Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ଗ୍ରାମବାସୀମାନେ ଖୁଣ୍ଟରେ ବାନ୍ଧି ଅଟକ ରଖିଥିବାର ଦେଖିବାକୁ ମିଳିଛି।

ଗ୍ରାମବାସୀମାନଙ୍କ ଅଭିଯୋଗ ମୁତାବକ ଆଜି ଅପରାହ୍ନରେ କୁଲେଇ ପଞ୍ଚାୟତର ଜନୈକ ନାବାଳିକା ଗମ୍ଭାରୀମୁଣ୍ଡା ଅଞ୍ଚଳକୁ ଟ୍ୟୁସନ କରିବାକୁ ଯାଉଥିଲେ। ହେଲେ ରାସ୍ତାରୁ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ଜୋରଜବରଦସ୍ତ ଉଠାଇ ନେଇଯାଇଥିଲେ। ନାବାଳିକା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଗ୍ରାମବାସୀ ଏକାଠି ହୋଇ ନାବାଳିକାକୁ ଉଦ୍ଧାର କରିଥିଲେ ଏବଂ ସମ୍ପୃକ୍ତ ଯୁବକଙ୍କୁ ଗ୍ରାମ ମଝି ଖୁଣ୍ଟରେ ବାନ୍ଧି ଅଟକ ରଖି ବହେ ଛେଚିଥିଲେ।

ତେବେ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଓ ଗମ୍ଭାରିମୁଣ୍ଡା ବିଟ ହାଉସ ଅଧିକାରୀ ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି। ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗିରଫ ହେଲେ ଅଭିଯୁକ୍ତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନାରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ମାମଲା ଆସିବା ଲଜାଜନକ ଘଟଣା ପାଲଟିଛି। ତେବେ ପୁଣି ଥରେ ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ଘଟଣା ସାମ୍ନାକୁ ଆସିଛି।

ଝାରପୋଖରିଆ ଥାନାରେ ପିଡିତାଙ୍କ ଲିଖିତ ଅଭିଯୋଗ ମୁତାବକ ରାତିରେ ଘରେ ଶୋଇଥିବା ସମୟରେ ପଂଚମତଳିଆ ଗ୍ରାମର ବାସା ବେଶ୍ରା(୪୫) ତାଙ୍କ ଘର ଭିତରୁ ପ୍ରବେଶ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ବେଳେ ପାଟିତୁଣ୍ଡ ଶୁଣି ଘରଲୋକ ଆସି ଯିବାରୁ ବାସା ଦଉଡି ପଳାଇଥିଲା।

ଏହାକୁ ନେଇ ଝାରପୋଖରୀଆ ଥାନାରେ ଲିଖିତ ଅଭିଯୋଗ ମୁତାବକ ୩୯/୨୧ରେ ମାମଲା ରୁଜୁ କରି ଦଫା ୪୫୭/୩୭୬(୧)/୫୧୧/୫୦୬ ଆଇପିସି ଧାରା ଅନୁସାରେ ବାସା ବେଶ୍ରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସୁଦର୍ଶନ ଗାଙ୍ଗେଇ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଘରେ ପଶି ଭଉଣୀକୁ ଦୁଷ୍କର୍ମ ଉଦ୍ୟମ ସହ ଭାଇକୁ ଗୋଡେଇ ହାଣିଲେ: ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ହେଉଛି ପ୍ରୟାସ

