୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତି ସହର ଓ ପ୍ରତି ତହସିଲରେ ୫ଜି ପ୍ରଦାନ କରିବା ଲାଗି ଜିଓର ପ୍ରତିବଦ୍ଧତାକୁ ମୁଁ ଦୋହରାଇବାକୁ ଚାହୁଛି। ଜିଓ ୫ଜିର ଅଧିକାଂଶ ବ୍ୟବସ୍ଥା ଭାରତରେ ବିକାଶରେ ବିକାଶ କରାଯାଇଛି, ତେଣୁ ସେଥିରେ ଆତ୍ମନିର୍ଭର ଭାରତର ଛାପ ରହିଛି।’’

ଏଠାରେ ପ୍ରକାଶ ଯୋଗ୍ୟ ଯେ, ଉଭୟ ସର୍ବାଧିକ ସଂଖ୍ୟକ ଗ୍ରାହକ ସମେତ ସର୍ବାଧିକ ରାଜସ୍ୱ ବଜାର ଅଂଶ ସହ ଜିଓ ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇରହିଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୪୧.୬୧% ଗ୍ରାହକ ବଜାର ଅଂଶ ଏବଂ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ୫୨% ରୁ ଅଧିକ ବଜାର ଅଂଶ ସହ ଜିଓ ଅଗ୍ରଣୀ ରହିଛି। ଜିଓର ସର୍ବବୃହତ ଟ୍ରୁ-୪ଜି ନେଟ୍‌ୱର୍କ, ଯୋଗାଯୋଗ ହୋଇପାରିନଥିବା ଅଂଚଳକୁ ଦ୍ରୁତ ନେଟ୍‌ୱର୍କ ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସାରା ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଟଂରନେଟ୍ ସଂଯୋଗ ଦ୍ୱାରା ତାହା ଆହୁରି ତ୍ୱରାନ୍ୱିତ ହୋଇପାରିଛି।

ସର୍ବବୃହତ ୪ଜି ନେଟ୍‌ୱର୍କ ସହିତ ଜିଓ ଓଡ଼ିଶାରେ ନିୟୁତାଧିକ ଆନନ୍ଦିତ ଗ୍ରାହକଙ୍କୁ ଶ୍ରେଷ୍ଠ ଡିଜିଟାଲ୍ ଅନୁଭୂତି ପ୍ରଦାନ କରୁଥିବା ବେଳେ ରଜ୍ୟରେ ଶୀଘ୍ର ଟ୍ରୁ-୫ଜି ସେବା ଆରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି। ସଦ୍ୟତମ ସ୍ପେକ୍ଟ୍ରମ୍ ନିଲାମରେ ଜିଓ ଓଡ଼ିଶା ସମେତ ଦେଶର ସମସ୍ତ ୨୨ ଟେଲିକମ୍ ସର୍କଲ୍‌ରେ ସର୍ବାଧିକ ସ୍ପେକ୍ଟ୍ରମ୍ ହାସଲ କରିବା ସହିତ ଏକମାତ୍ର ଟେଲିକମ୍ ଅପରେଟର ଭାବେ ୫ଜି ପାଇଁ ଶ୍ରେଷ୍ଠ ବିଚାର କରାଯାଉଥିବା ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ କିଣିଛି। ଜିଓର ୫ଜି ସମାଧାନ ହେଉଛି ମେଡ୍ ଇନ୍ ଇଣ୍ଡିଆ, ଭାରତୀୟଙ୍କ ଦ୍ୱାରା ଏବଂ ପ୍ରତି ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବ। ସର୍ବଭାରତୀୟ ସ୍ତରରେ ଫାଇବର ଉପସ୍ଥିତି, ସମ୍ପୂର୍ଣ୍ଣ ଆଇପି ନେଟ୍‌ୱର୍କ ସହିତ ଭିତିଭୂମି, ସ୍ୱଦେଶୀ ୫ଜି ଷ୍ଟାକ୍ ଏବଂ ପ୍ରଯୁକ୍ତି ବ୍ୟବସ୍ଥାରେ ଦୃଢ଼ ବିଶ୍ୱସ୍ତରୀୟ ସହଯୋଗିତା ଯୋଗୁଁ ଅଳ୍ପ ସମୟ ଭିତରେ ୫ଜିର ଶୁଭାରମ୍ଭ କରିବା ଲାଗି ଜିଓ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗିରଫ ହେଲେ ଅଭିଯୁକ୍ତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନାରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ମାମଲା ଆସିବା ଲଜାଜନକ ଘଟଣା ପାଲଟିଛି। ତେବେ ପୁଣି ଥରେ ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ଘଟଣା ସାମ୍ନାକୁ ଆସିଛି।

ଝାରପୋଖରିଆ ଥାନାରେ ପିଡିତାଙ୍କ ଲିଖିତ ଅଭିଯୋଗ ମୁତାବକ ରାତିରେ ଘରେ ଶୋଇଥିବା ସମୟରେ ପଂଚମତଳିଆ ଗ୍ରାମର ବାସା ବେଶ୍ରା(୪୫) ତାଙ୍କ ଘର ଭିତରୁ ପ୍ରବେଶ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ବେଳେ ପାଟିତୁଣ୍ଡ ଶୁଣି ଘରଲୋକ ଆସି ଯିବାରୁ ବାସା ଦଉଡି ପଳାଇଥିଲା।

