ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗିରଫ ହେଲେ ଅଭିଯୁକ୍ତ

Published: Mar 10, 2021, 2:28 pm IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନାରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ମାମଲା ଆସିବା ଲଜାଜନକ ଘଟଣା ପାଲଟିଛି। ତେବେ ପୁଣି ଥରେ ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ଘଟଣା ସାମ୍ନାକୁ ଆସିଛି।

ଝାରପୋଖରିଆ ଥାନାରେ ପିଡିତାଙ୍କ ଲିଖିତ ଅଭିଯୋଗ ମୁତାବକ ରାତିରେ ଘରେ ଶୋଇଥିବା ସମୟରେ ପଂଚମତଳିଆ ଗ୍ରାମର ବାସା ବେଶ୍ରା(୪୫) ତାଙ୍କ ଘର ଭିତରୁ ପ୍ରବେଶ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ବେଳେ ପାଟିତୁଣ୍ଡ ଶୁଣି ଘରଲୋକ ଆସି ଯିବାରୁ ବାସା ଦଉଡି ପଳାଇଥିଲା।

ଏହାକୁ ନେଇ ଝାରପୋଖରୀଆ ଥାନାରେ ଲିଖିତ ଅଭିଯୋଗ ମୁତାବକ ୩୯/୨୧ରେ ମାମଲା ରୁଜୁ କରି ଦଫା ୪୫୭/୩୭୬(୧)/୫୧୧/୫୦୬ ଆଇପିସି ଧାରା ଅନୁସାରେ ବାସା ବେଶ୍ରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସୁଦର୍ଶନ ଗାଙ୍ଗେଇ ପ୍ରକାଶ କରିଛନ୍ତି।

Related posts