ରମେଶ ମହାନ୍ତି

ଜଗତସିଂହପୁର: ଘରେ ପଶି ଭଉଣୀକୁ ଟଣା ଓଟରା କରି ଦୁଷ୍କର୍ମ ଉଦ୍ୟମ କରାଯିବା ସହିତ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ମାନେ ଭାଇକୁ ରାସ୍ତାରେ ଗୋଡାଇ ଗୋଡାଇ ହାଣିବା ଭଳି ଅଭାବନୀୟ ଘଟଣା ଗତ ୩୦ ତାରିଖରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଆଜିକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ କେଉଁ ଅଦୃଶ୍ୟ ଚାପରେ ତିର୍ତ୍ତୋଲ ପୋଲିସ୍ ହାତ ବାନ୍ଧି ବସିଥିବା ବେଳେ ଆଜି ୩ ଅଭିଯୁକ୍ତକୁ ତିର୍ତ୍ତୋଲ ପୋଲିସ୍ ଗିରଫ କରିଥିବା ଜଣାପଡିଛି। ଆଜି ଗିରଫ ହୋଇଥିବା ଉକ୍ତ ୩ଜଣ ଅଭିଯୁକ୍ତଙ୍କୁ ଥାନାରୁ ମୁକାଳିବା ପାଇଁ ଅଣ୍ଟା ଭିଡିଥିବା ଶାସକ ଦଳର କିଛି କୁଜିନେତା ଥାନାକୁ ଧାଁ ଧପଡ କରୁଥିବା ଦେଖିବାକୁ ମିଳିଛି। ନାରୀଙ୍କୁ ସମ୍ମାନ ଦିଆଯାଉଥିବା ଶାସକଦଳ ଡିଙ୍ଗୁରା ପିଟୁଥିବା ବେଳେ ଅନ୍ୟ ପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଶାସକ ଦଳର କିଛି କୁଚକ୍ରୀ କୁଜିନେତା  ଯୋରଦାର ଉଦ୍ୟମ ଚଳାଇଥିବା ତିର୍ତ୍ତୋଲ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ସ୍ଥିତ ଦଣ୍ଡମିର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଅନ୍ୟର ମୂଲ ମଜୁରୀ କାମକରି ପରିବାର ପ୍ରତିପୋଷଣ କରୁଥିବା ଅଞ୍ଜଳି ଗଚ୍ଛାୟତଙ୍କ ସ୍ୱାମୀ ରାତି ପ୍ରାୟ ୧୦ଟା ବେଳେ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଉକ୍ତ ଗ୍ରାମର ଅନାମ ମଲ୍ଲ ନାମକ ବ୍ୟକ୍ତି ତାଙ୍କ ଘରେ ପଶି ଅଞ୍ଜଳିକୁ ଟଣାଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ସେ ଚିତ୍କାର କରିବାରୁ ଗାଁ ଲୋକେ ଆସିଯିବା ଭୟରେ ସେ ନିଜର ସାଇକେଲ ଛାଡି ଦୌଡ଼ି ପଳାଇଥିଲା। ସେହିପରି ପୁନର୍ବାର ଗତ ୩୦.୧୧.୨୦୨୦ ଦିନ ୩ଟା ବେଳେ ଉକ୍ତ ଗ୍ରାମର ଅନାମ ମଲ୍ଲ ଅଞ୍ଜଳିକୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଟଣାଓଟରା କରୁଥିବା ଖବର ପାଇ ଅଞ୍ଜଳିର ଭାଇ ରଞ୍ଜନ ଲେଙ୍କା ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦ କରିବାରୁ ଏଥିରେ ଉତ୍ତେଜିତ ହୋଇ ଅନାମ ମଲ୍ଲ ଓ ତାର ୫ଜଣ ସହଯୋଗୀ ଭାଇ, ପୁତୁରା ମାନଙ୍କ ସହ ମିଶି ଭୁଜାଲି ସହ ବିଭିନ୍ନ ମାରଣାସ୍ତ୍ର ଧରି ଅଞ୍ଜଳି ଓ ତାର ଭାଇ ରଞ୍ଜନକୁ ଗୋଡାଇ ଗୋଡାଇ ମୁଣ୍ଡ ଓ ହାଇକୁ ହାଣିପକାଇଥିଲେ।