ଏହାକୁ ନେଇ ଝାରପୋଖରୀଆ ଥାନାରେ ଲିଖିତ ଅଭିଯୋଗ ମୁତାବକ ୩୯/୨୧ରେ ମାମଲା ରୁଜୁ କରି ଦଫା ୪୫୭/୩୭୬(୧)/୫୧୧/୫୦୬ ଆଇପିସି ଧାରା ଅନୁସାରେ ବାସା ବେଶ୍ରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସୁଦର୍ଶନ ଗାଙ୍ଗେଇ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ନଗର ଓ ବ୍ଲକ ସଭାପତିଙ୍କ ନାମ ଘୋଷଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲା କଂଗ୍ରେସକୁ ତୃଣମୂଳସ୍ତରରୁ ଅଧିକ କ୍ରିୟାଶୀଳ, ସଶକ୍ତ ଓ ସୁଦୃଢ଼ କରାଇବା ନିମନ୍ତେ ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ନଗର ଓ ବ୍ଲକ ସଭାପତିମାନଙ୍କ ନାମ ଘୋଷଣା କରିଛନ୍ତି।

୧- ବାରିପଦା ପୌରପରିଷଦ(ସାଧାରଣ) ସଭାପତି- ଆଇନଜୀବୀ ଶାନ୍ତନୁ କୁମାର ପାଲ

୨- ବାରିପଦା ବ୍ଲକ ସଭାପତି (ଆଦିବାସୀ)- ଚୈତନ୍ୟ ମାଝୀ

୩- ଶାମାଖୁଂଟା ବ୍ଲକ ସଭାପତି- ଦେବେନ୍ଦ୍ର ନାଥ ସିଂ

୪- କୁଳିଅଣା ବ୍ଲକ ସଭାପତି(ସାଧାରଣ) – ଅଜୟ ଦାସ

୫- ରାଇରଙ୍ଗପୁର ଟାଉନ- ଅଶୋକ ଅଗ୍ରୱାଲା

୬- ରାଇରଙ୍ଗପୁର ବ୍ଲକ(ଆଦିବାସୀ) – ସିମାଇ ମାଝୀ

୭- ବହଳଦା ବ୍ଲକ- ଗୌରୀଶଙ୍କର ପରମାଣିକ

୮- କୁସୁମୀ ବ୍ଲକ ସଭାପତି(ସାଧାରଣ) – ଅମିତାଭ ମହାନ୍ତି

୯- କପ୍ତିପଦା ବ୍ଲକ ସଭାପତି(ସାଧାରଣ)- ରବୀନ୍ଦ୍ର ନାଥ ପରିଡ଼ା

୧୦- ଯଶୀପୁର ବ୍ଲକ ସଭାପତି(ଓବିସି) ଚିତରଞ୍ଜନ ବେହେରା

୧୧- ଶୁକୃଳି ବ୍ଲକ- ମାନବେନ୍ଦ୍ର ତିରିଆ

୧୨- ଜାମଦା ବ୍ଲକ- ସାବ୍ୟସଚୀ ଖୁଂଟିଆ

୧୩- ରରୁଆଁ ବ୍ଲକ- ସୁଶୀଳ କୁମାର ଭଞ୍ଜ

୧୪- ବିଜାତୋଳା ବ୍ଲକ(ଆଦିବାସୀ)- ବେରାଲ ସିର୍କାଙ୍କ ନାମ ରହିଅଛି।

ଏହି ସମସ୍ତ ନଗର ଓ ବ୍ଲକ ସଭାପତିମାନେ ନଗର ଓ ବ୍ଲକସ୍ତରରେ କଂଗ୍ରେସ ଦଳକୁ ସୁସଙ୍ଗଠିତ କରାଇବା ନିମନ୍ତେ କାର୍ଯ୍ୟ କରିବାକୁଜିଲ୍ଲା ସଭାପତି ଶ୍ରୀଦାସ ଆହ୍ୱାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ, ଆସନ୍ତା ୯ ତାରିଖ ଠାରୁ ହେବ କୁମ୍ଭୀର ଗଣନା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୩/୧: ଆଜିଠାରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି ପକ୍ଷୀ ଗଣନା କାମରେ ୨୫ଟି ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଥିବା ବେଳେ ସେମାନଙ୍କୁ ୧୦୦୦ରୁ ଅଧିକ ସଦସ୍ୟ ସହଯୋଗ କରୁଛନ୍ତି। ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ କେବଳ ୧୦ଟି ଟିମ ନିୟୋଜିତ ହୋଇଥିବା ବେଳେ ମହାନଦୀର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ପକ୍ଷୀମାନଙ୍କର ଗଣନା ଜାରି ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ପକ୍ଷୀଗଣନା ଜାରି ରହିଛି। ଆଜି କେବଳ ପକ୍ଷୀଗଣନା ଚାଲିଥିବା ବେଳେ ଚଳିତ ମାସ ୯ ତାରିଖ ଠାରୁ ୧୧ତାରିଖ ଯାଏଁ କୁମ୍ଭୀର ଗଣନା ଆରମ୍ଭ ହେବ।