Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM
ବିଶେଷ ଖବର

ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM

June 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ସିଙ୍ଗାପୁର’ର ନିବେଶ
ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଜି ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ଶ୍ରୀ ସାଇମନ୍ ୱଙ୍ଗଙ୍କ (Mr Simon Wong) ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏହି ବୈଠକ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ଓ ବୈଷୟିକ ସମ୍ଭାବନାକୁ ବାସ୍ତବ ରୂପ ଦେବା ଦିଗରେ ଏକ ଦୃଢ଼ ପଦକ୍ଷେପ ନିଆଯାଇଛି। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସିଙ୍ଗାପୁରର ସହରୀ ଯୋଜନା, ସ୍ୱଚ୍ଛ ଶକ୍ତି, ବନ୍ଦର ପରିଚାଳନା, ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଥିବା ଦକ୍ଷତା ଓଡ଼ିଶାର ବିକାଶମୂଳକ ଲକ୍ଷ୍ୟ ହାସଲ ଦିଗରେ ଖୁବ୍ ସହାୟକ ହେବ।

ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଅଭିବୃଦ୍ଧିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି । ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ହାସଲ ଦିଗରେ ସିଙ୍ଗାପୁର ଏକ ସ୍ୱାଭାବିକ ପାର୍ଟନର୍ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି ।

ଓଡ଼ିଶାର ସମୃଦ୍ଧ ପୁଞ୍ଜିନିବେଶ ଅନୁକୂଳ ପରିବେଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ସହାୟତା, ସିଙ୍ଗଲ୍-ୱିଣ୍ଡୋ ବ୍ୟବସ୍ଥା ଏବଂ ନିବେଶ ପ୍ରସ୍ତାବ ଉପରେ ତୁରନ୍ତ ନିଷ୍ପତ୍ତି ଗ୍ରହଣର ପ୍ରତିଶ୍ରୁତି ଦେଇଥିଲେ।

ଜାନୁଆରୀ ୨୦୨୫ରେ ସିଙ୍ଗାପୁରର ମାନ୍ୟବର ରାଷ୍ଟ୍ରପତି ଡକ୍ଟର ଥରମାନ ସନମୁଗରତ୍ନମଙ୍କ ଓଡ଼ିଶା ଗସ୍ତ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସହଯୋଗକୁ ସୁଦୃଢ଼ କରିଥିଲା । ଏହି ସମୟରେ ରାଜ୍ୟର ୫ଟି ପ୍ରମୁଖ ବିଭାଗ ମଧ୍ୟରେ ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା ।

ଏହି ୮ଟି MoUର ଅଗ୍ରଗତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇ ଓଡ଼ିଶାରେ ସିଙ୍ଗାପୁର’ର ନିବେଶ ତଥା ବିଭିନ୍ନ ପାର୍ଟନର୍‌ସିପ୍’ର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଏକ ସୁ-ବ୍ୟବସ୍ଥିତ ମେକାନିଜିମ୍ ବା Structured Engagement Mechanism ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହିତ ସେ ଗ୍ରୀନ୍ ଏନର୍ଜି, ସହରୀ ବିକାଶ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସିଙ୍ଗାପୁରର ବ୍ୟବସାୟିକ ପ୍ରତିନିଧି ଦଳକୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ ।

ଓଡ଼ିଶାରେ ହୋଇଥିବା ‘ବ୍ଲାକ୍ ସ୍ୱାନ୍ ସମିତ୍’ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଓଡ଼ିଶାର ଯୁବବର୍ଗଙ୍କୁ ଫିନ୍‌ଟେକ୍ ଓ ଇନ୍‌ସିଓରଟେକ୍ କ୍ଷେତ୍ରରେ ଦକ୍ଷ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସିଙ୍ଗାପୁର’ର ସହଯୋଗରେ ଓଡ଼ିଶାରେ ଫିନ୍‌ଟେକ୍ ଓ ଇନ୍‌ସିଓର୍‌ଟେକ୍ କ୍ଷେତ୍ରରେ ଉଦ୍ୟମକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ ।

ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ସାଇମନ ୱଙ୍ଗ ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାର ବିକାଶ ପ୍ରକ୍ରିୟାରେ ସିଙ୍ଗାପୁର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ରାଜ୍ୟର ପ୍ରଗତି ଏବଂ ଅଭିବୃଦ୍ଧି ଯାତ୍ରାରେ ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ୱଙ୍ଗ ପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ । ସିଙ୍ଗାପୁର ପକ୍ଷରୁ ହାଇକମିଶନରଙ୍କ ସହ ମୁମ୍ବାଇର କନସୁଲ୍-ଜେନେରାଲ୍ ଶ୍ରୀ ଚଙ୍ଗ୍ ମିଙ୍ଗ୍ ଫୁଙ୍ଗ୍ (Mr Cheong Ming Foong) ଏବଂ ହାଇକମିଶନର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Simon Wong ଓଡିଶାରେ ସିଙ୍ଗାପୁର’ର ନିବେଶ ସିଙ୍ଗାପୁର ହାଇକମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

August 17, 2026

ଆଇଏସଆଇ-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ: ୨୦୦ରୁ ଅଧିକ ଗିରଫ

August 17, 2026

ଭଦ୍ରକରେ ବନ୍ୟା ପାଇଁ ସ୍କୁଲ ଛୁଟି: ୬ ବ୍ଲକର ୨୬୮ ସ୍କୁଲ ଓ ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

August 17, 2026

ଦ୍ୱିତୀୟ ଦିବସରେ ଅହୋରାତ୍ର ଧାରଣା: ଶିକ୍ଷକ କର୍ମଚାରୀମାନଙ୍କ ପ୍ରତିଶ୍ରୁତି ଦାବି କଲା ସମନ୍ୱୟ ସମିତି

August 17, 2026
Latest News

ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

August 17, 2026

ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ

August 17, 2026

ଏୟାରଟେଲ ବ୍ୟାଙ୍କରୁ ଇସ୍ତଫା ଦେଲେ ସୁନୀଲ ମିତ୍ତଲ: ଏବେ କିଏ ଦାୟିତ୍ୱ ନେବେ?

August 17, 2026

ଆଇଏସଆଇ-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ: ୨୦୦ରୁ ଅଧିକ ଗିରଫ

August 17, 2026

ଭଦ୍ରକରେ ବନ୍ୟା ପାଇଁ ସ୍କୁଲ ଛୁଟି: ୬ ବ୍ଲକର ୨୬୮ ସ୍କୁଲ ଓ ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.