କୋଭିଡ ଆକ୍ରାନ୍ତଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲେ ସ୍ୱାସ୍ଥ୍ୟକର୍ମୀ

Published: Nov 17, 2020, 4:08 pm IST

କୋଝିକୋଡ : କେରଳର କୋଝିକୋଡରେ ଏକ ଅଭାବନୀୟ ଘଟଣା ଘଟିଛି । କୋଝିକୋଡର ଏକ ଘରୋଇ ହସ୍ପିଟାଲର ଜଣେ କର୍ମୀ ଜଣେ ମହିଳା ଆକ୍ରାନ୍ତଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ୩୪ ବର୍ଷୀୟ ହସ୍ପିଟାଲ କର୍ମୀ ଅଶ୍ୱିନ କ୍ରିଷ୍ଣାଙ୍କୁ ଗିରଫ କରାଯାଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ଉଲିୟେରୀରେ ରହିଥିବା ମାଲାବାର ମେଡିକାଲ କଲେଜ ପରିସରରେ ଏହି ଘଟଣା ଘଟିଥିଲା । ହସ୍ପିଟାଲ ରେଜିଷ୍ଟରରୁ ମହିଳାଙ୍କ ନମ୍ବର ନେଇ କର୍ମୀ ଜଣଙ୍କ ତାଙ୍କୁ ମେସେଜ କରିଥିଲେ। ଡାକ୍ତରଙ୍କୁ ଭେଟିବାକୁ ନେବା ବାହାନାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଉକ୍ତ କର୍ମୀ । ଉକ୍ତ ସ୍ଥାନରୁ ଖସିଯାଇ ମହିଳା ଜଣକ ଘଟଣା ସମ୍ପର୍କରେ ଅନ୍ୟ ମାନଙ୍କୁ ଜଣାଇଥିଲେ ।

ଏହି ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରାଯିବା ପରେ ପୋଲିସ ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଗିରଫ କରିଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉକ୍ତ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।

Related posts