ଅଞ୍ଜଳି ଓ ତାର ଭାଇ ରଞ୍ଜନ ଗୁରୁତର ଆହତ ଅବସ୍ଥାରେ କୌଣସି ମତେ ସେଠାରୁ ଜୀବନ ବଞ୍ଚାଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ସହିତ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ବେଳେ ରଞ୍ଜନଙ୍କ ମୁଣ୍ଡରେ ଏକାଧିକ ଷ୍ଟିଜ୍ ପଡିଥିବା ଦେଖିବାକୁ ମିଳିଥିଲା। ଏପରି ଏକ ସମ୍ବେଦନଶୀଳ ଘଟଣା ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ ହେବାର ଆଜିକୁ ୧୮ଦିନ ବିତିଯାଇଥିଲେ ସୁଦ୍ଧା ତିର୍ତ୍ତୋଲ ପୋଲିସ୍ ଏକ ମାମଲା ରୁଜୁ କରି କେଉଁ ଅଦୃଶ୍ୟ ଶକ୍ତି ଚାପରେ ହାତବାନ୍ଧି ବସିରହିଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ୩ଜଣ ଅଭିଯୁକ୍ତଙ୍କୁ ତିର୍ତ୍ତୋଲ ପୋଲିସ୍ ଗିରଫ କରିଥିବା ଜଣାପଡିଛି।

ସୂଚନାନୁଯାୟୀ ଶାସକ ଦଳର କିଛି କୁଜିନେତା ଅଭିଯୁକ୍ତ ମାନଙ୍କୁ ଘଣ୍ଟଘୋଡାଇବା ପାଇଁ ଯୋରଦାର ଉଦ୍ୟମ ଚଳାଇବା ସହ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଥାନାରେ ଚାପିଦେବାକୁ ଚେଷ୍ଟା କରୁଥିଲେ କିନ୍ତୁ ଆଜି ୩ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଉକ୍ତ କୁଚକ୍ରୀ କୁଜିନେତା ମାନେ ଅଭିଯୁକ୍ତ ମାନଙ୍କୁ ମୁକାଳିବା ପାଇଁ ଥାନାକୁ ଧାଁ ଧପଡ କରି ପୋଲିସ ଉପରେ ଚାପ ସୃଷ୍ଟି କରୁଥିବା ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତମାନେ କାହାଠୁଁ  ଅଭୟ ବର ପାଇ ଆଜି ପର୍ଯ୍ୟନ୍ତ ନିର୍ଭୟରେ ଖୁଲମ୍ ଖୁଲ୍ଲା ବୁଲିବା ସହିତ ଅଭିଯୋଗ କରିଥିବା ଅଞ୍ଜଳି ଓ ତାର ଭାଇ ରଞ୍ଜନକୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିଲେ ତାହା ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ଆକ୍ରାନ୍ତଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲେ ସ୍ୱାସ୍ଥ୍ୟକର୍ମୀ

କୋଝିକୋଡ : କେରଳର କୋଝିକୋଡରେ ଏକ ଅଭାବନୀୟ ଘଟଣା ଘଟିଛି । କୋଝିକୋଡର ଏକ ଘରୋଇ ହସ୍ପିଟାଲର ଜଣେ କର୍ମୀ ଜଣେ ମହିଳା ଆକ୍ରାନ୍ତଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ୩୪ ବର୍ଷୀୟ ହସ୍ପିଟାଲ କର୍ମୀ ଅଶ୍ୱିନ କ୍ରିଷ୍ଣାଙ୍କୁ ଗିରଫ କରାଯାଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ଉଲିୟେରୀରେ ରହିଥିବା ମାଲାବାର ମେଡିକାଲ କଲେଜ ପରିସରରେ ଏହି ଘଟଣା ଘଟିଥିଲା । ହସ୍ପିଟାଲ ରେଜିଷ୍ଟରରୁ ମହିଳାଙ୍କ ନମ୍ବର ନେଇ କର୍ମୀ ଜଣଙ୍କ ତାଙ୍କୁ ମେସେଜ କରିଥିଲେ। ଡାକ୍ତରଙ୍କୁ ଭେଟିବାକୁ ନେବା ବାହାନାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଉକ୍ତ କର୍ମୀ । ଉକ୍ତ ସ୍ଥାନରୁ ଖସିଯାଇ ମହିଳା ଜଣକ ଘଟଣା ସମ୍ପର୍କରେ ଅନ୍ୟ ମାନଙ୍କୁ ଜଣାଇଥିଲେ ।

ଏହି ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରାଯିବା ପରେ ପୋଲିସ ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଗିରଫ କରିଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉକ୍ତ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।